ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତିର ଜିଲ୍ଲା କନ୍‌ଭେନସନ

blank
କେନ୍ଦ୍ରାପଡା,୨୬ା୭: ବାରିମୂଳ ପଞ୍ଚାୟତ ହାଇସ୍କୁଲ ପରିସରରେ ଓଡିଶା ସ୍କୁଲ-କଲେଜ ଶିକ୍ଷକ ସମନ୍ୱୟ ସମିତିର କେନ୍ଦ୍ରାପଡା ଜିଲ୍ଲା କନ୍‌ଭେନସନସ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କର ବିଭିନ୍ନ ଦାବିନେଇ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ପ୍ରାକ୍ତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ନିର୍ମଳ କୁମାର ନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ନିତ୍ୟାନନ୍ଦ ପାଣି, ୬୬୨ବର୍ଗ ମହାବିଦ୍ୟାଳୟର ଜିଲ୍ଲା ସଭାପତି ସୁରେନ୍ଦ୍ର କୁମାର ପଢିହାରୀ, ୧୯୪ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ଜିଲ୍ଲା ଓଷ୍ଟାର ଉପସଭାପତି ସଞ୍ଜୟ କୁମାର ସାମଲ, ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦିକା ସରୋଜିନି ସ୍ୱାଇଁ, ୯ଟି ବ୍ଲକର ସମ୍ପାଦକ, ସଭାପତି ସମେତ ଜିଲ୍ଲା ଓଷ୍ଟା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ଆଗାମୀ ଆନ୍ଦୋଳନକୁ ସଫଳ କରିବାକୁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଉକ୍ତ କନ୍‌ଭେନସନକୁ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ମଧୁସୁଦନ ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ, ଓଷ୍ଟା ସଂଘର ବିଶ୍ୱଜିତ ଦାସ, ଦିଲ୍ଲିପ କୁମାର ରାଉତ, ଶିବ ପ୍ରସାଦ ବଳ, ପ୍ରମୁଖ ସହଯୋଗ କରିଥିଲେ । ମଧୁସୁଦନ ବେହେରା ଉପସ୍ଥିତ ନେତୃତମାନଙ୍କୁ ଆନ୍ଦୋଳନ ସଫଳ କରିବା ପାଇଁ ଅନୁରୋଧ ସହ ଧନ୍ୟବାଦ ପ୍ରଦାନ କରିଥିଲେ । ୯ଟି ବ୍ଲକ ଓଷ୍ଟା ସମ୍ପାଦକ ଦେବରାଜ ନାୟକ(ଆଳି), ଗଗନ ବିହାରୀ ସୂତାର(ଡେରାବିଶ), ମଳୟ କୁମାର ପାଣୀ(ଗରଦପୁର), ନାରାୟଣ ପଣ୍ଡା(କେନ୍ଦ୍ରାପଡା), ଅକ୍ଷୟ କୁମାର ମହାନ୍ତି(ପଟ୍ଟାମୁଣ୍ଡାଇ), ପସନ୍ନ କୁମାର ପରିଡା(ମାର୍ଶାଘାଇ), ରଘୁନାଥ ଦାସ(ମହାକାଳପଡା), ସମୀରଣ ମଣ୍ଡଳ(ରାଜନଗର), ଅରବିନ୍ଦ ନାୟକ(ରାଜକନିକା) । ଡେରାବିଶ ବ୍ଲକ ସଭାପତି ପିତବାସ ପଣ୍ଡା, ବରିଷ୍ଟ ଶିକ୍ଷକ ନେତା ଭାଗିରଥି ମହାନ୍ତି ପ୍ରମୁଖ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦାବିଗୁଡିକ ହେଲା ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସର କାଳିନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି ଓ ଗ୍ରେଡ ପେଥିବା ଅସଂଗତି ଦୃଢିକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀ କରଣ ଓ ଶିକ୍ଷକ ନିଯୁକ୍ତି । ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୁନ୍ନ ପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ, ଶିକ୍ଷିକାମାନଙ୍କୁ ୬ଟି ନେସନ୍ୟାଲ ଇକ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଟତା ପ୍ରଦାନ । ଏହି ଦାବିନେଇ ଓଡିଶା ସ୍କୁଲ, କଲେଜ ଶିକ୍ଷକ ସମନ୍ୱୟ ସମିତ ଆସନ୍ତା ଅଗଷ୍ଟ ୨ତାରିଖରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଧାରଣା ଏବଂ ଅଗଷ୍ଟ ୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।

Next Post

ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

Sat Jul 26 , 2025
କେନ୍ଦ୍ରାପଡ଼ା,୨୬ା୭:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ବସପୁରଗ୍ରାମସ୍ଥିତ ଦିଲ୍ଲିପ କୁମାର ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ନାୟକଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading