କେନ୍ଦ୍ରାପଡ଼ା,୨୯ା୪:ସହର ଉପକଣ୍ଠ ଆଇନ ମହାବିଦ୍ୟାଳୟ ସରଣୀସ୍ଥିତ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ସଭାଗୃହରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମଧୁବାବୁଙ୍କୁ ଓଡିଆ ଅସ୍ମିତାର ଅଗ୍ରଧାବକ ରୂପେ ଅଭିହିତ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ […]

କେନ୍ଦ୍ରାପଡ଼ା,୨୯ା୪ : କେନ୍ଦ୍ରାପଡା ଜିଲ୍ଲା ସିଟୁ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଗୁଡିକର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକନେତା ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନରେ ଟ୍ରେଡ ୟୁନିଅନ ଆଇନ ବଦଳରେ ୪ଟି ଶ୍ରମକୋର୍ଡ ଗଠନ ଓ ଶ୍ରମିକ କଲ୍ୟାଣ ବୋର୍ଡର ରାଜନୀତିକରଣକୁ ବିରୋଧ, ପାଚିକା ଓ ଆଶାମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ସହ ମାସିକ ବେତନ […]

କେନ୍ଦ୍ରାପଡା,୨୯ା୪: ରାଜ୍ୟ ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ସହାୟତାରେ କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଚଳିତ ମାସ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଭାରୋତ୍ତଳନ ଶିବିର ୨୯ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରର ଉଦ୍‌ଯାପନ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର […]

କେନ୍ଦ୍ରାପଡା ୨୯/୪- ଓଡିଶା ତଥା କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର ଆର୍ଟ ଏକାଡେମୀ ତରଫରୁ ରଜ୍ୟସ୍ତରୀୟ ମା ଝଙ୍କଡ଼ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଝଙ୍କଡ଼ ମହୋତ୍ସବର ଲକ୍ଷ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]

କେନ୍ଦ୍ରାପଡା,୨୯ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଆଳି ଏକାଦଶ ମଢିଆଳର ନ୍ୟାସନାଲ କ୍ରିକେଟ୍ କ୍ଲବକୁ ହରାଇ ଅଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟ୍ରଫି ହାସଲ କରିଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ […]

ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ କେନ୍ଦ୍ରାପଡ଼ା,୨୯ା୪ : କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର “ଜୟବାପୁ ଜୟ ସମ୍ବିଧାନ”କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲା ଓ ୯ଟି ବ୍ଲକରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ […]

ପଟ୍ଟାମୁଣ୍ଡାଇ ୨୯/୪– ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲାତିରୁ ଦେଶ ସେବା ସମାଜସେବା କରୁଥିଲେ। ସେ କେବେ ତାଙ୍କ ଜୀବନରେ ସାଲିସ କରିନାହାନ୍ତି। ସେ ସମାଜ ସଂସ୍କାରକ ଥିଲେ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଚିରସ୍ମରଣୀୟ। ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ଇଂରାଜୀ ଭାଷା ଓ ତାଙ୍କ ଆଇନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରି ସଫଳ ହୋଇଥିଲେ। ପରାଧୀନ ଓଡିଶାର ପ୍ରଥମ ଓଡିଆ ଭାଵେ ଓଡ଼ିଶା ତଥା ଓଡିଆର […]

ପଟ୍ଟାମୁଣ୍ଡାଇ ତା ୨୮/୪-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପକ୍ଷରୁ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ ବିପ୍ଲବୀ କବି ଅଶୋକ ପରିଡା ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର ମୁଖ୍ୟଵକ୍ତା,କବି ଅନ୍ତର୍ଯ୍ୟାମୀ ବେଜ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, […]

କେନ୍ଦ୍ରାପଡ଼ା,୨୮ା୪:କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନ ଲିଗ ମ୍ୟାଚ ସ୍କୁଲ-ବି ଓ ସ୍କୁଲ-ଏଫ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ବି ବିଜୟୀ ହୋଇଛି। ସ୍କୁଲ-ବିି ପ୍ରଥମେ ଟସ ଜିତି ବ୍ୟାଣ୍ଟି କରିଥିଲା। ସ୍କୁଲ-ବି ବ୍ୟାଟିଂ କରି ୨୪.୫ ଓଭରରେ ୧୫୧ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ସ୍କୁଲ-ଏଫ […]

କେନ୍ଦ୍ରାପଡ଼ା,୨୮ା୪ : ନହଙ୍ଗ ପଞ୍ଚାୟତର ମା’ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ଉପସଭାପତି ଦିବାକର ନାୟକ ସଭାପତିତ୍ୱ କରିଥିଲେ। ସହ ସମ୍ପାଦକ ନିକୁଞ୍ଜ ବିହାରୀ ପୃଷ୍ଟି ପୂର୍ବ ଅଧିବେସନର ବିବରଣୀ ପାଠ କରିଥିଲେ। ବୈଠକ ପ୍ରାରମ୍ଭରେ କାଶ୍ମୀରିର ପହେଲଗ୍ରାମରେ ଘଟିଥିବା ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହ ଏଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ ୨ମିନିଟ ନିରବ […]

Breaking News