ସୁନା ଦୋକାନୀଙ୍କୁ ହାଣି ସୁନା ଗହଣା ଲୁଟ୍‌ , ଟାଙ୍ଗିଆ ଚୋଟରେ ଛିଣ୍ଡିଲା ମାଲିକଙ୍କ ଦୁଇ ପାପୁଲି

blank
କେନ୍ଦ୍ରାପଡ଼ା,୧୧ା୧:କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ କୁଦାନଗରୀ ଥାନା ଅନ୍ତର୍ଗତ ହୁରାସାହି-ଘୋଡାଦଣ୍ଡା କେନାଲ ବନ୍ଧ ରାସ୍ତାରେ ଜଣେ ଗହଣା ଦୋକାନୀଙ୍କୁ ହାଣି ଦୁର୍ବୃତ୍ତମାନେ ଗହଣା ବ୍ୟାଗ ଓ ଟଙ୍କା ଲୁଟି ନେଇଛନ୍ତି। ଏହି ଆକ୍ରମଣରେ ଗହଣା ଦୋକାନୀଙ୍କ ଦୁଇ ହାତର ପାପୁଲି ଛିଣ୍ଡି ଯାଇଛି। ଆକ୍ରମଣର ଶିକାର ଗହଣା ଦୋକାନୀ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଠାକୁରହାଟ ଅଞ୍ଚଳର ଲିଟୁ ନନ୍ଦୀ ଓରଫ ଲିଟୁ। ଖବର ନେବାରୁ ଜଣାପଡିଛି ଠାକୁରହାଟ ଅଞ୍ଚଳର ଲିଟୁ ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ଚଅଁପୁର ବଜାରରେ ଜଗନ୍ନାଥ ଜୁଏଲର୍ସ ନାମକ ସୁନା ଗହଣା ଦୋକାନ କରିଛନ୍ତି। ପ୍ରତିଦିନ ପରି ରବିବାର ରାତି ପ୍ରାୟ ୭ଟାରେ ସେ ଦୋକାନ ବନ୍ଦ କରି ସୁନାଗହଣା ଓ ଟଙ୍କା ଧରି ତାଙ୍କ କାରରେ ଗାଁକୁ ଫେରୁଥିଲେ। ହେଲେ ପୂର୍ବରୁ ହୁରାସାହି-ଘୋଡାଦଣ୍ଡା କେନାଲ ବବନ୍ଧ ରାସ୍ତାରେ ଲୁଚି ରହିଥିବା ଏକ ଲୁଟିଆ ଦଳ ତାଙ୍କ କାର ସମ୍ମୁଖକୁ ଆସି କାରକୁ ଅଟକାଇଥିଲେ। ଲିଟୁ କାର ଅଟକାଇବା ପରେ ଲୁଟିଆମାନେ ଗାଡି ଚାରିପଟେ ଘେରି ଯାଇଥିଲେ। ଲୁଟିଆମାନେ କାଚକୁ ଟାଙ୍ଗିଆରେ ହାଣିଥିଲେ। କାଚ ଭାଙ୍ଗିବା ପରେ ଟାଙ୍ଗିଆରେ ଲିଟୁଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଲିଟୁ କାରରୁ ବାହାରି ଗହଣା ବ୍ୟାଗ ଧରି ହୁରା ସାହି ଗାଁ ଆଡକୁ ଦୌଡିଥିଲେ। କିନ୍ତୁ ଲୁଟିଆମାନେ ତାଙ୍କ ହାତକୁ ଟାଙ୍ଗିଆରେ ହାଣି ଦେଇଥିଲେ। ଏହାଦ୍ୱାରା ଲିଟୁଙ୍କ ଦୁଇଟି ପାପୁଲି ଛିଣ୍ଡି ଯାଇଥିଲା। ଏହାର ସୁଯୋଗ ନେଇ ଲୁଟିଆମାନେ ଗହଣା ବ୍ୟାଗ ଓ ଟଙ୍କା ବ୍ୟାଗ ନେଇ ଫେରାର ହୋଇ ଯାଇଛନ୍ତି। ଖବର ପାଇ କୁଦାନଗରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଦୁଇଟି ବାଇକରେ ୬ ଜଣ ଡକାୟତ ଲିଟୁଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଲିଟୁଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଲୁଟିଆମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Next Post

ପଟ୍ଟାମୁଣ୍ଡାଇରେ ପୀର ନୁର ସାହା ବାବାଙ୍କ ଉର୍ସ ଉତ୍ସବ

Mon Jan 12 , 2026
ପଟ୍ଟାମୁଣ୍ଡାଇ ତା ୧୨/୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରସିଦ୍ଧ ପୀର ହଜରତ ନୁର ଅଲ୍ଲୀ ସାହା ବାବାଙ୍କ ୪୫ତମ ବାର୍ଷିକ ଉର୍ସ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ଉର୍ସ ଉପଲକ୍ଷେ ସନ୍ଧ୍ୟାରେ ସ୍ଥାନୀୟ ମଦରସା ନିକଟରୁ ଚାଦର ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା । ଏହି ଉର୍ସ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଉର୍ସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading