କେନ୍ଦ୍ରାପଡା,୨୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରଠାରେ ସରସ୍ୱତୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବାଗ୍ଦେବୀ ମା ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବି.ଡି.ଓ ଅଭିଷେକ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଓସ୍ତପୁର ସରପଞ୍ଚ ପ୍ରଶନ୍ନ ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ରାପଡା ଓଷ୍ଟାର ସଭାପତି ଅଶୋକ କୁମାର ପରିଡା, […]
ODISHA
ପଟ୍ଟାମୁଣ୍ଡାଇ ତା ୨୫/୨- କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ମୂକସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ କଲେଜର ୫୦ବର୍ଷ ପୂର୍ତ୍ତି ଉତ୍ସବକୁ ମନୋରମ ଓ ଉଦାହରଣୀୟ କରିବା ପାଇଁ କଲେଜ କର୍ମଚାରୀ ପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତା ଏପ୍ରିଲ ୩ ୪ ୫ ତାରିଖ ୩ […]
କେନ୍ଦ୍ରାପଡ଼ା୨୫/୨ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାଜପାର ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ସାଂସଦଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରମନ୍ତ୍ରୀ ହରଦିପ ସିଂହ ପୁରୀ, ସାଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜୁଜୁ, ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଏହି ଅଭିଯୋଗ କରଯାଇଛି। ଅପମାନଜନକଭାଷା ପ୍ରୟୋଗ, […]
ପଟ୍ଟାମୁଣ୍ଡାଇ ତା ୨୩/୨- ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ଆଦର୍ଶ ଶିକ୍ଷକ ତଥା ବେଲତଳ ଭୋଳି ବାବା ମଠ ପରିଚାଳନା କମିଟି ପୂର୍ବତନ ସଭାପତି ଗୋପାଳ ବିହାରୀ ଦାଶଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୋଳି ବାବା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଠ ପରିଚାଳନା କମିଟି ସଭାପତି ନୃସିଂହ ଚରଣ ପାଢ଼ୀଙ୍କ ପୌରହିତ୍ୟ ଓ ବେଲେଶ୍ୱର ସାହିତ୍ୟ ସଂସଦ ସମ୍ପାଦକ […]
କେନ୍ଦ୍ରାପଡ଼ା,୨୩ା୨:କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଏଠାରେ ଏକ ବୃହତ ଜାହାଜ ନିର୍ମାଣ କାରଖାନା ଓ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ନୀତିଗତ ନିଷତ୍ତି ନେଇଥିବାରୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଚଳିତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ତିନୋଟି ପ୍ରକଳ୍ପ ଘୋଷଣା କରିଥିବାରୁ ସରକାର […]
କେନ୍ଦ୍ରାପଡ଼ା,୨୩ା୨:କେନ୍ଦ୍ରାପଡା ସହରର ମହିପାଳ ସ୍ଥିତ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ଚାଲିଥିବା ବାର୍ଷିକ ପରୀକ୍ଷା ଶେଷ ହୋଇଛି। ଏଥିରେ କୁନି କୁନି ଚିତ୍ରଶିଳ୍ପୀମାନେ ସେମାନଙ୍କ କରିସ୍ମା ଦେଖାଇଛନ୍ତି। ପିଲାମାନେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ସଚେତନତା ବାର୍ତ୍ତ ଥିବା ଚିତ୍ର, ଗ୍ରୀଷ୍ମ ଲହରୀରୁ କିପରି ରକ୍ଷା ପାଇ ହେବ ସେ ସଂକ୍ରାନ୍ତୀୟ ଚିତ୍ର, ଗ୍ରୀନ୍ ହାଉସ ଗ୍ୟାସକୁ ରୋକିବା ପାଇଁ ହେଲେ ସବୁଜ ବଳୟ ସୃଷ୍ଟି କରିବାର ଚିତ୍ର, […]
କେନ୍ଦ୍ରାପଡ଼ା,୨୨ା୨:କେନ୍ଦ୍ରାପଡପା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେତେକ ରାଜନେତା ନିଜର ଓ ଦଳର ପ୍ରଚାର ଓ ପ୍ରସାର କରିବା ପାଇଁ ହୋର୍ଡିଂ ମାରିଛନ୍ତି। ଏହି ହୋର୍ଡିଂକୁ ସେଠାରୁ ଉଚ୍ଛେଦ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ରାଜନେତା ଏହି ସ୍ଥାନରେ ହୋର୍ଡିଂ ମାରିବା ପାଇଁ କଲେଜ କତ୍ତୃପକ୍ଷଙ୍କ ଠାରୁ କୈାଣସି […]
୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଅଣଓସାରିଆ ପୋଲ ସମ୍ପର୍କରେ ରାଜ୍ୟପାଳଙ୍କ ରିପୋର୍ଟ ତଲବ କେନ୍ଦ୍ରାପଡ଼ା,୨୨ା୨:ଚଣ୍ଡିଖୋଲ- ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୨୦୧୩ମସିହାରେ ନିର୍ମାଣ କରାଯାଇଥିବା ଦୁହୁରିଆ ପୋଲକୁ ୩ମାସ କାଳ ଲାଗି ଭଙ୍ଗାଯାଇ ଏଠାରେ ଜଗତପୁର ଗୋଲେଇଛକ ଷ୍ଟାଇଲରେ ୨ଟି ପୋଲ ବିଶିଷ୍ଟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଦୁଃଖର କଥା ଯେତିକି ଓସାରର ପୋଲ ଭଙ୍ଗାଗଲା ତାକୁ ଚଉଡା କରାନଯାଇ ମାତ୍ର ଏକ […]
ପଟ୍ଟାମୁଣ୍ଡାଇ ତା ୨୨/୨- ସମଗ୍ର ଉତିକଣ ଓ ଧୋୟାଞ୍ଚଳର ସୁରକ୍ଷା କବଚ ବ୍ରାହ୍ମଣୀ ନଦୀ ବନ୍ଧ ଦୁର୍ବଳ ହୋଇପଡିଥିବାରୁ ବନ୍ୟା ବିଭେଷିକା ଭୟରେ ସମଗ୍ର ଉତିକଣ ଅଂଚଳ ସହିତ ବନ୍ୟା ବିପନ୍ନ ଧୋୟାଞ୍ଚଳବାସୀ ଆଶା ଆଶଙ୍କା ଓ ଚିନ୍ତାରେ ଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ରାହ୍ମଣୀ ନଦୀ ବନ୍ଧ ସୁଦୃଢ଼ୀ କରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ […]
ପଟ୍ଟାମୁଣ୍ଡାଇ ୨୧/୨ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା ଓ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀରୁ ଅବୈଧ ବାଲି ଖନନ ଉପରେ ପ୍ରଶାସନ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଉତୋଳନ କରୁଥିବା ଚାଲାଣକାରୀଙ୍କ ବିରୋଧରେ ଚଢ଼ଉ, ଯନ୍ତ୍ରପାତି ଜବତ ଏବଂ ଜୋରିମାନା ଆଦାୟ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ଏହି ଅଭିଯାନ ଜାରି ରହିଛି, ଯାହା ଫଳରେ ନଦୀର ସ୍ଥିତି ଏବଂ […]

