ଚାରି ପିଲାର ଜନକଙ୍କ ଦ୍ୱିତୀୟ ବିବାହ, ପ୍ରଥମ ସ୍ତ୍ରୀ କଲେ ଥାନାରେ ଅଭିଯୋଗ

blank
ପଟ୍ଟାମୁଣ୍ଡାଇ ୧୯/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ମଙ୍ଗଳବାର ଏକ କୌତୁହଳପ୍ରଦ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ୪ଟି ପିଲା ଥାଇ ମଧ୍ୟ ଜଣେ ବ୍ୟକ୍ତି ଲୁଚିଛପି ଦ୍ୱିତୀୟ ବିବାହ କରୁଥିଲା । ଏହା ଜାଣି ପ୍ରଥମ ପତ୍ନୀ ସେଠାରେ ପହଁଚି ଉକ୍ତ ବିବାହ ବିରୋଧ କରିବା ସହ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଥାନା ପୋଲିସ ଘଟଣା ସ୍ଥଳରେ ପଂହଁଚି ସ୍ୱାମୀ କିଶୋର ମଲିକ ଓ ତାଙ୍କ ବିବାହିତା ପ୍ରେମିକାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମର କିଶୋର ମଲିକ ଗତ ୧୭ ବର୍ଷ ତଳେ ଗ୍ରାମାଂଚଳ ଥାନା ଅଧିନ ଆମ୍ବେର ଗ୍ରାମର ବନ୍ଦନା ମଲିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦମ୍ପତିଙ୍କର ୩ କନ୍ୟା ସନ୍ତାନ ଥିବା ବେଳେ ଗତ ୬ଦିନ ତଳେ ଆଉ ଏକ କନ୍ୟା ସନ୍ତାନ ଯାତ ହୋଇଛି । ଯାହାକୁ ନେଇ ଡାକ୍ତର ଖାନାରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ଅପରପକ୍ଷେ କିଶୋର ଭୁବନେଶ୍ୱରରେ ଏକ କମ୍ପାନିରେ କାମ କରୁଥିବା ବେଳେ ଆଳି ଅଂଚଳର ଜଣେ ଯୁବକ ତାଙ୍କ ପରିବାର ସହିତ ପାଖ ପଡୋଶି ହୋଇ ରହୁଥିଲେ । କାଳକ୍ରମେ ଜନୈକା ପଡୋଶି ବିବାହିତା ମହିଳାଙ୍କ ସହିତ କିଶୋରର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ବନ୍ଦନାଙ୍କ ସହ ସ୍ୱାମୀ କିଶୋରଙ୍କ ମଧ୍ୟରେ ସବୁଦିନ ଦିବାଦ ଲାଗିରହୁଥିଲା ।  ଗତ ୮ ଦିନ ପୂର୍ବରୁ ପ୍ରଥମ ସ୍ତ୍ରୀ ବନ୍ଦନା ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଏହାର ସମାଧାନ ହୋଇଥିଲା । ମାତ୍ର କିଶୋର ମଙ୍ଗଳବାର ସିଭିଲ୍ କୋର୍ଟ ନିକଟ ଏକ ସ୍ଥାନରେ ଉକ୍ତ ବିବାହିତା ମହିଳା ସହିତ ଦ୍ୱିତୀୟ ବିବାହ କରୁଥିଲେ । ଏହି ସମୟରେ ପ୍ରଥମ ସ୍ତ୍ରୀ ବନ୍ଦନା ଓ ତାଙ୍କ ପରିବାର ଲୋକେ ପହଁଞ୍ଚି ସେଠାରେ ହଙ୍ଗାମା କରିଥିଲେ । ତେବେ ଏହି ଘଟଣା ଉଗ୍ରରୂପ ନେବା ପରେ ମାମଲା ଥାନାରେ ପହଁଚି ଥିଲା । ତେବେ  ପୋଲିସ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି ଜନୈକା ମହିଳା ପ୍ରେମିକା ଚାନ୍ଦୋଳ ଅଂଚଳର ହୋଇଥିବା ବେଳେ ଗତ ୨ ବର୍ଷ ତଳେ ଆଳି ଅଂଚଳରେ ପ୍ରେମ ବିବାହ କରିଥିଲେ । ସ୍ୱାମୀ ତାଙ୍କୁ ମାରଧର କରୁଥିବାରୁ ସେ କିଶୋରଙ୍କୁ ପ୍ରେମ କରିବସିଥିଲେ । ଗତ ୪ଦିନ ପୂର୍ବରୁ ସେ ତାଙ୍କ ସ୍ୱାମୀ ସହିତ ମତାନ୍ତର ନେଇ ଆଳି ଥାନାରେ ଅଭିଯୋଗ କରିଥିବା ସେ କହିଛନ୍ତି । ଯଦି କିଶୋରଙ୍କ ସହିତ ତାଙ୍କର ବିବାହ ନହୁଏ ତାହେଲେ ସେ ଅତ୍ମହତ୍ୟା କରିବେ ବୋଲି ଥାନାରେ ଚେତାବନୀ ଦେଉଥିବା ଜଣାପଡିଛି ।

Next Post

ଯୁବକଙ୍କୁ ପିଟି ପିଟି ମାରିଦେଲେ, ,ମୃତକର ଶବକୁ ଥାନା ସମ୍ମୁଖରେ ରଖି ଧାରଣା ଦେଲେ ପରିବାର

Tue Aug 19 , 2025
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକଙ୍କ ନାମ ହେଉଛି ନୃସିଂହ ସେଠୀ। ନୃସିଂହଙ୍କୁ ସଂଘବଦ୍ଧ ଭାବେ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟା ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ନୃସିଂହଙ୍କ ପରିବାର ଲୋକେ ନିକିରାଇ ଥାନା ସମ୍ମୁଖରେ ମୃତଦେହ ରଖି ଅପରାଧୀମାନଙ୍କୁ ଗିରଫ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading