ପଟ୍ଟାମୁଣ୍ଡାଇ ବନ୍ୟା କ୍ଷୟକ୍ଷତି ଓ ଫସଲହାନୀ ଯୋଗୁଁ ଚିନ୍ତାରେ ଚାଷୀ

ଋଣ ଛାଡ଼ ସହ ମାଗଣାରେ ସାର ବିହନ ଯୋଗାଇବାକୁ ଦାବୀ

blank

ପଟ୍ଟାମୁଣ୍ଡାଇ ତା ୨୩.୭-ଚଳିତବର୍ଷ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ସ୍କୁଲ କଲେଜରେ ପାଣି ପଶି ବହୁତ କିଛି ନଷ୍ଟ କରିଛି ।  ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଚାଷଜମି ଗୁଡିକ ବନ୍ୟା ପାଣିରେ ବୁଡି ରହିବା ଫଳରେ ଧାନ ଓ ବିଭିନ୍ନ ପନିପରିବା ଫସଲହାନୀ ଘଟିଛି ।  ଚଳିତ ବର୍ଷ ଧାନତଳି ପ୍ରସ୍ତୁତି ସମୟରେ ପ୍ରାୟ ୧ମାସରୁ ଉର୍ଦ୍ଧ ସମୟ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଚାଷୀ ୩ ଥର ଚଢ଼ା ଦରରେ ଧାନ ବିହନ କିଣି ତଳି ପକାଇଥିଲେ ।  ବିଭିନ୍ନ ସୂତ୍ରରୁ ଧାରକରଜ କରି ଚାଷୀ ମାନେ ଧାନ ଚାଷ କରିଥିଲେ ।  ବାରମ୍ବାର ଲଗାଣବର୍ଷା ଯୋଗୁଁ ଧାନ ଓ ପନିପରିବା ଫସଲ ବିଶେଷ ଭାବେ କ୍ଷତିଗସ୍ତ ହୋଇଥିବାବେଳେ ଯାହାକିଛି ବଞ୍ଚିଥିଲା ବର୍ଷା ପରେ ବନ୍ୟା ପରିସ୍ଥିତି ଧାନ ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଛି ।  ଚାଷ ପାଇଁ କରଜରେ ବୁଡି ରହିଥିବା ଚାଷୀମାନେ ବ୍ୟାପକ ଫସଲହାନୀ ଦେଖି ମାନସିକ ଭାରଶ୍ୟାମ ହରାଇ ବସିଛନ୍ତି ।  ଚାଷୀଙ୍କୁ ସାହା ହେବାକୁ ସତେ ଯେମିତି କେହିନାହାନ୍ତି । ବନ୍ୟା ଯୋଗୁଁ ଏକ ସପ୍ତାହ ଧରି ରାସ୍ତାଘାଟ ବୁଡି ରହିବା ଫଳରେ କ୍ଷତିଗସ୍ତ ହୋଇଛି । ବନ୍ୟା ଜଳରେ ବୁଡି ରହି ପନିପରିବା ଫସଲ ନଷ୍ଟ ହେବା ଫଳରେ ପରିବା ଦର ଆକାଶ ଛୁଆଁ ହୋଇଛି ।ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀ ବନ୍ୟା ରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡ କ୍ଷତିଗସ୍ତ ହୋଇଛି । ବନ୍ୟା କମିବା ପରେ ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ସିଂହଗାଁ,ଅଳପୁଆ ତରଡ଼ିପାଳ,ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି,ବଲୁରିଆ,ନୀଳକଣ୍ଠପୁର, ବାଛରା, ବାଲିପାଟଣା, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର,ଶାସନ ଆଦି ପଂଚାୟତର ଚାଷଜମି ପାଣିରେ ବୁଡି ରହିଛି ।  ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଅଂଚଳର ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛି । ସରକାର ଓ ପ୍ରଶାସନ କେବଳ ଗୋଖାଦ୍ୟ ବଣ୍ଟନ କରି ନିଜ ଦାୟିତ୍ୱ ସାରି ଦେଇଛନ୍ତି ।  ରାଜ୍ୟ ସରକାର ବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ସହ କ୍ଷତିଗସ୍ତ ଚାଷୀ ମାନଙ୍କ ସମବାୟ ଋଣ ଛାଡ଼ ସହିତ ମାଗଣା ସାର ଓ ବିହନ ଯୋଗାଇ ଦେବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ, ଯୁବନେତା ଉତ୍ତମ ଖୁଣ୍ଟିଆ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା ଓ ପ୍ରେମାନନ୍ଦ ସେଠୀ ଦାବୀ କରିଛନ୍ତି ।

Next Post

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡାର ତେଜ ତନ୍ମୟ ପ୍ରଥମ

Fri Jul 25 , 2025
କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading