ମୂର୍ଚ୍ଛନା ଓ ଓକା ପକ୍ଷରୁ ରାଜ୍ୟ ସ୍ତରୀୟ ଝଙ୍କଡ ଓ ରଜ ମହୋତ୍ସବ

blank
କେନ୍ଦ୍ରାପଡ଼ା,୩ା୬:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓପିଜିସିଏଲର ମିଳିତ ସହଭାଗିତାରେ ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଝଙ୍କଡ଼ ମହୋତ୍ସବ ଓ ରଜ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜଗସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓପିଜିସିଏଲ୍‌ର ଅର୍ଥ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ। ଉତ୍ସବରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ତଥା ବାଗ୍ମୀ ପ୍ରଶାନ୍ତ କୁମାର ଶତପଥୀ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଓ ସମାଜସେବୀ ଡ. ସଂଗୀତା ମିଶ୍ର , ଶିକ୍ଷାବିତ ପ୍ରଫେସର ଅକ୍ଷୟ କୁମାର ସାସମଲ,ବିଶିଷ୍ଟ ଶିକ୍ଷାବିତ ସମାଜସେବୀ ପ୍ରଶନ୍ନ କୁମାର ବାରିକ, ଆଡଭୋକେଟ ବୀରନାରାୟଣ ପାତ୍ର, ବିଶ୍ୱଦେବ ସମାଜ ସଭାପତି ସୁଶାନ୍ତ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ବରଗଡର କଂସ ମହାରାଜ ଦେବରାଜ ଛତ୍ରିଆ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବଂଶୀଧର ସ୍ୱାଇଁ। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୯୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ମା ଶାରଳା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୬୦ ଜଣଙ୍କୁ ବାଣୀକ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ୫୦ଜଣ ପ୍ରତିଭାଙ୍କୁ ରଜକୁଇନ ଓ ରଜକିଙ୍ଗ ଆୱାର୍ଡ଼ ସ୍ୱରୂପ ରଜ ମୁକୁଟ ପିନ୍ଧା ଯାଇଥିଲା। ପ୍ରାରମ୍ଭରେ ମୋନାଲିସା ମୁଦୁଲିଙ୍କ ସହଯୋଗରେ ଗଙ୍ଗ ଶିଉଳିର ବାସ୍ନା ପକ୍ଷରୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉପସ୍ଥାପକ ଭାବେ ପ୍ରଦୀପ କୁମାର ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାୟତ୍ରୀ ଗୀତାଞ୍ଜଳି ଦାସ, ବବିନା ପଟ୍ଟନାୟକ, ନିରାକାର ମହାରଣା, ବିଜୟ କେତନ ସାହୁ, ସୁଭାସିନୀ ପରିଡ଼ା ଓ କାଳିଆ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Next Post

ଗୌରାଙ୍ଗ ସେଠୀ ନିଖୋଜ ଘଟଣା: ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର,୨୪ ଘଣ୍ଟା ମଧ୍ୟରେ ଉଦ୍ଧାର ନ ହେଲେ ଆଳି ଥାନା ଘେରାଉ ଚେତାବନୀ

Thu Jun 4 , 2026
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ନିଖୋଜ ଯୁବକ ଗୌରାଙ୍ଗ ସେଠୀଙ୍କ ଉଦ୍ଧାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଆଜି ମିଳିତ ଏସ୍‌ସି/ଏସ୍‌ଟି ସମନ୍ୱୟ କମିଟି, କେନ୍ଦ୍ରାପଡ଼ା ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ମିଳିତ ଏସ୍‌ସି/ଏସ୍‌ଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading