କେନ୍ଦ୍ରାପଡ଼ା,୭ା୧୦:କେନ୍ଦ୍ରାପଡା ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ କାର୍ଯ୍ୟାଳୟ ସଭା ଗୃହରେ ଏକଶହ ତମ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଦିନେଶ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏସ୍.ପି.ସି.ଏ.ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ଏଡି.ଭି.ଓ ଡା. ପ୍ରଭଞ୍ଜନ ରଞ୍ଜନ କବି […]
ପଟ୍ଟାମୁଣ୍ଡାଇ ୭ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ଛକସ୍ଥିତ ସାହୁ ମଣ୍ଡପରେ ଯୁବ ଭାରତ କୃଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କୃଷକ ସେବାକେନ୍ଦ୍ର ଓ ଆଧୁନିକ ପ୍ରଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ସଭାପତି ପ୍ରଭାକର ନାୟକ ମୁଖ୍ୟ ଅଥିତି […]
ଗଢି ଉଠୁଛି ଘରୋଇ ବିଦ୍ୟାଳୟ ବ୍ୟବସାୟୀଙ୍କ ନିୟନ୍ତ୍ରଣ ଶିକ୍ଷା ବ୍ୟବସ୍ଥା ବାଦ ପଡିବେ ଗରିବ ଛାତ୍ରୀଛାତ୍ର ଖାଦ୍ୟ ବସ୍ତ୍ର ବାସଗୃହ ଭଳି ଶିକ୍ଷା ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଯୁଗେ ଯୁଗେ ଶିକ୍ଷାର ମାନ ହିଁ ବ୍ୟକ୍ତି, ସମାଜ, ଦେଶ ଓ ସଭ୍ୟତାର ଦ୍ୟୋତକ ଭାବେ ପରିଗଣିତ ହୋଇଆସୁଛି। ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା ପ୍ରାସଙ୍ଗିକତା କେବଳ ସେହି […]
କେନ୍ଦ୍ରାପଡା,୪ା୧୦:ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଛି। ଏଥିସହିତ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମା ଅନ୍ନ ତ୍ୟାଗ କରି ବ୍ରତ କରିବା ସହ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ […]
କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଏହାକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଏହାର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ଶନିବାର ରସାବଳି ଦିବସ ପାଳନ କରିଥିଲା। ସେନା ପକ୍ଷରୁ ଏକଶହ ପାଞ୍ଚ ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ […]
ପଟ୍ଟାମୁଣ୍ଡାଇ ୧/୧୦କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚିତ୍ତ ବିନୋଦନ ଗୃହ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ ଚରଣ ସ୍ୱାଇଁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା, ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରାକ୍ତନ ସହକାରୀ ଶିକ୍ଷା ଧିକାରୀ […]
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ପଟ୍ଟାମୁଣ୍ଡାଇ ତା ୪/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ ଗୃହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରି ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞତାର ସମ୍ବଳ। ସମାଜ ପାଇଁ ସେମାନଙ୍କ ଅଭିଜ୍ଞତାର ଦିଗଦର୍ଶନର […]
କେନ୍ଦ୍ରାପଡା ୩/୧୦- କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଯୁବ ସ୍ୱାଭିମାନ” ପକ୍ଷରୁ ପବିତ୍ର ବିଜୟାଦଶମୀ ତଥା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବଗଡା ପଞ୍ଚାୟତ ଅନ୍ତର୍ଗତ ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ର ସହଯୋଗୀତାରେ ଉକ୍ତ ଶିବିରରୁ ମୋଟ ୧୦୮ ୟୁନିଟ୍ ରକ୍ତ ସଂଗୃହୀତ ହେଇଛି। ଅନୁଷ୍ଠାନର ସଭାପତି ଇଂ […]
କେନ୍ଦ୍ରାପଡ଼ା,୩ା୧୦:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ପରେ ତିନିମୁହାଣିସ୍ଥିତ ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାନେତ୍ରୀ ଡା. ଶର୍ମା ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନକରି କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରାରେ […]
କେନ୍ଦ୍ରାପଡ଼ା,୩ା୧୦:କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଏବଂ ଡ଼. ବାସୁଦେବ ଦାସ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ରଖିବା ସହିତ ଗାନ୍ଧିଜୀଙ୍କ ଓଡିଶା ଆଗମନ, କେନ୍ଦ୍ରାପଡ଼ାରେ ରହଣି, ଗାନ୍ଧିଜୀଙ୍କ ଦର୍ଶନ ଓ ଆଦର୍ଶକୁ ପାଥେଇ କରିବାକୁ ପରାମର୍ଶ ଦେଇଥିଲେ।ଏହି […]

