
ପଟ୍ଟାମୁଣ୍ଡାଇ ୧୯/୫ – କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ ।ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ,ଆମ୍ଭେଦକର ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀ, ପୂର୍ବତନ କାଉନସିଲର ଗୋବିନ୍ଦ ସେଠୀ, ଚନ୍ଦନ ପାତ୍ର, ଶରତ ଜେନା ରବୀନ୍ଦ୍ର ସାହୁ, ପ୍ରଭାତ ମଲିକ ପ୍ରମୁଖ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପଟ୍ଟାମୁଣ୍ଡାଇ ବାଇପାସ ଓ କଚେରୀ ପୋଖରୀ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା,ରାସ୍ତା ଉପରେ ବସି ପରିବା ବେପାର କରୁଥିବା ବ୍ୟବସାୟୀଙ୍କୁ ପରିବା ମାର୍କେଟ କରି ଥଇଥାନ କରିବା,ବାଇପାସ ବିଜୁ ପଟନାୟକ ଛକରେ ଦୁର୍ଘଟଣା ଏଡାଇବା ପାଇଁ ଟ୍ରାଫିକ ପୋଲିସ ମୁତୟନ ଓ ସ୍ପିଡ଼ ବେକର ଲଗାଇବା, ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଥିବା ଅଚଳ ଷ୍ଟ୍ରିଟ ଲାଇଟକୁ ସଚଳ କରିବା,ବିଭିନ୍ନ ବିଦ୍ୟାଳୟ ଶ୍ରେଣୀ ଗୃହ ମରାମତି ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା, ବର୍ଷା ଦିନ ପୂର୍ବରୁ ଜଳ ନିଷ୍କାସନ ପାଇଁ ନୂତନ ଡ୍ରେନ ନିର୍ମାଣ ଓ ପୁରାତନ ଡ୍ରେନ ସଫା କରିବା, ସରକାରୀ ବାଳିକା ହାଇସ୍କୁଲ ଓ ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ଜମି ରହୁଥିବା ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନେବା, ସରକାରୀ ଜମି ଜବରଦଖଲ ମୁକ୍ତ କରିବା ସହିତ ଜନସାଧାରଣଙ୍କ ଉତମ ଗମନାଗମନ ପାଇଁ ରାସ୍ତା ଅବରୋଧ ହଟାଇବା ଆଦି ବିଭିନ୍ନ ଦାବୀ ସମ୍ପର୍କରେ ଦାବୀପତ୍ର ପ୍ରଦାନ କରି ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ।ହେଲେ ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଓ ଏସପିଙ୍କ ଅନୁପସ୍ଫ୍ଥିଟ୍କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ।ସେହିପରି ସିଂହଗାଁ ସରପଂଚ ଗଣେଶ ଦାସ ଓ ସମିତି ସଭ୍ୟ ଅଭୟ ସ୍ୱାଇଁ ସିଂହଗାଁ ପଂଚାୟତର ରାଉଳିଆଡିଆ – ପାଳିମି ସେତୁ ନିର୍ମାଣ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ଏହାଛଡା ସିଂହଗାଁ ପଂଚାୟତ ନୂଆପାଟଣା ଗ୍ରାମର ନନ୍ଦି ଦାସ ଘର ତାଳ ଗଛରେ ବିପଦଜନକ ଅବସ୍ଥାରେ ବିଦ୍ୟୁତ ସଂଯୋଗ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀରାମପୁର ପଂଚାୟତରେ ଥିବା ସିଦ୍ଧ ରାମ ଚଣ୍ଡୀ ମହିଳା ମହାସଂଘ ବହୁ ଅନିୟମିତତାରେ ସମ୍ପୃକ୍ତ ଥିବା ଓ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ନେଇ ବହୁ ଗ୍ରାମବାସୀ ମିଳିତ ଜନ ଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିବା ସହିତ ଉପଯୁକ୍ତ ତଦନ୍ତ ଓ କାର୍ଯାନୁଷ୍ଠାନ ଦାବୀ କରିଥିଲେ । ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗ୍ରାମରେ ନିର୍ମାଣାଧୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦୀର୍ଘ ଦିନ ଧରି ଅଧା ପନ୍ତରିଆ ଭାବେ ପଡି ରହିଛି ଓ ଜବର ଦଖଲ ଯୋଗୁଁ ରାସ୍ତା କାର୍ଯ୍ୟ ଆଗେଇ ପାରୁନାହଁ ବୋଲି ପ୍ରଶାସନ ଅନୁଭବ କରିବା ପରେ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ପୋଲିସ ପ୍ରଶାସନ ସହଯୋଗରେ ଜବର ଦଖଲ ଉଛେଦ କରିବାର ୭ମାସ ପରେ ମଧ୍ୟ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଯାହାଫଳରେ ଜନସାଧାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି ଶିଶୁମାନେ ଯାତାୟାତ କ୍ଷେତ୍ରରେ ନାହିଁନଥିବା ଅସୁବିଧା ଭୋଗ କରୁଥିବାରୁ ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବାକୁ ଦାବୀ କରିଥିଲେ । ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ ବନ୍ୟା ବିପନ୍ନ ପେଣ୍ଠପାଳ ପଂଚାୟତବାସୀଙ୍କୁ ଉପଯୁକ୍ତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ୧୯୯୨ ମସିହାରୁ ପ୍ରସ୍ତାବିତ ଓ ଜିଲା ପ୍ରଶାସନର ବିଚାରାଧୀନ କୂଳସାହି, କୋଳଥିଆ ଓ ନାହିଆଡିଆ ଗ୍ରାମକୁ ଅବିଳମ୍ବେ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବୀ କରିଥିଲେ । ବଡ଼ ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ପୋହଳ ପାଟନାଳୀ ଉପରେ ପୋଲ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ମିଳିତ ଜନଶୁଣାଣୀ ଶିବିରରେ ଚନ୍ଦନ ନଗର ପଂଚାୟତ ଗୁପ୍ତିରା ଗ୍ରାମର ଭୂମିହୀନ ବିଧବା ମହିଳା ବିମ୍ବଳି ବେୱାଙ୍କୁ ସରକାରୀ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଆଗତ ୬୨ଟି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଆଗତ ୬୨ଟି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦେଶକ ଅଶୋକ ସାମଲ, ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲୀ ପ୍ରିୟ ଦର୍ଶନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତୀ,ଏସ ଡି ପି ଓ କ୍ଷମା ସାଗର ପଣ୍ଡା, ସବ ଡିଭିଜନ ହସ୍ପିଟାଲ ମୁଖ୍ୟଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା,ଗ୍ରାମ୍ୟ ଉନ୍ନୟନ ସହନିର୍ବାହୀଯନ୍ତ୍ରୀ ଅୟସକାନ୍ତ ମହାପାତ୍ର,ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ସାହୁ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବିଦ୍ୟୁତ ବିଭାଗ ସହକାରୀଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ,ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଓ ପ୍ରସନ୍ନ ରାଉତ ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳ, ସହକାରୀ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ ସି ଡି ପି ଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ବ୍ଲକ ସହକାରୀ ଶିକ୍ଷା ଅଧିକାରୀଣୀ ସୁନିତୀ ଦାଶ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣି ଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଶିବିରକୁ ଜିଲ୍ଲା କାର୍ଯ୍ୟାଳୟର ଦେବାଶିଷ ପଣ୍ଡା ଓ ଲାସା ହେମ୍ବ୍ରମ, ପଟ୍ଟାମୁଣ୍ଡାଇ ବ୍ଲକ ମୁଖ୍ୟ କିରାଣୀ ଗୌରୀ ବେହେରା, ସି ପି ପ୍ରିୟ ରଞ୍ଜନ ସ୍ୱାଇଁ, ପ୍ରଭାତ ମଲ୍ଲିକ ଓ ରଂଜିତ ପରିଡା ପରିଚାଳନା କରିଥିଲେ ।
