କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶା ଅଧିବକ୍ତା ପରିଷଦର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପରିଷଦର ୩୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ସମାରୋହରେ ସମ୍ପାଦକ ସମର କେଶରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.)ର ଓଡ଼ିଶା […]
HOME
କେନ୍ଦ୍ରାପଡ଼ା,୨୫ା୯:ବାତ୍ୟାର ପ୍ରଭାବ କେନ୍ଦ୍ରାପଡାରେ ବିଶେଷ ଭାବରେ ନାହିଁ। ଏନେଇ ପାଣିପାଗ ବିଭାଗ ସୂଚନା ଦେଇସାରିଛି। ଲୋକମାନେ ଆତଙ୍କିତ ନହେବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିସାରିଛି। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ କେବଳ ଝିପି ଝିପି ବର୍ଷା ହେଉଛି। କିନ୍ତୁ ଏହି ଆଳରେ ବିଦ୍ୟୁତ ବିଭାଗ ମନମାନୀ କରୁଛି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ପଡୋଶୀ ଜିଲ୍ଲା ଯାଜପୁରର ବରୀ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ବିଦ୍ୟୁତକାଟ ସମସ୍ୟା ଲାଗି […]
ଇନଭର୍ଟର ଓ ସୋଲାର କମ୍ପାନୀକୁ ଫାଇଦା କମ୍ପାନୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ନେଇ ଚର୍ଚ୍ଚା ପାଠପଢ଼ାରୁ ବ୍ୟବସାୟ ସବୁ ଠପ୍, ପଟ୍ଟାମୁଣ୍ଡାଇ ୨୪/୯- କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବାଣିଜ୍ୟିକ ସହର ପଟ୍ଟାମୁଣ୍ଡାଇ ଓ ଏହାର ଆଖପାଖ ଅଂଚଳରେ ଅଘୋଷିତ ବିଦ୍ୟୁତ କାଟ ସୀମା ପାର କରିଛି। ଦିନକ ମଧ୍ୟରେ ଅନେକ ଥର ବିଦ୍ୟୁତ ସେବା ବ୍ୟାହତ ହେଉଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ାଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ […]
କେନ୍ଦ୍ରାପଡ଼ା,୨୫ା୯:ଲଗାଣ ବର୍ଷାରେ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀଛକ ନିକଟରେ ନିର୍ମାଣାଧୀନ ରାସ୍ତାର ପ୍ରାୟ ଏକଶହ ମିଟର ରାସ୍ତା ଧସିଯାଇଛି। ଘଟଣା ପରେ ଚଣ୍ଡିଖୋଲ-ପାରାଦୀପ -୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣାଧୀନ ରାସ୍ତାର ଗୁଣବତ୍ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ମାଟି ଠିକ୍ ଭାବେ ଜମା ଓ ସଂଘନୀକରଣ କରାଯାଇନଥିବାରୁ ଲଗାଣ ବର୍ଷାରେ ସେହି ମାଟି […]
କେନ୍ଦ୍ରାପଡ଼ା, ୨୫ା୯: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। କେଉଁଝର ଜିଲ୍ଲାର ଧରଣୀଧର ଇନଡୋର ଷ୍ଟାଡିୟମରେ ଗତ ୨୧ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ସ୍କୁଲ ଗେମ ଫେଡେରେସନ ଅଫ ଇଣ୍ଡିଆ (ଏସ.ଜି.ଏଫ.ଆଇ) ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କେଉଁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି […]
କେନ୍ଦ୍ରାପଡା ୨୩/୯: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗ୍ରାମସଭାକୁ “ସମାବେଶୀ ଗ୍ରାମସଭା” ରୂପେ ଘୋଷଣା କରାଯିବା ନିମନ୍ତେ ପୁନର୍ବାସ ପକ୍ଷରୁ ପ୍ରସ୍ତାବ ପ୍ରଦାନ କରାଯାଇଛି। ଘୋଷିତ ଗ୍ରାମସଭାଗୁଡିକରେ ଉକ୍ତ ଗ୍ରାମର ଦିବ୍ୟାଙ୍ଗମାନେ ସାମିଲ ହୋଇ ପାରିଲେ,ଜୀ- ରାମ୍-ଜୀ,ସର୍ବସାଧାରଣ ଅନୁଷ୍ଠାନରେ ପ୍ରବେଶ ସୁଗମ୍ୟତା ଓ ଆବଶ୍ୟକ ସହାୟକ ଉପକରଣ ପ୍ରଭୃତି ଗ୍ରାମସଭାର ଅନୁମୋଦନ ପ୍ରାପ୍ତ ହେଲେ ସରକାରଙ୍କ ପକ୍ଷରୁ ଏହି ଦିଗ ପ୍ରତି ଆବଶ୍ୟକ […]
କେନ୍ଦ୍ରାପଡ଼ା ୨୩/୯ : କେନ୍ଦ୍ରାପଡ଼ା ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଏବଂ ସମ୍ବର୍ଦ୍ଧନା ପର୍ବ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ […]
ଭିଡିଓ କଲ୍ ମାଧ୍ୟମରେ ପରିବାର ସହିତ ପୁନଃସଂଯୋଗ ପଟ୍ଟାମୁଣ୍ଡାଇ ୨୩/୯ -ଦୀର୍ଘ ୩୫ ବର୍ଷର ଦୁଃଖ, ଅପେକ୍ଷା ଓ ଅନିଶ୍ଚିତତାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ନିଖୋଜ ହୋଇ ହିମାଂଚଳ ପ୍ରଦେଶରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତର ପ୍ରମିଳା ମଲିକ ନିଜ ଭିଟାମାଟିକୁ ଫେରିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶ ପ୍ରଶାସନର ମିଶନ ଅପନୋ ତକ୍ର ନିରନ୍ତର ପ୍ରଚେଷ୍ଟା ଏବଂ ଓଡ଼ିଶା ପୋଲିସର […]
ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପେଣ୍ଠପାଳ ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ୧୧ ବର୍ଷୀୟ ନାବାଳକ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଉଛନ୍ତି ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ୧୧ ବର୍ଷର ପୁଅ ପ୍ରକାଶ ବିଶ୍ୱାଳ ବୋଲି ଜଣାପଡିଛି। ପ୍ରକାଶ ପେଣ୍ଠପାଳ ପ୍ରୋଜେକ୍ଟ ସ୍କୁଲରେ ପଂଚମ ଶ୍ରେଣୀରେ ପଢ଼ୁଥିଲେ। ବୁଧବାର କୌଣସି କାରଣବଶତଃ […]
ପଟ୍ଟାମୁଣ୍ଡାଇ ୨୩/୯ – ଗତ କିଛି ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଅଞ୍ଛଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟରେ ପାଣିର ସୁଅ ଛୁଟୁଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ବର୍ଷା-ପବନର ପ୍ରକୋପ ମଧ୍ୟରେ ପଟ୍ଟାମୁଣ୍ଡାଇସ୍ଥିତ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ୟାଙ୍କ ପାଖରେ ଥିବା ଏକ ବିରାଟ କଦମ୍ଭ ଗଛ ହଠାତ୍ ଉପୁଡ଼ି […]

