ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତା ପାଇଁ କେନ୍ଦ୍ରାପଡା ଦଳ ମନୋନିତ

blank
କେନ୍ଦ୍ରାପଡ଼ା,୨୮ା୬ :୬୧ତମ ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ଦଳ ମନୋନିତ ହୋଇଛି। ବ୍ରହ୍ମପୁରସ୍ଥିତ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୨୯ତାରିଖ ଠାରୁ ଜୁଲାଇମାସ ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାର ଜୁନିଅର ବାଳକ ଦଳ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମହମ୍ମଦ ତସିବ୍‌, ସେକ ଫଏଜୁଲ୍‌, ତଲା ଅହେମ୍ମଦ୍‌, ରିୟାନ ଦାସ, ସରଫରାଜ୍‌, ଅଫତାବ ବେଗ୍‌, ବିକାଶ ସୁନ୍ଦର, ବିଶ୍ୱାସ ସୁନ୍ଦର, ଶଙ୍କର ନାଥ, ବିଜ୍ଞାନ ନାଥ ପ୍ରମୁଖ ରହିଛନ୍ତି। ଖେଳାଳୀମାନଙ୍କୁ ମ୍ୟାନେଜର ତଥା କୋଚ ରୁଦ୍ରନାରାୟଣ ସାହୁ ସଙ୍ଗରେ ନେଇ ଶନିବାର ବ୍ରହ୍ମପୁର ଯାତ୍ରା କରିଛନ୍ତି। ଖେଳାଳୀମାନଙ୍କୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ ବାସ୍କେଟବଲ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁଭେଛା ଜଣାଇବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Next Post

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ

Sun Jun 29 , 2025
ପଟ୍ଟାମୁଣ୍ଡାଇ ୨୯/୬- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ ସମଗ୍ର ବିଶ୍ୱରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading