ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନବଯୈାବନ ଦର୍ଶନ

blank
କେନ୍ଦ୍ରାପଡ଼ା,୨୬ା୬ : ନବ ଯୌବନ ରୂପରେ ଆଜି ଦର୍ଶନ ଦେଲେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉ। ତୁଳସୀକ୍ଷେତ୍ରରେ ଗୁରୁବାର ଶ୍ରୀବଳଦେବଜୀଉଙ୍କ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଭୀଷଣ ଜ୍ୱରରେ ପିଡିତ ଥିଲେ। ଭକ୍ତମାନଙ୍କୁ ଦର୍ଶନ ବାରଣ ଥିଲା। ଦୀର୍ଘ ପନ୍ଦର ଦିନ ପରେ ଭକ୍ତଙ୍କୁ ପ୍ରଭୁ ଦୁର୍ଲଭ ନବ ଯୌବନ ରୂପରେ ଦର୍ଶନ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜି ଶ୍ରୀଜୀଉଙ୍କ ନବ ଯୌବନ ଦର୍ଶନ କରିଥିଲେ। ଆଜି ପ୍ରତୁଷରୁ ପହୁଡ଼ ଖୋଲା ଯାଇ ନେତ୍ର ଦାନ ସମ୍ମୁଖ ଦର୍ପଣରେ କରାଯାଇଥିଲା। ପରେ ଜୟ ମଙ୍ଗଳା ଆଳତି ହୋଇଥିଲା। ଏହାପରେ ନୀତି ସ୍ନାନ, ନ୍ୟାସ ପ୍ରତିଷ୍ଠା, ହୋମ, ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ଏବଂ ପାର୍ଶ୍ୱ ଦେବତାଙ୍କୁ ନୂତନ ବସ୍ତ୍ର ପ୍ରଦାନ ପୂର୍ବକ ଭୋଗଲାଗି କରା ଯାଇଥିଲା। ଏହାପରେ ବଲଭ, ମଙ୍ଗଳାର୍ପଣ, ସକାଳ ଧୂପ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଆଳତି କରାଯାଇଥିଲା। ପରେ ମନ୍ଦିର ଚୁଡ଼ାରେ ନେତ ବନ୍ଧା ହୋଇଥିଲା। ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରିଥିବାରୁ ରାଜ ପୁରୋହିତଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା। ରାତ୍ରଧୂପ, ବଡ଼ସିଂହାର, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

Next Post

ଷଷ୍ଠ ଜିଲ୍ଲା ପରିଷଦ ବୈଠକ , ଖରାଦିନେ ନଳକୂପ ଖୋଳା ନ ଯିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ ସଭାପତି

Thu Jun 26 , 2025
କେନ୍ଦ୍ରାପଡ଼ା,୨୬ା୬:ଖରାଦିନ ଶେଷ ହୋଇଗଲା। କିନ୍ତୁ ନଳକୂପ ବସିଲା ନାହିଁ। ଜଳକ୍ଲୀଷ୍ଟ ଅଞ୍ଚଳର ଲୋକମାନେ ପାଣି ପାଇଁ ହାହାକାର ହେଲେ। ଲୋକେ ଜନ ପ୍ରତିନିଧିମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ। କିନ୍ତୁ ଅଧିକାରୀମାନେ ନଳକୂପ ଖନନ କଲେ ନାହିଁ। ଦାୟିତ୍ୱରେ ଥିବା ଅଧିକାରୀମାନେ ଏବେ ନଳକୂପ ଖନନ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି। ବର୍ତ୍ତମାନ ନଳକୂପ ଖନନ କଲେ ଅଳ୍ପ ଗଭୀରତାରେ ପାଣି ବାହାରିବ। ତେଣୁ ସେତିକି ଗଭୀର ପର୍ଯ୍ୟନ୍ତ ମାଟିରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading