
ପଟାମୁଣ୍ଡାଇ -ତା ୨୨.୮- କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ, ବରିଷ୍ଠ ନାଗରିକ ମଞ୍ଚ ର ବରିଷ୍ଠ ସଭ୍ୟ ସାମ୍ୟବାଦୀ ଚେତନାର ବିପ୍ଳବୀ ନେତୃତ୍ୱ, ଓଡିଶା ଅମଲା ସପ୍ସଘର ପ୍ରାକ୍ତନ ସାଧାରଣ ସମ୍ପାଦକ, ସମାଜସେବୀ ଦିବପ୍ସଗତ ଅର୍ଜୁନ ଚରଣ ମହାକୁଡ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ପଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ସଭ୍ୟ ପ୍ରଫେସର ଦୁର୍ଯୋଧନ ପରିଡା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ୱାଇଁ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଦେବବ୍ରତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଶିକ୍ଷକ ନେତା ବିଜୟ କୁମାର ସାହୁ, ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ଶିକ୍ଷାବିତ ଶଚିନନ୍ଦନ ଦାସ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ, ପ୍ରଦୀପ କୁମାର ରଥ,ବିଜୟ କୁମାର ରାଉତ, ଇପ୍ସ ତପନ କୁମାର ପାତ୍ର, ପ୍ରାବନ୍ଧିକ ପ୍ରଦୀପ କୁମାର ନାୟକ, ଶିକ୍ଷାବିତ ଗୋକୁଲ ଚନ୍ଦ୍ର ରାଉତ,ସାମ୍ବାଦିକ ଅନିଲ କୁମାର ଚୈ।ଧୁରୀ,ଗନ୍ଧର୍ବ ଲେଙ୍କା, ଜଗନ୍ନାଥ ନାୟକ ଓ କହ୍ନାଇ ଚରଣ ପରିଡା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଅର୍ଜୁନ ଚରଣ ମହାକୁଡ ଙ୍କର ପଟାମୁଣ୍ଡାଇ ଅଞ୍ଚଳ ପାଇଁ ଅବଦାନ, ଓଡିଶା ଅମଲା ସପ୍ସଘ ସାଧାରଣ ସମ୍ପାଦକ ଭାବରେ ଓଡିଶା ଅମଲା ମାନଙ୍କ ପାଇଁ ସାଙ୍ଗଠନିକ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରିବା ସହିତ ତାଙ୍କର ସର୍ମପିତ ସମାଜସେବା ଜନମାନସରେ ଅଭୁଲାହୋଇ ରହିବ ବୋଲି ମତ ପ୍ରକାଶ କରି ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞଳି ଅର୍ପଣ କରିଥିଲେ ।ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
