
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଚଂଳର ପ୍ରସିଦ୍ଧ ଶୈବ ପୀଠମାନଙ୍କରେ ବୁଧବାର ପ୍ରସିଦ୍ଧ ଜାଗରଯାତ୍ରା ମହାସମାରୋହରେ ପାଳିତ ହେଉଛି । ପଟ୍ଟାମୁଣ୍ଡାଇ ଉତିକଣ ଅଚଂଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରମୌଳୀମନ୍ଦିରରେ ଭୋର ୪ ଟାରୁ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା। ଶ୍ରଦ୍ଧାଳୁ ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। ଶିବଙ୍କ ମନ୍ତ୍ର ଧ୍ୱନିରେ ପୀଠ ପ୍ରକମ୍ପିତ ହୋଇଥିଲା। ହାଜାର ହାଜାର ଶ୍ରଦ୍ଧାଳୁ ପୀଠରେ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଜାଗରଯାତ୍ରା ପାଇଁ ସମଗ୍ର ଚନ୍ଦ୍ରମୌଳି ପୀଠ ଚଳଚଂଚଳ ହୋଇଉଠିଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅପରାହ୍ନ ସାଢେ ୪ ଟା ବେଳେ ବେଢା ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା । ରାତ୍ର ଚାରିଟାରେ ମାହାଦ୍ୱିପ ଉଠିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରତ୍ୟୂଷରୁ ମନ୍ଦିରର ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ଏହାଛଡା କଷଣଅଂଟା ଲକ୍ଷେଶ୍ୱର ମହାଦେବ, ବେଲତଳ ବେଲେଶ୍ୱର ମହାଦେବ, ପଟ୍ଟାମୁଣ୍ଡାଇ ଥାନା ଆଖଣ୍ଡଳମଣୀ ମନ୍ଦିର, ଦେଉଳି ନିଳକଣ୍ଠେଶ୍ୱର ମନ୍ଦିର, ତନୁପୁର ମହାଦେବ ମନ୍ଦିର, ଖଡିଅଂଟା କପିଳେଶ୍ୱର ମନ୍ଦିର, ବାଲିପଡା ମହାଦେବ ମନ୍ଦିର,ବାଲିପାଟଣା ମହାଦେବ ମନ୍ଦିର, ନିମପୁର ଶିବ ମନ୍ଦିର, ତାତନା ଧବଳେଶ୍ୱର ମନ୍ଦିର, କାଠିଆପଡା ଦକ୍ଷିଣେଶ୍ୱର ମନ୍ଦିର, ନୀଳକଣ୍ଠପୁର ଶିବମନ୍ଦିରଙ୍କ ସମେତ ସମସ୍ତ ଶିବ ମନ୍ଦିରରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ସମାରୋହରେ ପାଳିତ ହୋଇଯାଇଛି ।
