
ପଟ୍ଟାମୁଣ୍ଡାଇ ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଏମଏନ ହାଇସ୍କୁଲ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜିତ ହୋଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଇଆଇସି ଓ ଏମଏନ ହାଇସ୍କୁଲ ଏନସିସି ଶିକ୍ଷକ ସରୋଜ ସ୍ୱାଇଁ, ଖେଳ ଶିକ୍ଷକ ଶଶାଙ୍କଶେଖର ସାହୁ, ସହକାରୀ ଶିକ୍ଷକ ଅଶୋକ ଦାଶ, ସହକାରୀ ଶିକ୍ଷୟତ୍ରୀ ଅନିତା ଧଳ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ହାଇସ୍କୁଲର ଏନସିସି, ସ୍କାଉଟ ଓ ଶହ ଶହ ଛାତ୍ରୀଛାତ୍ର ଏକ ସଡ଼କ ସୁରକ୍ଷା ଜୀବନ ରକ୍ଷା, ନିଶା ସେବନ କରି ଗାଡି ଚଳାଇବା ନାହିଁ, ହେଲମେଟ ପିନ୍ଧି ଗାଡି ଚଳାଇବା,ସରକାରୀ ନୀତି ନିୟମ ଓ ଟ୍ରାଫିକ ନିୟମ ମାନିବା ଆଦି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ପୋଖରୀଆପଡା, ବେଲତଳ ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ଅଂଚଳ ପରିକ୍ରମା କରି ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ । ଶୋଭାଯାତ୍ରା ସମୟରେ ଆଇଆଇସି, ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଓ ଥାନା କର୍ମଚାରୀ ମାନେ ହେଲମେଂଟ ଓ ସିଟବେଲ୍ଟ ଲାଗାଇ ଥରବା ବିଭିନ୍ନ ଗାଡି ଆରୋହୀଙ୍କୁ ଗୋଲାପ ଫୁଲ ଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।
