ବାଲି ଚୋରା ଚାଲାଣକୁ ବିରୋଧ , ତହସିଲ କାର୍ଯ୍ୟାଳୟ ସମୁଖରେ ଛାତ୍ର କଂଗ୍ରେସ ଓ ଗ୍ରାମବାସୀଙ୍କ ବିକ୍ଷୋଭ

blank
ପଟ୍ଟାମୁଣ୍ଡାଇ ୧୩/୧ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅର୍ନ୍ତତ ଅଳଭା ନଦୀପଠାରୁ ବାଲି ଉତୋଳନ ନକରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଷେଧାଦେଶ ଜାରି କରିଛନ୍ତି । ହେଲେ କେତେକ ବାଲି ମଫିଆମାନେ ଟଙ୍କା ଲୋଭରେ ସମସ୍ତ ନୀତି ନିୟମ ଭୁଲି ବିନା ନିଲାମରେ ବେଆଇନ ଭାବରେ ବାଲି ଚାଲାଣ କରୁଛନ୍ତି । ଫଳରେ ଅଳଭା ଗାଁ ପ୍ରତି ବିପଦ ବଢୂଛି । ଯାହାକୁ ନେଇ ମଙ୍ଗଳବାର ମଧ୍ୟହ୍ନରେ ଛାତ୍ର କଂଗ୍ରେସ ସହଯୋଗରେ ଅଳଭା ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବେଆଇନ ବାଲିଚାଲାଣକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତହସିଲଦାର ତହସିଲ କାର୍ଯ୍ୟରେ ବାହାରେ ଥିବା ବେଳେ ଅତିରିକ୍ତ ତହସିଲଦାର ଦିଲିପ ନାଏକ ଅପରାହ୍ନ ସାଢେ ୩ଟାରେ ବିକ୍ଷୋଭ କାରିଙ୍କୁ ବୁଝାସୁଝା କରିବା ସହିତ ବାଲି ଉତୋଳନ ସ୍ଥାନ ତନଖି କରି ଉପଯୁକ୍ତ ପଦକ୍ଷେପ ନେବକୁ କହିବାରୁ ଧାରଣା ପ୍ରତ୍ୟାହୁତ ହୋଇଥିଲା ।ଶେଷରେ ଯୁବ ଛାତ୍ର ଓ ମହିଳାମାନେ ଅଳଭା ବେଆଇନ ଘାଟ ବନ୍ଦ ସମେତ ବିଭିନ୍ନ ଦାବୀ ସମ୍ବଳିତ ଦାବୀ ପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପାର୍ଶ୍ଵ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଅଳଭା ପଠାରୁ ବେଆଇନ ଭାବେ ବାଲି ଉତୋଳନ ଦିନକୁ ଦିନ ବଢିଚାଲଛି। ନଦୀ ଶଯ୍ୟାରୁ କ୍ରମାଗତ ବାଲି ଚୋରି ହେବା ଯୋଗୁ କୂଳକ୍ଷୟ ଘଟି ପଟ୍ଟାମୁଣ୍ଡାଇ-ମଦନପୁର ଘେରିନଦୀବନ୍ଧ ଦୁର୍ବଳ ହୋଇପଡୁଛି। ନଦୀପଠା କ୍ଷୟ ହୋଇ ତଟବର୍ତୀ ଅଳଭା ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି । ଏହା ବନ୍ୟା ବେଳେ ପାର୍ଶ୍ୱବର୍ତୀ ଅଳଭା ଗ୍ରାମ ପ୍ରତି ବିପଦ ସୃଷ୍ଟି କରିବ। ଏହି କାରଣରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅସଲ ବାଲିଚୋରଙ୍କୁ ଧରିବା ଲାଗି ପ୍ରଶାସନ କିମ୍ବା ପୋଲିସ ନଜର ଦେଉ ନାହାଁନ୍ତି । ଯାହାକୁ ନେଇ ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଗ୍ରାମବାସୀ ଅଭିଯୋଗ ମଧ୍ୟ କରିଥିଲେ । ମାତ୍ର ପ୍ରଶାସନ କାଁ ଭାଁ ଧରପଗଡ଼ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକାଯାଇ ପାରୁନାହିଁ । ଗତ କିଛିଦିନ ହେବ ଟ୍ରକ, ଟ୍ରାକ୍ଟର ଓ ହାଇୱା ଯୋଗେ ଅହରହ ବାଲିଚାଲଣ ହେଉଥିବା ବେଳେ ଚୋରାଚାଲାଣ କାରୀ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି । ଫଳରେ ପ୍ରଶାସନ ସ୍ଥାଣୁତାକୁ ନେଇ ଛାତ୍ର କଂଗ୍ରେସର ସହେଯାଗରେ ଗ୍ରାମାବାସୀମାନେ ବିଭୁପ୍ରଶାଦ ଜେନା, ଦେବଶ ରାଜ ମଲିକ, ସୁରଜ ରାଉତରାୟ, ଉମେଶ ପାଢୀଙ୍କ ସହ ବିଶାଳ ଭୁୟାଁ, ଶୁଭମ ବାରିକ, ସଂନ୍ଧ୍ୟା ମଲିକ, ମମି ମଲିକ, ଆରତୀ ମଲିକ, ରୋହିତ ମଲିକ, ପ୍ରମିଳା ମଲିକ, ସୁଜାତା ମଲିକ ସମେତ ବହୁ ମହିଳା ପୁରୁଷ ସମିଲ ହୋଇ ଧାରଣା ଦେଇଥିଲେ । ଅପରାହ୍ନରେ ଅତିରିକ୍ତ ତହସିଲଦାର ନାଏକଙ୍କ ସମେତ ଆଦର୍ଶ ଥାନାଆଇଆଇସି ଓ ଖଣିଜ ସମ୍ପଦ ଅଧିକାରୀ ଅଳଭା ଘାଟ ନିକଟକୁ ଯାଇ ଘାଟ ପ୍ରବେଶ ରାସ୍ତା କାଟିବା ସହିତ ବେଆଇନ ଘାଟକୁ ସିଲ କରିଥିଲେ ।

 

Next Post

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ : ୨ ଗୁରୁତର, ଅଭିଯୁକ୍ତ ଗିରଫ

Tue Jan 13 , 2026
ପଟ୍ଟାମୁଣ୍ଡାଇ ତା ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗ୍ରାମରେ ଗତକାଲି ସନ୍ଧ୍ୟା ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼ ଯୋଗୁଁ ମା, ପୁଅ ଗୁରୁତର ଆହତ ହୋଇ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ ସୃଷ୍ଠି କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading