ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ବନ୍ୟା ପ୍ରପିଡିତ ପରିବାରକୁୁ ତୁରନ୍ତ ସହାୟତା ପ୍ରଦାନ ଦାବି

blank
କେନ୍ଦ୍ରାପଡ଼ା,୨୫ା୮:କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲାର ବନ୍ୟା ପ୍ରପିଡିତଙ୍କ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟି ସଭାପତି ଶ୍ରୀ ଦାସ କହିଲେ ଯେ କେନ୍ଦ୍ରପଡ଼ା ଜିଲ୍ଲା ସଂଗଠନର ସଦସ୍ୟବୃନ୍ଦ ବନ୍ୟା ପ୍ରଭାବିତ ଅନେକ ଅଞ୍ଚଳ ଗସ୍ତ କରି ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଦଳ ପକ୍ଷରୁ ଯାହା ସମ୍ଭବ ଆବଶ୍ୟକତା ଅନୁଯାୟୀ ସହଯୋଗର ପ୍ରୟାସ କରିଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବାଲିପାଟଣା,ତନୁପୁର, ବଙ୍ଗାଳଦିଆ, ବାଛରା,ଅଣ୍ଡରା, ବନ୍ୟା ପ୍ରଭାବିତ ପୌରାଞ୍ଚଳ ୱାର୍ଡ ଆଦି ସ୍ଥାନରେ ବନ୍ୟାଜଳର ପ୍ରଭାବ ଜନସାଧାରଣଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ସବୁଠୁ ଦୁଃଖ ଓ ପରିତାପର ବିଷୟ ଉକ୍ତ ପ୍ରପୀଡ଼ିତ ପରିବାର ମାନଙ୍କୁ ସରକାରଙ୍କ ପକ୍ଷରୁ ଘର ପିଛା ଏକ କେଜି ଚୁଡ଼ା ଓ କେଇ ଖଣ୍ଡ ବିସ୍କୁଟ ଦେଇ ପ୍ରଶାସନ ନିଜ ଦାୟିତ୍ୱରୁ ହାତ ଝାଡ଼ି ଦେଇଛି। ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟଗତ ଦୂର୍ଗତିର ଆଶଙ୍କା ଅତି ସଙ୍କଟମୟ ପରିସ୍ଥିତିରେ ଥିଲେ ମଧ୍ୟ ସେମାନଙ୍କ ନିକଟରେ କୌଣସି ଡାକ୍ତରୀ ଟିମ୍ କିମ୍ବା ଔଷଧ ପହଞ୍ଚି ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି। ବନ୍ୟା ପ୍ରପୀଡ଼ିତଙ୍କ ଖାଦ୍ୟ ସଙ୍କଟ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଥିଲେ ସୁଦ୍ଧା, ପ୍ରଶାସନ ହାତ ବାନ୍ଧି ବସିବା ନୈରାଶ୍ୟଜକ। ଦୀର୍ଘ ଦିନ ଧରି ସେମାନେ ଜଳବନ୍ଦୀ ଅବସ୍ଥାରେ ଥିଲେ ମଧ୍ୟ ଏଯାବତ୍ ପ୍ରଶାସନ ପକ୍ଷରୁ ସେମାନଙ୍କ ଗମନାଗମନ ନିମନ୍ତେ କୌଣସି ବ୍ୟବସ୍ଥିତ ଯୋଜନାର ଆପୂର୍ତି ନ କରିପାରିବା ଘୋର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟେ ସଚେତନ ରାଜନୈତିକ ଦଳ ପକ୍ଷରୁ ବନ୍ୟାଞ୍ଚଳ ପରିଦର୍ଶନ କରି ଆମ୍ଭେ ଯାହା ନିରିକ୍ଷଣ କଲୁ ତାହା ପ୍ରଶାସନର ବନ୍ୟା ବିପର୍ଯ୍ୟୟ ପରିଚାଳନାର ମହାତ୍ରୁଟିକୁ ଉଜାଗର କରୁଥିବା ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି।ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ତୁରନ୍ତ ଶୁଖୁଲା ଓ ରନ୍ଧା ଖାଦ୍ୟ ସମେତ ଶିଶୁ ଖାଦ୍ୟ ଯଥେଷ୍ଟ ମାତ୍ରାରେ ଯୋଗାଣ ସହ ବାହ୍ୟ ଜଗତରୁ ବିଛିନ୍ନ ବନ୍ୟା ପ୍ରପୀଡ଼ିତଙ୍କ ଗମନାଗମନ ଓ ରୋଗୀଙ୍କୁ ହସ୍ପିଟାଲ ପଠାଇବା ନିମନ୍ତେ ଯାତାୟତର ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ, ଡାକ୍ତରୀ ଟିମ୍ ପଠାଇ ବନ୍ୟାଞ୍ଚଳରେ ଦୂଷିତ ପରିବେଶ ଯୋଗୁଁ ପ୍ରଭାବିତଙ୍କ ରୋଗ ନିରୂପଣ ଏବଂ ଆବଶ୍ୟକୀୟ ଚିକିତ୍ସା ଓ ଔଷଧର ସୁବନ୍ଦୋବସ୍ତ, ପରିବେଶ ସୁରକ୍ଷା ପାଇଁ ବ୍ଲ୍ୱିଚିଂ ପାଉଡର ଓ ଅନ୍ୟ ରାସାୟନିକ ଦ୍ରବ୍ୟ ପ୍ରୟୋଗ, ଗୃହପାଳିତ ପଶୁ, ପକ୍ଷୀଙ୍କ ନିମନ୍ତେ ଯଥେଷ୍ଟ ଖାଦ୍ୟ ଯୋଗାଣ, ଚିକିତ୍ସା ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥାର ଉପଲବ୍ଧତା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିବା ସଭାପତି ଶ୍ରୀ ଦାସ କହିଥିଲେ।ଏଭଳି ଦୁଃସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସିଧାସଳଖ ଜଳବନ୍ଦୀ ଥିବା ଜିଲ୍ଲାବାସୀଙ୍କ ଅସୁବିଧା ସଂପର୍କରେ ଅବଗତ ରହିବା ସହ ବନ୍ୟା ପ୍ରଭାବିତଙ୍କ ସମସ୍ୟା ଗୁଡ଼ିକୁ ତ୍ୱରିତ ସମାଧାନ କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ବାନାମ୍ବର ସାହୁ, ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ସଂଗଠନ ସମ୍ପାଦକ କୁମୁଦ ପ୍ରସାଦ ରାଉତ ଓ କର୍ମକର୍ତ୍ତା ଆଇଏସ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading