>

କେନ୍ଦ୍ରାପଡ଼ା,୧୬/୬- ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ବିକାଶ ମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡର ଅଗ୍ରଣୀ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗିତ ସଦନ ଅଂଶଗ୍ରହଣ କରି ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଲିଭିଯାଇଥିବା ପାରମ୍ପରିକ ନୃତ୍ୟ ଯଥା ଧୁଡୁକୀ, ବାରମାସୀ, ଦେମତା, ସମ୍ବଲପୁରୀ ଓ ଝାମୁ ଡାଳି ଇତ୍ୟାଦି ଚିତାକର୍ଶକ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ନୃତ୍ୟକୁ […]

ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ପଟ୍ଟାମୁଣ୍ଡାଇ ୧୬/୬– କୃଷିଭିତିକ ପବିତ୍ର ରଜ ପର୍ବ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ଣ୍ଣବିଭାର ସମ୍ପାଦିକା ସରସ୍ୱତି ବେହେରାଙ୍କ ଉପସ୍ଥିତିରେ ସଭାପତି,ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତକବି ପତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ବିଶିଷ୍ଠ କବି ଗାନ୍ଧିବାଦୀ ଗବେଷକ ଶୈଳେଜ […]

ଭୁବନେଶ୍ୱର,୧୫/୬-କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ହଇଜା । ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି ହଇଜା । ଏଥିରେ ଲୋକଙ୍କ ପ୍ରାଣହାନୀ ବି ଘଟିଛି। ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। ନବୀନ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, […]

ପୁଣେ,୧୫ା୬- ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ କେତେଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍ଏଫ୍ କର୍ମଚାରୀ ଓ ପୋଲିସ ନିୟୋଜିତ ହୋଇଛନ୍ତି। ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍ ଉଦ୍ଧାର […]

ଯାଜପୁର ୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ବରୀ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଂଚଳରେ ୨ ସପ୍ତାହ ପାଇଁ ହୋଟେଲ, ଢାବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ତେଜରାତି, ମିଠା ଦୋକାନ ସହ ଫାଷ୍ଟଫୁଡ, ଚାଟ, ଗୁପଚୁପ ଆଦି ଦୋକାନ ସହ ଆଇସକ୍ରିମ ଓ ପାଣି ପାଉଚ କାରଖାନା ସହ ମାଛ, ଚିକେନ ଦୋକାନ […]

ପଟ୍ଟାମୁଣ୍ଡାଇ ୧୬/୬ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କାଠିଆପଡା ଯୁବକ ସଂଘ ପକ୍ଷରୁ (ମିଶନ ଲାଇଫ) ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କାଠିଆପଡା ଯୁବକ ସଂଘ ସମେତ ଆଖପାଖ ଗ୍ରାମର ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ରମାନେ ସାମିଲ ହୋଇ, କାଠିଆପଡା କେନାଲର ଉଭୟ ପାର୍ଶ୍ୱରେ ବର, ଓସ୍ତ, ବଉଳ, ନିମ୍ବ ଇତ୍ୟାଦି ଉପକାରୀ ଗଛ ଗୁଡିକ ଲଗାଇଥିଲେ। ଯୁବକ ସଂଘ ଏକ ମିଶନ […]

କେନ୍ଦ୍ରାପଡ଼ା,୧୫ା୬:କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ମହାବିଦ୍ୟାଳୟର ଗାନ୍ଧୀଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ତଥା ପୁରାତନ ଛାତ୍ର ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ମୁଖ୍ୟବକ୍ତା ଓ ପୈାରାଧ୍ୟକ୍ଷା ତଥା ପୁରାତନ ଛାତ୍ରୀ ସରିତା ସାହୁ ସମ୍ମାନୀତ ଅତିଥି […]

ପଟ୍ଟାମୁଣ୍ଡାଇ ୧୫/୬ – ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ରଙ୍ଗାରଙ୍ଗ୍ ସାଂସ୍କୃତିକ ବିଚିତ୍ରା “ରଜମଉଜ” ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ରଜ ସଂକ୍ରାନ୍ତି ରବିବାର ଦିନ ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନସିପୁର-ବଡ଼ମୂଳବସନ୍ତ ସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ପରିବେଷିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ “ରଜମଉଜ”କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥ୍ ଭାବେ ଗୁରୁଶ୍ରୀ ସମୀରଞ୍ଜନ […]

ଡେରାବିଶ, ୧୫ ।୦୬ (ବେବର୍ତା ଅଜୟ ଦାସ) – ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଦିନକୁ ଦିନ ତାହାର ପଡୋଶୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଏହାକୁ ନିଚ୍ଚନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିଲେ ସୁଦ୍ଧା ଏହି ସଂକ୍ରମଣ ଅନେକ ଜିବନ ନେଇ ସାରିଲାଣି। ଏହି ଏହି ଝାଡାବାନ୍ତି ସଂକ୍ରମଣ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାହାର ଉପସ୍ଥିତି ଜାହିର […]

ପଟ୍ଟାମୁଣ୍ଡାଇ ତା ୧୩/୬- ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।  ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ,ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି […]

Breaking News