ବନ୍ୟା ବିପନ୍ନଙ୍କ ସେବା କରି ଆଖି ବୁଜିଲେ ଯୁବ କାର୍ଯ୍ୟକର୍ତା ; ବନ୍ୟା ପାଣିର ବୁଡି ନିଖୋଜ ଥିଲେ , ଶୁକ୍ରବାର ମୃତଦେହ ଉଦ୍ଧାର

blank

ପଟ୍ଟାମୁଣ୍ଡାଇ ୨୧/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତର ନାହିଆଡ଼ିଆ ଗ୍ରାମରେ ଏକ ଶୋକାକୁଳ ଓ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ୩୫ ବର୍ଷୀୟ ଯୁବକ ଅନିର୍ବାଣ ବିଶ୍ୱାଳଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଅନିର୍ବାଣ ଦୀର୍ଘ ଦିନ ଧରି ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବା ସହ ଜନସେବାରେ ନିଜକୁ ନିୟୋଜିତ ରଖିଥିଲେ। ଗତ ବୁଧବାର ଦିନ ସେ ପେଣ୍ଠପାଳ ଅଂଚଳର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ବାଂଟୁଥିଲେ। ରିଲିଫ ବଂଟନ ଶେଷ କରି ରାତି ୧୧ରେ ସେ ନିଜ ଘରକୁ ଫେରୁଥିବା ସମୟରେ ଅସାବଧାନତାବଶତଃ ରାସ୍ତାରେ ପ୍ରବାହିତ ହେଉଥିବା ବନ୍ୟା ପାଣିର ପ୍ରବଳ ସ୍ରୋତରେ ବୁଡିିଯାଇଥିଲେ। ରାତିସାରା ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଏନେଇ ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗୁରୁବାର ସକାଳେ ୯ ଟାରେ ଚଉଦକୁଲା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାନ୍ତି ତତ୍ୱଧାନରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଂନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କାର ପତା ମିଳି ନଥିଲା । ମାତ୍ର ଶୁକ୍ରବାର ସକାଳୁ ଗ୍ରାମବାସୀମାନେ ନିକଟସ୍ଥ ବନ୍ୟା ପାଣିରେ ଅନିର୍ବାଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ଜଳରୁ ଉଦ୍ଧାର କରିବା ସହଏକ ।ପମୁତ୍ୟୁ ମାମାଲା ୧୩/୨୧/୮/୨୦୨୬ ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନିର୍ବାଣଙ୍କ ଅକାଳ ବିୟୋଗରେ ସମଗ୍ର ପେଣ୍ଠପାଳ ପଂଚାୟତ ଓ ନାହିଆଡ଼ିଆ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave a Reply

Next Post

ପଟ୍ଟାମୁଣ୍ଡାଇରେ ଦ୍ୱିତୀୟ ବନ୍ୟା ବିଭୀଷିକା, ବନ୍ୟା ୮ ଦିନ ପରେ ବି ହ୍ରାସ ପାଉନି ଦୁର୍ଦଶା

Fri Aug 21 , 2026
ଅଳଭାରେ ବିପଦ ସଂକେତ ଉପରେ ଜଳସ୍ତର ନେତାଙ୍କ “ଫୋଟୋସେସନ୍‌’କୁ ନେଇ କ୍ଷୋଭ ପଟ୍ଟାମୁଣ୍ଡାଇ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ୧୪ଟି ପଂଚାୟତ ଓ ପୌରାଂଚଳର ୧୧ ୱାର୍ଡରେ ଦ୍ୱିତୀୟ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରୂପ ଧାରଣ କରିଛି। ଦୀର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ। ଯଦିଓ ଜଳସ୍ତରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ତଥାବି ଅଳଭାଠାରେ ବିପଦ ସଂକେତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading