କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧୀନସ୍ଥ ମହୁ ଗ୍ରାମ ପଞ୍ଚାୟତରେ ଥିବା ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଅର୍ଥାତ୍ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ମୋଟ ଏକ ଶହ ଅଠର (୧୧୮) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ଆଜବେଷ୍ଟ ବିଶିଷ୍ଟ ତିନୋଟି ଶ୍ରେଣୀଗୃହ ରହିଛି। ଉକ୍ତ ଆଜବେଷ୍ଟ ଗୃହ ଗୁଡ଼ିକ ବହୁ ପୁରୁଣା ହୋଇଯିବା ସହିତ ଅନେକ […]
HOME
କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖା ବଳଗଣ୍ଡିସ୍ଥିତ ମହାଭୋଇ ପୋଖରୀ ସମ୍ମୁଖକୁ ସ୍ଥାନାନ୍ତର ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଧବାର ପୂର୍ବାହ୍ନରେ ଏହି ସ୍ଥାନାନ୍ତରିତ ଶାଖାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]
ପଟ୍ଟାମୁଣ୍ଡାଇ ତା ୧୨/୮-ଦୀର୍ଘ ୨୦ ବର୍ଷ ଧରି ଦେଶ ସୁରକ୍ଷା ଦାୟିତ୍ୱରେ ରହି ଦେଶ ସେବା ରେ ବଳିଷ୍ଠ ଯୋଗଦାନ ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ବାଛରା ପଞ୍ଚାୟତ ମଣ୍ଡପଡ଼ା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସୁପୁତ୍ର ସମାଜ ପ୍ରଧାନ ସମ୍ପ୍ରତି ନିଜ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରି ଜନ୍ମମାଟିର ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଦେଶ ସେବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ […]
ପଟ୍ଟାମୁଣ୍ଡାଇ ତା ୧୨/୮- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତ୍ରିଭୁବନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାଟକୁ ନିଆଯାଇଛି । ମାସାଧିକ କାଳ ଆୟୋଜିତ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗତ ମାସ ୧୧ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଉଦଘାଟନ କରିଥିଲେ । ବଡ଼ମୋହନପୁର ପଂଚାୟତ ନୀଳକଣ୍ଠପୁର ସମେତ ଆଖପାଖ ବିଭିନ୍ନ ଅଂଚଳରେ ବୃକ୍ଷରୋପଣ କରାଯାଇଥିଲା । […]
କେନ୍ଦ୍ରାପଡା୧୧ା୮: ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୮୩ତମ ଅଧିବେଶନ ମୀରପାଟଣା ଗ୍ରାମ ସ୍ଥିତ କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର କାର୍ଯ୍ୟାଳୟ ପରିସରରେ ସଭାପତି ଡ଼ଃ ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଧିବେଶନ ଆରମ୍ଭରେ ସମ୍ପାଦକ କରୁଣାକର ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ସଂଘର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର […]
କେନ୍ଦ୍ରାପଡା ୧୧/୮: ପୁନର୍ବାସର ବିଭିନ୍ନ ପ୍ରକଳ୍ପରେ ଥେରାପି ସେବା ଗ୍ରହଣ କରିଥିବା ସ୍ୱତନ୍ତ୍ର ଶିଶୁହିତାଧିକାରୀ ଅଭିଭାବକଙ୍କ ବୈଠକ ମାଧପୁରସ୍ଥିତ ଥେରାପି ସେର ଫର୍ ଚିଲ୍େଡ୍ରନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହସମ୍ପାଦକ ବଂଶୀଧର ମହାନ୍ତି ଏବଂ କୋଷାଧ୍ୟକ୍ଷ ଶିବ ଚରଣ ସାମଲ ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଅଭିଭାବକମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ଅଭିଜ୍ଞତା ଓ ପରାମର୍ଶଗୁଡ଼ିକୁ ଶୁଣିଥିଲେ […]
କେନ୍ଦ୍ରାପଡ଼ା ୧୧/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଆଗଡ଼ ଭାତୁଆଠାରେ ଏକ ବୋଲବମ୍ ସେବା ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି (ସଂଗଠନ) ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଏହି ସେବା ଶିବିର ଆୟୋଜିତ ହୋଇଥିବାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡା. ଦେବସ୍ମିତା ଶର୍ମା ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆରଜିପିଆରଏସ କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ ରାଜେଶ କୁମାର […]
ପଟ୍ଟାମୁଣ୍ଡାଇ ୧୧/୮ -ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରିବା ପରେ ଜିଲାପାଳ ରଘୁରାମ ଆର. ଆୟର ସିଧାସଳଖ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗସ୍ତ ସମୟରେ ଜିଲାପାଳ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସାକ୍ଷାତ କରିଥିଲେ। ସେ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ମାଗଣାରେ ଔଷଧ ମିଳୁଛି […]
ପଟ୍ଟାମୁଣ୍ଡାଇ ତହସିଲରେ ରାଜସ୍ୱ ଜନଶୁଣାଣି ରାସ୍ତାକିସମରେ ଗୋଷ୍ଠୀଶୌଚାଳୟ ନିର୍ମାଣକୁ ବିରୋଧ ପଟ୍ଟାମୁଣ୍ଡାଇ ୧୧/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର ଆୟର ଯୋଗଦେଇ ମୋଟ ୧୧ ଜଣ ଆବେଦନକାରୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ତେବେ ଅନ୍ୟପଟେ ସରକାରୀ ରାସ୍ତା କିସମ ଜମିରେ ବେଆଇନ ଗୋଷ୍ଠୀ ଶୌଚାଳୟ ନିର୍ମାଣ ବିରୋଧରେ ତହସିଲ […]
କେନ୍ଦ୍ରାପଡ଼ା,୧୦ା୮:ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ତୁଳସୀ ସଂସ୍କୃତ ବିଦ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ପଣ୍ଡିତ ସୁବାସ ଚନ୍ଦ୍ର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ତ୍ରିପାଠୀ, ପରୀକ୍ଷା ସଞ୍ଚଳକ କୃଷ୍ଣଚନ୍ଦ୍ର ମିଶ୍ର, ଅଷ୍ଟସମ୍ଭୁ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ରତ୍ନାକର ଦାସ ଓ ନିଖିଳ […]

