ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ତହସିଲରେ ଶାନ୍ତି କମିଟି ବୈଠକ

blank

ପଟ୍ଟାମୁଣ୍ଡାଇ ୧୬/୯ -ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଏହି ଶାରଦୀୟ ଦୂର୍ଗା ପୂଜା ଉତ୍ସବକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମଙ୍ଗଳବାର ଶାନ୍ତିକମିଟି ସହିତ ପୂଜା କମିଟିର ମିଳିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ତହସିଲଦାର ଦିଲ୍ଲିପ ନାଏକ, ଅଦର୍ଶଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ସମେତ ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ପୁର୍ତ ବିଭାଗ ଓ ବନବିଭାଗ ଅଧିକାରୀ ଯୋଗ ଦେଇ ସରକାରୀ ନୀତିନିୟମ ଓ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ଦିଗରେ ସରକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବାଲିପଡା ,ବାଇପାସ ଓ ବାଳିକା ବିଦ୍ୟାଳୟ ପାଖ ରାସ୍ତା ମାରାମତି, ମେଡିକାଲ ଛକ, ବାଇପାସ ଛକ ଓ କେନାଲ ପୋଲ ନିକଟରେ ପୋଲିସ ନିୟଂତ୍ରଣ ବ୍ୟବସ୍ଥା, ନିଶା ଦ୍ରବ୍ୟ କାରବାର ଓ ବୁଲା ଗାଇ ଗୋରୁ ପ୍ରବେଶକୁ କଦାକଡ଼ି ଭାବେ ନିଷେଧ, ଅନ୍ୟ ରାସ୍ତାଘାଟ ମରାମତି, ଉଜ୍ୱଳ ଆଲୋକ ବ୍ୟବସ୍ଥା, କଳସପୂଜା ଘାଟରେ ଜାଲିବ୍ୟାସ୍ଥା, କୁମ୍ଭୀର ପାଇଁ ସତର୍କତା, ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା, ଅସ୍ଥାୟୀ ଟଇଲେଟ ବ୍ୟବସ୍ଥା କରିବା, ବ୍ୟବସ୍ଥିତ ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା, ମେଢ଼ ଯିବା ପାଇଁ ବାଧା ସୃଷ୍ଟି କରୁଥିବା ଗଛ କାଟିବା ସହିତ ଘରୋଇତାର ଉପରକୁ କରିବା, ପାନୀୟ ଜଳ ବ୍ୟବସ୍ଥା, ବିସର୍ଜନ ଘାଟରେ ଦଳ ସଫେଇ ଓ ଆଲୋକ ବ୍ୟବସ୍ଥ. ଆମ୍ବୁଲାନ୍ସ ପାଇଁ ରୋଡ଼ ସେଫ ବ୍ୟବସ୍ଥା ସର୍ବୋପରି କଡାକଡ଼ି ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉପରେ ପୁଙ୍ଖାନୁଫୁଙ୍ଖ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସମସ୍ତ ମେଢର କର୍ମକର୍ତା ଉପସ୍ଥିତ ଥିଲେ । ଅତିରିକ୍ତ ତହସିଲଦାର ନାଏକ ପୂଜା ଉତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରି ଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଭୁଲ ଇଞ୍ଜେକ୍ସନ ଯୋଗୁଁ ଶିଶୁ ଗୁରୁତର ଘଟଣା, ୨୦ଦିନ ପରେ ପୁଣି ହସ୍ପିଟାଲରେ ଧାରଣା

Tue Sep 16 , 2025
ପଟ୍ଟାମୁଣ୍ଡାଇ ୧୬.୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ୪ ବର୍ଷର ଶିଶୁଙ୍କୁ ଭୁଲ ଇଂଜେକସନ ଦେବା ଏବଂ ତାର ଗୋଡ ତଳେନଲଗାଇ ପାରିବା ଓ ଡାକ୍ତରଙ୍କ ଏପରି ଅବେହେଳା ବିରୋଧରେ ଗତ ମାସ ୨୮ ରେ ଧାରଣା ଦେଇଥିଲେ । ସବଡିଭିଜନ ହସ୍ପିଟାଲ ଡା ଚନ୍ଦ୍ରଶେଖର ଦାଶ ଧାରଣାସ୍ଥଳକୁ ଆସି  ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେବା ସହ ୨ ଜଣ ମେଡିକାଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading