ବିପିସିଏଲ ଗ୍ୟାସ୍ ପକ୍ଷରୁ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ୧୮/୯ – ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଗ୍ୟାସ୍ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରପାଳିକା ଅଂଚଳରେ ପାଇପ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍ ବ୍ୟବହାର ସମ୍ପର୍କରେ ଶୁକ୍ରବାର ଏକ ଜନସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଘରୋଇ ପିଏନଜି କିଓସ୍କର ଉଦ୍‌ଘାଟନ, ପ୍ରମୋସନାଲ୍ ଭେହିକଲ୍‌ର ଶୁଭାରମ୍ଭ ଏବଂ ଡୋମେଷ୍ଟିକ୍ ପ୍ରମୋସନାଲ୍ ୱାକାଥନ୍ ଆୟୋଜିତ ହୋଇଥିଲା। ୱାକାଥନ୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ପିଏନଜିର ଉପକାରିତା ଏବଂ ଉପଲବ୍ଧତା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ଓ ନିର୍ବାହୀ ଅଧିକାରୀ ରଞ୍ଜନ ଦାସ ଉପସ୍ଥିତ ରହିେଓଯାଗ ଦେଇଥିଲେ । ଏଥିରେ ପିଏନଜି ଏକ ସ୍ୱଚ୍ଛ ଓ ସୁବିଧାଜନକ ଘରୋଇ ଇନ୍ଧନ, ଯାହା ପାଇପ୍ ମାଧ୍ୟମରେ ନିରନ୍ତର ଯୋଗାଣ ହୋଇଥାଏ। ଏଥିପାଇଁ ଏଥିପାଇଁ ସିଲିଣ୍ଡର ବୁକିଂ, ସଂରକ୍ଷଣ ଓ ଘରକୁ ସିଲିଣ୍ଡର ଆଣିବାର ଆବଶ୍ୟକତା ରହେ ନାହିଁ। ପିଏନଜି ବ୍ୟବହାରରେ ଅଧିକ ସୁବିଧା, ନିରନ୍ତର ଯୋଗାଣ, ସହଜ ବ୍ୟବହାର ଏବଂ ତୁଳନାମୂଳକ ଭାବେ କମ୍ ପରିବେଶ ପ୍ରଦୂଷଣ ଭଳି ସୁବିଧା ମିଳିଥାଏ ବୋଲି କର୍ମକର୍ତା ମାନେ ବୁଝାଇଥିଲେ। ପରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ପ୍ରତି ସାମୂହିକ ଦାୟିତ୍ୱର ବାର୍ତା ଦେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ସେଲ୍ସ ଅଫିସର ଅନିମେଶ ଯାଦବ, ଇଞ୍ଜିନିୟର ସେଫ୍ଟି ଅଫିସର ପୃଥ୍ୱୀରାଜ ଦାସ, ଓ ଇଞ୍ଜିନିୟର ରୋହିତ ପ୍ରଧାନ, ଓ ଧ୍ରୁବ ଶୈଳେଶ କୁଭାର କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ।

Next Post

ପଟ୍ଟାମୁଣ୍ଡାଇରେ ଆଦର୍ଶ ଥାନା ପୋଲିସର "ଡିଜେ ଗାଡ଼ି ଜବତ' ଅଭିଯାନ: କଷଣଅଣ୍ଟା ନିକଟରୁ ଆଉ ଗୋଟିଏ ଗାଡ଼ି ଜବତ

Fri Sep 18 , 2026
ପଟ୍ଟାମୁଣ୍ଡାଇ୧୮/୯- ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପକ୍ଷରୁ ଡିଜେ ଗାଡ଼ି ଜବତ ଅଭିଯାନ ଜୋରଦାର ଚାଲିଛି। ବେଆଇନ ଡିଜେ ବଜାଉଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସ ଗତକାଲି ଚଢ଼ାଉ ବେଳେ ପୋଲିସ ନିୟମ ସଂପୂର୍ଣ୍ଣ ଉଲ୍ଲଂଘନ କରି ବାଜୁଥିବା ଦୁଇଟି ଡିଜେ ଗାଡ଼ିକୁ ଜବତ କରିଥିବା ବେଳେ, ଶୁକ୍ରବାର ରାତ୍ରୀରେ ପୁଣି କଷଣଅଣ୍ଟା ନିକଟରୁ ଆଉ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading