ବନ୍ୟା ବିପନ୍ନଙ୍କ ପାଖରେ ଯୁବ ସ୍ୱାଭିମାନ ପରିବାର ସିଂହଗାଁ ଓ ପେଣ୍ଠପାଳରେ ଶୁଖିଲା ଖାଦ୍ୟ ବଂଟନ

blank

ପଟ୍ଟାମୁଣ୍ଡାଇ ୧୪/୮ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ବନ୍ୟା ସ୍ଥିତି ସଂକଟଜନକ ରୂପ ନେଇଥିବା ବେଳେ ସିଂହଗାଁ ଓ ପେଣ୍ଠପାଳ ଗ୍ରାମପଂଚାୟତର ବହୁ ଗ୍ରାମ ଦୀର୍ଘ ୧୦ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଏହି ଦୁଇଟି ପଂଚାୟତର ବହୁ ଗ୍ରାମ ଦୁଃଖୀ, ଦରିଦ୍ର, ଗରିବ ଓ ଅସହାୟ ପରିବାରଗୁଡ଼ିକ ଚରମ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି।ଏଭଳି ବିପଦପୂର୍ଣ୍ଣ ସମୟରେ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଆଗେଇ ଆସିଛି ସାମାଜିକ ସଂଗଠନ ଯୁବ ସ୍ୱାଭିମାନ ପରିବାର । ସଂଗଠନର ୫୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବନ୍ୟା ପ୍ରଭାବିତ ଅଂଚଳ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ସିଂହଗାଁ ଓ ପେଣ୍ଠପାଳ ପଂଚାୟତର ଶହ ଶହ ଅସହାୟ ଓ ପ୍ରଭାବିତ ପରିବାରକୁ ଭେଟି ସେମାନଙ୍କୁ ଚୁଡ଼ା, ଗୁଡ଼, ବିସ୍କୁଟ, ପାନୀୟ ଜଳ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରିଛନ୍ତି।ବନ୍ୟା ଜଳ ଯୋଗୁଁ ମୁଖ୍ୟ ରାସ୍ତାଘାଟ ବୁଡ଼ି ରହିବା ସହ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ରିଲିଫ ଓ ଅନ୍ୟାନ୍ୟ ଜରୁରୀକାଳୀନ ସୁବିଧା ପ୍ରକୃତ ଅସହାୟ ପରିବାରଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନଥିବା ନେଇ ବୁଡ଼ି ରହିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ସରକାରୀ ସହାୟତା ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାର ପାଖରେ ତୁରନ୍ତ ରିଲିଫ୍ ଓ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ‘ଯୁବ ସ୍ୱାଭିମାନ’ ସଂଗଠନ ଏବଂ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ସ୍ୱେଚ୍ଛାସେବୀମାନଙ୍କର ଏହି ନିସ୍ୱାର୍ଥପର ସେବା ଓ ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଉଛି।

Leave a Reply

Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ : ୧୫ ଦିନର ରିଲିଫ, ଗୋ ଶାଳା ନିର୍ମାଣ ପାଇଁ ଦାବୀ

Mon Aug 24 , 2026
୭୨ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ ରାସ୍ତାଘାଟ ମରାମତି, ଉତମ ସ୍ୱାସ୍ଥ୍ୟସେବା ନେଇ ବିକାଶପରିଷଦର ଦାବୀ ପଟ୍ଟାମୁଣ୍ଡାଇ ୨୪/୮ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ବନ୍ୟା ସମୟ ଥିବାରୁ ଧୋୟାଂଚଳ ଲୋକମାନେ ଅନୁପସ୍ଥିତି ଥିବାବେଳେ ମୁଖ୍ୟତଃ ଗୋଖାଦ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading