କୁଶିଆପାଳ ଧାନ ମଣ୍ଡି ଉଦଘାଟିତ : ଚାଷୀଙ୍କ ମୁହଁରେ ହସ ଫୁଟାଇବା ସକରାରଙ୍କ ଲକ୍ଷ: ମନ୍ତ୍ରୀ

blank
କେନ୍ଦ୍ରାପଡ଼ା,,୧୩ା୧:ଡେରାବିଶ ବ୍ଲକ ଅଧିନ କୁଶିଆପାଳ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ସନ୍ଧ୍ୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ପ୍ରଯୁକ୍ତି ବିଜ୍ଞାନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚଳିତ ବର୍ଷର ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପାତ୍ର ଯୋଗଦେଇ ଆଜି ସୁଦ୍ଧା ରାଜ୍ୟରେ ୧୮ଲକ୍ଷ ମେଟ୍ରିକ ଟନ ଧାନ ଚାଷିମାନଙ୍କ ଠାରୁ କ୍ରୟ କରାଯାଇଥିବା ନେଇ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଘୋଷଣା କରିଥିବା ଧାନର କ୍ରୟ ମୁଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ଏହି ଅର୍ଥ ପଞ୍ଜିକୃତ ସମସ୍ତ ଚାଷିଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଗତ ୧୬ ମାସ ମଧ୍ୟରେ ଅନ୍ନଦାତାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ସଙ୍କଳବଦ୍ଧ। ପ୍ରତ୍ୟେକ ଚାଷିମାନଙ୍କ ଧାନକୁ କ୍ରୟ କରାଯିବା ସହ କୈାଣସି ଅସୁବିଧା ଉପୁଜିଲେ ବିଭାଗ ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର କିମ୍ବା ତାଙ୍କୁ ବ୍ୟକ୍ତିଗତ ଭାବେ ଚାଷୀମାନେ ଅଭିଯୋଗ କରିପାରିବେ ବୋଲି ମନ୍ତ୍ରୀ ଦୃଢୋକ୍ତି କରିଥିଲେ। ଅନ୍ନଦାତା ଓ ମହିଳାଙ୍କ ବିକାଶ ପାଇଁ ସରକାର ସଙ୍କଳ୍ପ ବଦ୍ଧ ହୋଇଥିବା ବେଳେ ସମସ୍ତ ମଣ୍ଡିରେ ଚାଷିମାନେ କିପରି ସୁବିଧାରେ ସେମାନଙ୍କ ଉତ୍ପାଦିତ ଧାନକୁ ବିକ୍ରୟ କରିପାରିବେ ସେଦିଗରେ ସମସ୍ତ ଉଦ୍ୟମ କରାଯାଉଥିବା ମନ୍ତ୍ରୀ ପାତ୍ର କହିଥିଲେ। ସମବାୟ ସମିତି ପରିଚାଳନା ପରିଷଦ ସଭାପତି ନାରାୟଣ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପ ଜିଲାପାଳ ଅରୁଣ କୁମାର ନାୟକ, ଡେରାବିଶ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରଭାତି ମଲିକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ସରୋଜକାନ୍ତ ସାହୁ, ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣି, ଜିଲା ସମବାୟ ସମୂହର ସହକାରୀ ନିବନ୍ଧକ ପ୍ରଭାକର ନାୟକ, ସହକାରୀ ଉପ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ଡେରାବିଶ ବିଡିଓ ନମିତା ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଡେରାବିଶ ବ୍ଲକ ଅଂଚଳକୁ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଅବସରରେ ଜିଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିଥିଲେ। ଏହି ଅବସରରେ ସମବାୟ ସମିତି ସମ୍ପାଦକ ମତ୍ୟୁଞ୍ଜୟ ଦାସଙ୍କୁ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ମନ୍ତ୍ରୀ ପାତ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷାବିତ ଇଶ୍ୱରଚନ୍ଦ୍ର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସହସମ୍ପାଦକ ମାନସ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବ୍ଲକ ଯୋଗାଣ ନିରୀକ୍ଷକ ସ୍ୱରୁପ ଦାସ, ଡିଇଓ ଧୃବଚରଣ ନାୟକ, ଅଗ୍ରଣୀ ଚାଷୀ ଫଗୁଚରଣ ସାହୁଙ୍କ ସମେତ ପରିଚାଳନା ପରିଷଦର ସମସ୍ତ ନିର୍ଦ୍ଦେଶକ ଓ ସମବାୟ ସମିତିର କର୍ମଚାରୀମାନେ ସହଯୋଗ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Tue Jan 13 , 2026
ପଟ୍ଟାମୁଣ୍ଡାଇ ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଏମଏନ ହାଇସ୍କୁଲ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜିତ ହୋଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଇଆଇସି ଓ ଏମଏନ ହାଇସ୍କୁଲ ଏନସିସି ଶିକ୍ଷକ ସରୋଜ ସ୍ୱାଇଁ, ଖେଳ ଶିକ୍ଷକ ଶଶାଙ୍କଶେଖର ସାହୁ, ସହକାରୀ ଶିକ୍ଷକ ଅଶୋକ ଦାଶ, ସହକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading