ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ଆସିଲା ପାଟରାକ୍ଷୀ

blank
କେନ୍ଦ୍ରାପଡ଼ା,୭ା୮:ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ଆସିଛି। ଆମ ସଂସ୍କୃତିର ଅନନ୍ୟ ପର୍ବ ହେଉଛି ପବିତ୍ର ରକ୍ଷା ବନ୍ଧନ। ଏହି ଦିନରେ ସମସ୍ତ ଭଗିନୀମାନେ ତାଙ୍କ ଭାଇଙ୍କ ହସ୍ତରେ ରକ୍ଷା ବନ୍ଧନ କରିଥାନ୍ତି। ଶ୍ରୀବଳଭଦ୍ର ମହାପ୍ରଭୁ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମା’ ସୁଭଦ୍ରା ରକ୍ଷା ବନ୍ଧନ କରିଥାନ୍ତି। ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମ ଦିବସ। ପୁରୀ ଶ୍ରୀକ୍ଷେତ୍ରରୁ ମା’ ସୁଭଦ୍ରା ପ୍ରତି ବର୍ଷ ତାଙ୍କ ବଡଭାଇ ବଡ଼ ବାଡ ସାମନ୍ତ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଅଧିପତି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନିକଟକୁ ପାଟରାକ୍ଷୀ ପଠାଇଥାନ୍ତି। ସେହି ପରମ୍ପରା ଅନୁସାରେ ପାଟରାକ୍ଷୀ ଶୋଭାଯାତ୍ରା ମହା ଆଡମ୍ବରରେ ଶ୍ରୀକ୍ଷେତ୍ର ପୁରୀ ଧାମରୁ ବାହାରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଗୁରୁବାର ପହଞ୍ଚିଛି। ପ୍ରତି ବର୍ଷ ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ପକ୍ଷରୁ ଏହି ଭବ୍ୟ ଆୟୋଜନ କରାଯାଇଥାଏ। ତୁଳସୀ କ୍ଷେତ୍ରାଧୀପତିଙ୍କ ନିକଟକୁ ଆସିଥିବା ଏହି ପାଟରାକ୍ଷୀ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ପହଞ୍ଚିବା ପରେ ସେହି ପାଟରାକ୍ଷୀକୁ ସହରର ସମସ୍ତ ସ୍ଥାନ ମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଥିଲା। ତେବେ ଚଳିତ ବର୍ଷ ପରିଷଦର ଆନ୍ତର୍ଜାତୀୟ ସଭାପତି ତଥା ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶମହାପାତ୍ର, ପାଟସେବା ସଙ୍ଘ ପକ୍ଷରୁ ସୁରେଶ କୁମାର ପାଣିଗ୍ରାହୀ, ହିମାଂଶୁ ଶେଖର ସାହୁ, ବିଜୟ ପୃଷ୍ଟି, ଶୁଭେନ୍ଦୁ ସାହୁ, ଦୁର୍ଗା ଚରଣ ବେହେରା, ରାଜ୍ୟ ସଭାପତି ଆଶିଷ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ବିଭୁପ୍ରସାଦ ପୃଷ୍ଟି ଓ ଅନ୍ୟ ସଦସ୍ୟଙ୍କ ଦ୍ୱାରା ଆସିଥିବା ଏହି ରାକ୍ଷୀକୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଦେବତ୍ତୋର ସଂସ୍ଥା ଓ ବଳଦେବ ସେନା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମନ୍ଦିର ଦେବତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଧିରେନ୍ ସାହୁ, ହୃଷୀକେଶ ରଥ, ସେବକ ଟ୍ରଷ୍ଟି ନୃଷିଂହ ପ୍ରସାଦ ପତ୍ରୀ,ସୁପରଭାଇଜର ନୃସିଂହ ଚରଣ ପତ୍ରୀ ଓ ଜ୍ୟୋତିରଞ୍ଜନ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶମହାପାତ୍ର ପାଟରାକ୍ଷୀକୁ ବଡ଼ପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କୁ ପ୍ରଦାନ କରିଥିଲେ। ସେହି ପାଟରାକ୍ଷୀକୁ ଭଣ୍ଡାର ଗୃହରେ ରଖାଯାଇଥିଲା। ଆସନ୍ତା ଶନିବାର ରକ୍ଷାବନ୍ଦନ ଓ ଶ୍ରୀବଳଦେବଜୀଉଙ୍କ ଜନ୍ମଉତ୍ସବରେ ଶ୍ରୀଜୀଉମାନଙ୍କୁ ଏହି ପାଟରାକ୍ଷୀ ଲାଗି କରାଯିବ। ବଳଦେବ ସେନା ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଟରାକ୍ଷୀ ଶୋଭାଯାତ୍ରାରେ ଆସିଥିବା ଭକ୍ତ ବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପାରମ୍ପରିକ ବାଦ୍ୟ ଓ ଘଣ୍ଟିଘଣ୍ଟାର ଆୟୋଜନ କରାଯାଇ ଯାତ୍ରୀ ନିବାସରୁ ଶ୍ରୀବଳଦେବଜୀଉଙ୍କ ସିଂହଦ୍ୱାର ନିକଟକୁ ପାଛୋଟି ନିଆଯାଇଥିଲା। ବରିଷ୍ଠ ଦଇତାପତି ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଓ ଅନ୍ୟ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସ୍ୱରୂପ ପୁରୀ ସେବାୟତଙ୍କ ପକ୍ଷରୁ ବଳଦେବ ସେନାକୁ ଶ୍ରୀମହାପ୍ରସାଦ ଓ ରାକ୍ଷୀ ପ୍ରଦାନ କରାଯାଇଥିଲା। ଏହି ସମୟରେ ସେନାର ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମର ବାରିକ, ଉପସଭାପତି ନିରଞ୍ଜନ ସୁଆର, ଉପଦେଷ୍ଟା ନିରଞ୍ଜନ ମେକାପ, ଗଗନ ବିହାରୀ ମନ୍ତ୍ରୀ, ସଦସ୍ୟ ହିମାଂଶୁ ରାଉତ, ଅନିଶ ସୂତାର, ଉମେଶ ବେହେରା, ଆଶୁତୋଷ ପଣ୍ଡା, ଲଲାଟେନ୍ଦୁ ବେହେରା, ପ୍ରକାଶ ଗୋଚାୟତ, ଆଲୋକ ସାହୁ, ଚନ୍ଦନ ସ୍ୱାଇଁ, ବିଚିତ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

Next Post

ବଡପଡା ଛାତ୍ରୀ ପୋଡି ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତପାଇଁ ଦାବି କଲା ବିଜେଡି

Thu Aug 7 , 2025
କେନ୍ଦ୍ରାପଡା ୭/୮ – ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମର ଛାତ୍ରୀ ପି ଡି ସଂଗୀତା ନିଆଁରେ ପୋଡି ମୃତଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ବିଜେଡିର ଶତାଧିକ କର୍ମିର୍ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading