ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ଉଦଯାପିତ

blank
କେନ୍ଦ୍ରାପଡା, ୧୩ା୧:କେନ୍ଦ୍ରାପଡା ଜଳସେଚନ ବିଭାଜନ ପକ୍ଷରୁ ଜଣ୍ଟିଲୋ ଜଳସେଚନ ଡାକବଙ୍ଗଳା ପରିସରରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ-୨୦୨୬ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ଜିଲ୍ଲାପରିଷଦ ସଦଶ୍ୟ ରଶ୍ମିରଞ୍ଜନ ରାଉତ, ନିର୍ମଳା ମହାନ୍ତି, ଜିଲ୍ଲା ମୁଖ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ, ଉଠା ଜଳସେଚନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଡ୍ରେନେଜ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ବିଜୟ ସେଠୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ନିର୍ମଳ କୁମାର ଜେନା, ଉଦ୍ୟାନ କୃଷି ଅଧିକାରୀ ସୈାମ୍ୟରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିବା, ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଆପୋଷ ସମାଧାନ କରିବା ସମ୍ପର୍କରେ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଫସଲ ବିବିଧକରଣ, ଅର୍ଥକରୀ ଫସଲ ଯଥା ଡାଲି ଜାତୀୟ ଫସଲ ଉତ୍ପାଦନ, ଜଳବାୟୁ ଅନୁକୂଳ, ଚାଷ ପଦ୍ଧତି ଏବଂ ସମନ୍ୱିତ ଚାଷ ପଦ୍ଧତି ଉପଯୋଗ କରିପାରିଲେ କୃଷକମାନେ ନିଜ ଜୀବିକାର ମାନ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ବ୍ରାଜିଲ ଭଳି ଦେଶର କୃଷକମାନେ ଚଣା ବା ଡାଲି ଜାତୀୟ ଫସଲ ଉତ୍ପାଦନ କରି ବିଦେଶକୁ ରପ୍ତାନି କରନ୍ତି ଓ ନିଜର ଆର୍ôଥକ ମାନଦଣ୍ଡ ବୃଦ୍ଧି କରିପାରିଛନ୍ତି ବୋଲି ତାଙ୍କ ଅଭିଭାଷରେ କହିଥିଲେ। ସହାଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ସମସ୍ତ ପାଣି ପଞ୍ଚାୟତର ସଦଶ୍ୟମାନେ ମିଳିମିଶି ସେଚ ଅଞ୍ଚଳରେ ସୁଷମ ତଥା ସମାନୁପାତିକ ଜଳବଣ୍ଟନକୁ ଗୁରୁତ୍ୱ ଦେବା, ସେଚ ଅଞ୍ଚଳରେ ଥିବା କ୍ଷେତ୍ର ନଳୀ ଓ ନିଷ୍କାସନ ନଳୀ ଇତ୍ୟାଦିର ରକ୍ଷଣାବେକ୍ଷଣ, ଖରିଫ ଋତୁର ବଳକା ଜଳକୁ ସଞ୍ଚୟ କରି ରବି ଋତୁରେ ଉପଯୋଗ ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୃତ୍ତିକା ସରଂକ୍ଷଣ ଓ ଏହାର ଉର୍ବରତା ତଦାରଖ ନିମନ୍ତେ ଚାଷୀମାନେ ପ୍ରାକୃତିକ ସାରର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ। ଆୟୋଜିତ ଏହି ଦିବସ ଉପଲକ୍ଷେ ଜଳସେଚନ ବିଭାଜନ ପକ୍ଷରୁ ଜିଲ୍ଲାସ୍ତରୀୟ ରଚନା, କୁଇଜ, ଚିତ୍ରକଳା, ବକୃତା ଓ ମଡେଲ ପ୍ରତିଯୋଗିତାର ୧୪ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୩୦୦୦, ୨୫୦୦, ୨୦୦୦ ଟଙ୍କାର ଅର୍ଥ ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ, ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଭାବଗ୍ରାହୀ କଳା ନିକେତନ ସମ୍ପାଦକ ବିମଳ ପ୍ରସାଦ ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ, ବନ୍ଦେ ମାତରଂ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଡେରାବିଶ ବ୍ଲକ ଅନ୍ତର୍ଗତ ମଣିପୁରା ଗ୍ରାମର ମହିଳା କୃଷକ କେତକୀ ପ୍ରଭା ସାହୁ ଶ୍ରେଷ୍ଠ କୃଷକ ଭାବେ ମନୋନିତ ହୋଇଛନ୍ତି ଓ ସେ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହେବେ।

Next Post

କେନ୍ଦ୍ରାପଡାରେ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଉଦଘାଟିତ

Tue Jan 13 , 2026
କେନ୍ଦ୍ରାପଡ଼ା,୧୩ା୧:କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ସୋମବାର ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଜୁ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କଶେଖର ସେଠୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading