
କେନ୍ଦ୍ରାପଡା ୨୦/୯ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚୟତରେ ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଗୁଲନଗର ପଞ୍ଚାୟତର ଥାନପତି ଜୟଦୁର୍ଗା କ୍ଲବର ସଭାପତି ସହଦେବ ସେଠିଙ୍କ ନେତୃତ୍ୱରେ ରବିବାର ସକାଳ ୯ଟାରେ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହୋଯାଇଛି । ଏହି ଭସାଣି ଉତ୍ସବ ଥାନପତି ଜୟଦୁର୍ଗା କମିଟିଙ୍କ ନିମନ୍ତ୍ରଣରେ ସମୁଦାୟ ୧୨ଟି ମେଢ ଗୁଲନଗର ଚଟି ପୋଲ ନିକଟରେ ଏକାଠି ହୋଇ ଭୋଗ ଖାଇଥିଲେ । ଏହା ପୂବର୍ରୁ ଲେଟରି ମାଧ୍ୟମେର ନିର୍ଦ୍ଧାରିତ କରାଯାଇଥିବା ମେଢ଼ଗୁଡିକ କ୍ରମାନୁସାରେ ମେଲଣ ପଡ଼ିଆରୁ ବାହାରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ତିନିମୁହାଣି, କେଲଜ ଛକ ଓ ଉଦୟନଗର ଛକ ଦେଇ ପୁନର୍ବାର ଗୁଲନଗର ଗ୍ରାମକୁ ଆସିଥେôଲ। ସେଠାରୁ ଗୁଲନଗର ଗ୍ରାମ ପରିକ୍ରମା କରି ନିଜନିଜ ମେଢ଼ଗୁଡିକୁ ଗୋବରୀ ନଦୀରେ ରାତିରେ ବିସଜିର୍ତ କରିଥିଲେ।

ଏହି ମେଢ଼ଗୁଡିକ ହେଲା ଗୁଲନଗର ଗ୍ରାମର ଥାନପତି ଜୟଦୁର୍ଗା କ୍ଲବ୍, ହେଙ୍କଡ଼ କ୍ଲବ, ବାବା ସମ୍ବେରଶ୍ୱର କ୍ଲବ୍, ତ୍ରିନାଥ କ୍ଲବ୍, ସୁଜାନଗରର ମଦନେମାହନ କ୍ଲବ, ଟ୍ରାଇଗର କ୍ଲବ, ଗଣପତି ୟୁଥ କ୍ଲବ, ଗୋବିନ୍ଦଜିଉ କ୍ଲବ୍, ମହାଲକ୍ଷ୍ମୀ କ୍ଲବ,ବାସେୁଦବ କ୍ଲବ୍, ଯୁବଶକ୍ତି ୟୁଥ୍ କ୍ଲବ, କଜଳା ୟୁଥ କ୍ଲବକୁ ନେଇ ଚଟି ପୋଲ ନିକଟେର ଶାନ୍ତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତିକମିଟି କମିଟି ଦ୍ୱାରା ପ୍ରଥମ ମେଢ ଯୁବଶକ୍ତି ବ୍ଲକ,ଦିତୀୟ ମେଢ ଗଣପତି ୟୁଥ କ୍ଲବ ଓ ତୃତୀୟ ମେଢ ହେଙ୍କଡ କ୍ଲବକୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସହେଦବ ସେଠୀଙ୍କ ସମେତ ମନୋରଞ୍ଜନ ସେଠୀ, ବିଶ୍ୱଜିତ ସେଠୀ, ମେନାଜ ସେଠୀ, ଗଣେଶ ସେଠୀ, ସାଗର ସେଠୀ, ବୈକୁଣ୍ଠ ସେଠୀ ପ୍ରମୁଖ ପରିଚାଳନା କରିଥେôଲ। ମେଲଣ ପଡ଼ିଆରୁ କଟକ ଚାନ୍ଦବାଲି ରାସ୍ତା ଅତିକ୍ରମ କରିବାକୁ ମେଢ଼ଗୁଡିକୁ ଅତିକ୍ରମ କରିବାକୁ ବହୁ ସମୟ ଲାଗିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ସଦର ଥାନା ପୁଲିସ ପକ୍ଷରୁ ନାକେଦମ ହେବାକୁ ପଡ଼ିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
