ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ

blank
ପଟ୍ଟାମୁଣ୍ଡାଇ ୨୯/୬- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ହାଇସ୍କୁଲର ଓ ପଟ୍ଟାମୁଣ୍ଡାଇ ମାଟିର ଗୌରବ ଓ ଗାରିମା ବୃଦ୍ଧି କରିଛନ୍ତି । ଗତ ସରକାର ଏମ ଏନ ହାଇସ୍କୁଲ କୁ ସେଣ୍ଟର ଏଫ ଏକ୍ସଲେନ୍ସ ମାନ୍ୟତା ପ୍ରଦାନ କରି ହାଇସ୍କୁଲର ବିକାଶ ପାଇଁ ପର୍ଯ୍ୟ।ପ୍ତ ଅନୁଦାନ ଯୋଗାଇ ଦେଇଥିବାବେଳେ ସ୍କୁଲର ମଧ୍ୟାହ୍ନ ଭୋଜନ ଗୃହ ପାଇଁ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ପ୍ରକାଶ କରିବା ସହିତ ଏମ ଏନ ହାଇସ୍କୁଲ ଭିତ୍ତିଭୁମି ବିକାଶସହ ଶୈକ୍ଷିକ ପରିବେଶ ଓ ସାର୍ବିକ ବିକାଶ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏମ ଏନ ହାଇସ୍କୁଲର ଗୌରବ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏହି ସଭାରେ ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ, ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରଫେସର ଅର୍ଜୁନ ଚରଣ ନାୟକ,ପ୍ରଫେସର କୈଳାଶ ପାତ୍ର,ପ୍ରଫେସର ବିରଜା ମହାନ୍ତି, ନୃସିଙ୍ଘ ପ୍ରସାଦ ଚୌଧୁରୀ,ରବୀନ୍ଦ୍ର ସାହୁ,କାଉନସିଲର ଗୋପୀବଲ୍ଲଭ ନାୟକ, ଶିକ୍ଷାବିତ ସଚିନନ୍ଦନ ଦାସ, କବି ବ୍ରଜ ସୁନ୍ଦର ସାହୁ, ରାଜ୍ୟ ସଂଗଠକ ରାଜେନ୍ଦ୍ର ବର୍ମା, ଆଡ଼ଭୋକେଟ ପ୍ରମୋଦ ସାହୁ ଓ ସଂଜୀବ କର, ସାମ୍ବାଦିକ ପତିତପାବନ ଭଦ୍ର ଅକ୍ଷୟ ସାହୁ,  ଇଂ ତପନପାତ୍ର,  ଲଳିତ ଦାସମହାପାତ୍ର, ସଞ୍ଜୟ ବର୍ମା, ଗୁରୁପ୍ରସନ୍ନ ସାହୁ,  କୁମାରେଶ ନାୟକ, ରାଜେନ୍ଦ୍ର ଦାଶ, ନଟବର ସେଠୀ, ଇତିଶ୍ରୀ ଦାଶ, ଆଲୋକ ଧଳ, ସହକାରୀ ଶିକ୍ଷକ ଅଶୋକ ଦାଶ ଓ ଅନିତା ଧଳ ପ୍ରମୁଖ ଯୋଗ ଦେଇଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ପୁରାତନ ଛାତ୍ର ସଂସଦ ମୋ ସ୍କୁଲ ଅଭିଯାନ ଯୋଜନା ଉପରେ ଆଲୋକପାତ କରିଥିଲେ। ସ୍କୁଲର ଉନ୍ନତି କ୍ଷେତ୍ରରେ ପୁରାତନ ବିଦ୍ୟାର୍ଥୀ ମାନେ ଆଗକୁ ଆସି ସହଯୋଗ କରିବାକୁ ମତ ଦେଇଥିଲେ।ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପ୍ରମୋଦ ସାହୁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏମଏନ ହାଇସ୍କୁଲ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଇ ଅବସରରେ ସ୍କୁଲର ମାଟ୍ରିକ ଟପ୍ପର ଓ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀ, କ୍ରୀଡା ଓ ଏନ ସି ସି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ରମେଶ ଦେ ଧନ୍ୟବାଦ ଦେଇଥିଲେ ।

Next Post

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବର୍ଷା ଆସର , ମାସାନ୍ତ ରବିବାସରୀୟ କବିତା ପାଠ ଓ ସାହିତ୍ୟ ଆସର

Sun Jun 29 , 2025
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ଆନୁକୂଲ୍ୟର ମାସାନ୍ତ ରବିବାସରୀୟ ସାହିତ୍ୟ ଆସରର ବର୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମିଖ୍ୟ ଅତିଥି ଭାବରେ ଖ୍ରୀଷ୍ଟ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗଦାନ କରି ପରଂମ୍ପାରିକ ସାହିତ୍ୟରୁ ଆରମ୍ଭ କରି ଆଧୁନିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading