ବସ ଧକ୍କାରେ ଶଳା ଭିଣୋଇଙ୍କ ମୃତ୍ୟୁ , ପ୍ରତିବାଦରେ ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ

blank
ପଟ୍ଟାମୁଣ୍ଡାଇ ୨୬/୭ –ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ମଦନପୁର ଛକ ଠାରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଧକ୍କାରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ବଳଭଦ୍ରପୁର ଗ୍ରାମର ସମାଜୀକକର୍ମୀ ସରୋଜ ଧଳ (୫୭) ଓ ତାଙ୍କ ଶଳା ରାଜନଗର ବ୍ଲକ ନଗଡ ଗ୍ରାମର ଲମ୍ବୋଧର ପ୍ରଧାନ (୪୫) ବୋଲି ଜଣା ପଡିଛି । ପ୍ରତିବାଦରେ ଉତ୍ୟକ୍ତ ଲୋକମାନେ ପଟ୍ଟାମୁଣ୍ଡାଇ-ମଦନପୁର-ରାଜନଗର ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ପ୍ରକାଶ ଯେ ଶନିବାର ଅପରାହ୍ନରେ ସରୋଜ ଓ ଶଳା ଲମ୍ବୋଧର ତାଙ୍କ କଳଘର କାମ ସାରି ମଦନପୁର ଛକକୁ ଏକ ସ୍କୁଟି ଯୋଗେ ଆସୁଥିବାବେଳେ ବିପରୀତ ଦିଗ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଶୁଭଶ୍ରୀ ଯାତ୍ରୀବାହୀ ବସ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଟାୟାର ଜାଳି ପଟ୍ଟାମୁଣ୍ଡାଇ ଭାୟା ମଦନପୁର-ରାଜନଗର ରାସ୍ତାରେ ରାସ୍ତାରୋକ କରିଥିଲେ । ଗ୍ରାମାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ଶାନ୍ତ କରିବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ପୂର୍ବତନ ସରପଂଚ ବାବାଜୀ ଧଳ, ଶିକ୍ଷାବିତ ଗୌରାଙ୍ଗ ମହାନ୍ତି ଓ ମନ୍ମଥ ମଲିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉଭୟ ଭିଣୋଇ ସରୋଜ ଓ ଶଳା ଲମ୍ବୋଦରଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ଆଣିଥିଲେ । ଗ୍ରାମାଂଚଳ ଥାନା ପୋଲିସ ଏକ ମୋକଦମା ରୁଜୁ କରି ବସ ଦୁର୍ଘଟଣାରେ ମୃତ ଶବ ଦୁଇଟିକୁ ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଇବା ସହିତ ଦୁର୍ଘଟଣାର ଛାନଭିନ୍ନ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇ ଥିବା ବସକୁ ପୋଲିସ ଜବତ କରିଛି । ସମାଜୀକକର୍ମୀ ସରୋଜ ଧଳଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ ଜେନା, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Next Post

ଜିଲ୍ଲାପାଳଙ୍କ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା ବୈଠକ

Sat Jul 26 , 2025
ପଟ୍ଟାମୁଣ୍ଡାଇ ୨୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହୀତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବଡ ଧରଣର ବନ୍ୟା ଆସିବା ଫଳରେ ଧୋୟାଂଚଳରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ବହୁ ସ୍ଥାନରେ କଲଭଟ୍ଟ ଧସି ଯାତାୟତରେ ବାଧାପ୍ରାପ୍ତ କରୁଛି । କେନ୍ଦ୍ରାପଡା ନୂର୍ତନ ଜିଲାପାଳ ରଘୁରାମ ଆର. ଆୟାର ଶନିବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ପରବର୍ତୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading