କେନ୍ଦ୍ରାପଡ଼ା, ୨୩/୮ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା, ଗର୍ଭବତୀ କରାଇବା ପରେ ଜୋରଜବରଦସ୍ତ ଗର୍ଭପାତ କରାଇବା, ସୁନାଗହଣା ଓ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଆଧାରରେ ପାଟକୁରା ଥାନା ପୋଲିସ କେସ୍ ନମ୍ବର ୨୧୪/୨୦୨୬ ରୁଜୁ କରି ଅଭିଝୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପଟ୍ଟାମୁଣ୍ଡାଇ ୨୩/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ଜଳ କିଛି ପରିମାଣରେ ହ୍ରାସ ପାଇଥିଲେ ସୁଦ୍ଧା ଲୋକଙ୍କ ଜନଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ। ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ବି ବହୁ ଗ୍ରାମ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛିା ବିଚ୍ଛିନ୍ନ ହୋଇପଡ଼ିଥିବା ଗାଁଗୁଡ଼ିକୁ ଯାତାୟାତ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଛି। ମାଟିଚାଳ ଘରେ ରହୁଥିବା ଶହ […]

ପଟ୍ଟାମୁଣ୍ଡାଇ୨୩/୮ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଦ୍ୱାରା ଏକ ବଡ ଡକାୟତି ଯୋଜନା ପଣ୍ଡ ହୋଇଛି। ସହରର ବିଭିନ୍ନ ସପିଂ ମଲ୍‌, ମାର୍କେଟ କମ୍ପେ୍ଲକ୍ସ, ଘର ଓ କ୍ୱାର୍ଟର୍ସରୁ ଲୁଟପାଟ ପାଇଁ ଚକ୍ରାନ୍ତ କରୁଥିବା ବେଳେ ପୋଲିସ ୪ ଜଣ ଦୁର୍ବୃତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଦଳ ଶନିବାର ରାତି ପ୍ରାୟ ୨ଟା […]

କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପ୍ରତିଯୋଗିତା ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନିମ୍ନମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, […]

କେନ୍ଦ୍ରାପଡ଼ା ୨୨/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ରିଲିଫ୍ ସହାୟତା ପହଁଚାଇବା ଉଦ୍ଦେଶ୍ୟରେ ଏଡିଏମ୍ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଏଡିଏମ୍ (ସାଧାରଣ)  ନବକ୍ରିଷ୍ଣ ଜେନା ଆଜି ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏଡିଏମ୍ ଦ୍ୱୟ ଅଳପୁଆ, ତରଡିପାଳ ଓ ସିଂହଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ […]

କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବି କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବନ୍ୟାବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସୀମା ଟପିଯାଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଚାରିଆଡ଼େ ଜଳପ୍ଲାବନ ହେତୁ ଲୋକେ ଗୃହହୀନ ହୋଇ ସୁରକ୍ଷିତ ସ୍ଥାନ, ନଦୀବନ୍ଧ […]

ଅଳଭାରେ ବିପଦ ସଂକେତ ଉପରେ ଜଳସ୍ତର ନେତାଙ୍କ “ଫୋଟୋସେସନ୍‌’କୁ ନେଇ କ୍ଷୋଭ ପଟ୍ଟାମୁଣ୍ଡାଇ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ୧୪ଟି ପଂଚାୟତ ଓ ପୌରାଂଚଳର ୧୧ ୱାର୍ଡରେ ଦ୍ୱିତୀୟ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରୂପ ଧାରଣ କରିଛି। ଦୀର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ। ଯଦିଓ ଜଳସ୍ତରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ତଥାବି ଅଳଭାଠାରେ ବିପଦ ସଂକେତ […]

ପଟ୍ଟାମୁଣ୍ଡାଇ ୨୧/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତର ନାହିଆଡ଼ିଆ ଗ୍ରାମରେ ଏକ ଶୋକାକୁଳ ଓ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ୩୫ ବର୍ଷୀୟ ଯୁବକ ଅନିର୍ବାଣ ବିଶ୍ୱାଳଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଅନିର୍ବାଣ ଦୀର୍ଘ ଦିନ ଧରି ଭାରତୀୟ ଜନତା […]

ପଟ୍ଟାମୁଣ୍ଡାଇ ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]

କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୬ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି […]

Breaking News