ଗାଁସାଥୀଙ୍କ ଡାଟାବେସ ସଠିକ ଭାବେ ପ୍ରସ୍ତୁତ ପାଇଁ ଦାବି , ରାଜ୍ୟ ସରକାରଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କର-ଗାଁସାଥୀ ସଙ୍ଘ

blank

କେନ୍ଦ୍ରାପଡ଼ା,୨୧ା୮: ଗାଁସାଥୀଙ୍କ ଡାଟାବେସ ସଠିକ ଭାବରେ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଠାଇବାକୁ ଗାଁସାଥୀ(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ୯ଟି ବ୍ଲକକୁ ଏସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟ ସରକାର ମାଗିଥିବା ସମସ୍ତ ତଥ୍ୟ ଯୋଗାଇ ଦିଆଯିବାକୁ ଗାଁସାଥୀ(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଏସମ୍ପର୍କରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାରଙ୍କ ଉପରୋକ୍ତ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରୁ ଗାଁ ସାଥୀମାନଙ୍କ ସଠିକ ଡାଟାବେସ ପ୍ରସ୍ତୁତ କରାଯାଇ ଚଳିତ ଅଗଷ୍ଟମାସ ୧୬ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ପଠାଯିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଏହି ଜିଲ୍ଲାର କେତେକ ବ୍ଲକ ରାଜ୍ୟ ସରକାରଙ୍କ ଏସମ୍ପର୍କିତ କୈାଣସି ନିର୍ଦେଶ ପାଇନଥିବା କହୁଛନ୍ତି। ଗାଁସାଥୀ(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଶାଖାର କର୍ମକର୍ତ୍ତା ଓ ସେହି ବ୍ଲକରେ କାର୍ଯ୍ୟରତ ଗାଁସାଥୀ(ମେଟ୍‌)ମାନେ ସେମାନଙ୍କ ବ୍ଲକ କତ୍ତୃପକ୍ଷଙ୍କୁ ଏଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବାବେଳେ ସେମାନେ କିନ୍ତୁ ସହଯୋଗ ପାଉନଥିବା ଅଭିଯୋଗ କରିଛନ୍ତି। ତେଣୁ ସରକାରଙ୍କ ଉପରୋକ୍ତ ନିର୍ଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ଜିଲ୍ଲାର ୯ଟି ବ୍ଲକରେ କାର୍ଯ୍ୟରତ ସମସ୍ତ ଗାଁସାଥୀମାନଙ୍କ ଡାଟାବେସ ତୁରନ୍ତ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବାକୁ ଗାଁସାଥୀ(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ପକ୍ଷରୁ ସଭାପତି ଅନିଲ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା, କୁମାରେଶ ସାହୁ, ପରମାନନ୍ଦ ସାମଲ, ସୁଶାନ୍ତ ପରିଡା, କୁନ୍ତଳା ରାଉତ, ଉର୍ମିଳା ମହାନ୍ତି, ଅନିଲ କୁମାର ପରିଡା, ଜ୍ୟୋସ୍ôନାରାଣୀ ପରିଡା, ଗିତାଞ୍ଜଳୀ ରଥ, ଜାନକୀ ମହାରଣା, ରୀତାଞ୍ଜଳି ଗୋଛାୟତ, ବାଇଧର ସେଠୀ, ବିଜୟ କୁମାର ରାଉତ, କୈାଶଲ୍ୟା ନାୟକ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଓ ସଦସ୍ୟମାନେ ସିଡିଓ ଶ୍ରୀ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚଳିତମାସ ୨୫ତାରିଖ ସୁଦ୍ଧା ଏହି ଡାଟାବେସ ରାଜ୍ୟ ସରକାରଙ୍କୁ ପ୍ରଦାନ କରାନଗଲେ ସେମାନେ ଆସନ୍ତା ୨୬ତାରିଖରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Next Post

ବରିଷ୍ଠ ନାଗରିକଙ୍କ କର୍ମକର୍ତ୍ତାଙ୍କ ନିର୍ବାଚନ

Thu Aug 21 , 2025
କେନ୍ଦ୍ରାପଡ଼ା,୨୧ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତ ସଭାଗୃହରେ ବରିଷ୍ଠ ନାଗରିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କର ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ଯୋଗଦେଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ କରାଯାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading