କେନ୍ଦ୍ରାପଡ଼ା,୯ା୩:ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ସମ୍ପର୍କରେ ଅଧ୍ୟକ୍ଷା ଡ. ଶୁକ୍ଳା ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ନାରୀ ନିଜର ଆତ୍ମବିଶ୍ୱାସ, ସାହସ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ଏଲୋରା କବି ନାରୀମାନେ ସୁରକ୍ଷିତ ହେଲେ ସମଗ୍ର ସମାଜର ଉନ୍ନତି […]

କେନ୍ଦ୍ରାପଡ଼ା,୯ା୩:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଏବଂ ୧୮ଟି ସାମୁହିକ ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୪୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ୭ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। […]

ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବଶରପ୍ରାପ୍ତ ବରିଷ୍ଠ […]

କେନ୍ଦ୍ରାପଡ଼ା,୮ା୩ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏଥିସହିତ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅରଗଳିରେ ବେକ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ କବି ତଥା ଓ ପୂର୍ବତନ ସାଂସଦ […]

କେନ୍ଦ୍ରାପଡ଼ା,୮ା୩ : କେନ୍ଦ୍ରାପଡ଼ା ଜିଲାରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହାସହ ଜିଲାରେ ଏକ ଜାହାଜ ମରାମତି କାରଖାନା ପ୍ରତିଷ୍ଠା ହେବ। କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ହେବ ଓ ମନ୍ଦିରର ବିକାଶ ହେବ ବୋଲି ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣାକୁ ମହାକାଳପଡ଼ା ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ କରାଯାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ […]

କେନ୍ଦ୍ରପଡ଼ା ୭/୩ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏପ୍ରିଲ ୨ରୁ ୩ ଦିନ ଧରି ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିନେଇ ଆଲ୍ୟୁମିନି ଆସୋସିଏସନର ନୂର୍ତ୍ତନ କର୍ମକର୍ତର୍ା ଚୟନ ପ୍ରକ୍ରୀୟା ହୋଇଛି । ମାତ୍ର ଏହାକୁ କେତେଜଣ ପୁରାତନ ଛାତ୍ର ବିରୋଧ କରି ଶନିବାର ଏ ସମ୍ପର୍କରେ ଉପଜିଲାପାଳ ତଥା ମହା ବିଦ୍ୟାଳୟର ପରିଚଳନା କମିଟିର ସଭାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି […]

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ମେଲଣ ଉଦଯାପିତ ହୋଇଯାଇଛି। ୠରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏଥିରେ ଯୋଗଦେଇ ବିମାନରେ ଉପବେସନ କରିଥିବା ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ମେଲଣରେ ୩୩ଟି ବିମାନ ବିଶାଳ ସୁସଜିତ ପଟୁଆରରେ ଗ୍ରାମ ପରିକ୍ରମା କରି ତନାର ମଠ ମେଲଣ ପଡିଆରେ ପହଞ୍ଚି ଥିଲେ। ସେଠାରେ ସମସ୍ତ ବିମାନ ଗୁଡିକୁ ଭୋଗ ଲାଗି […]

କେନ୍ଦ୍ରାପଡ଼ା,୮ା୩:ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତ ଓ ସ୍ୱାବଲମ୍ବୀ ହେଲେ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ବୋଲି କହିଥିଲେ। ସେ ପୁରୀଠାରୁ ଆଭାସୀ ମାଧ୍ୟମରେ ସୁଭଦ୍ରା ଯୋଜନାର ଚତୁର୍ଥ […]

ପଟ୍ଟାମୁଣ୍ଡାଇ ୮/୩- ପଟ୍ଟାମୁଣ୍ଡାଇ ଅଂଚଳର ସଂଗ୍ରାମୀ ନେତା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟ ଶ୍ରୀକାନ୍ତ ସାହୁଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ପଟ୍ଟାମୁଣ୍ଡାଇ ସହର […]

ପଟ୍ଟାମୁଣ୍ଡାଇ ତା ୮/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନରତ ୨୫୭ଜଣ ଶିକ୍ଷାର୍ଥୀଙ୍କ ମା ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରାମ ଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ମାତୃ ସମ୍ମିଳନୀରେ ସ୍କୁଲ ପରିଚାଳନା କମିଟି ସଭାପତି ଦମୟନ୍ତୀ ଗିରି ମୁଖ୍ୟଅତିଥି,ଗୁଲ ନଗର ଗାୟତ୍ରୀ ପରିବାର ମହିଳା ମଣ୍ଡଳ ମୁଖ୍ୟ ସ୍ରୋତସ୍ବିନୀ ପାତ୍ର […]

Breaking News