ବିରଜା ରାଉତରାୟଙ୍କ ପୁସ୍ତକ “ସ୍ମୃତିର ବର୍ଣ୍ଣାଳି” ପାଠକାର୍ପିତ

blank
କେନ୍ଦ୍ରାପଡା ୧୨/୧: ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ଷଷ୍ଠ ଦିବସରେ ସୁପରିଚିତ କବି ଓ କଥାକାର ବିରଜା ରାଉତରାୟଙ୍କ ଭିନ୍ନ ସ୍ୱାଦର ନିବନ୍ଧ ସଂକଳନ “ସ୍ମୃତିର ବର୍ଣ୍ଣାଳି” ପାଠକାର୍ପିତ ହୋଇଛି। ବିଭିନ୍ନ ସମୟରେ ଖବର କାଗଜ ଓ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ସ୍ତମ୍ଭ, ସ୍ମୃତିଲେଖକୁ ଏକତ୍ରିତ କରି ସମୁଦାୟ ସତରଗୋଟି ନିବନ୍ଧ ଏହି ସଂକଳନରେ ସନ୍ନିବେଶିତ କରାଯାଇଛି। ଚିତ୍ର, ଚରିତ୍ର ଓ ଗତାୟୁ ସମୟର ଏକ ଆବେଗସିକ୍ତ କକଟେଲ୍ ରୂପେ ଏଥିରେ ପରିବେଶିତ ଆଲେଖ୍ୟଗୁଡ଼ିକ ଅଧିକାଂଶତଃ କେନ୍ଦ୍ରାପଡ଼ା ମାଟିର ବିସ୍ମୃତ ପ୍ରତିଭାସମ୍ପନ୍ନ କଳାକାର ଓ ବ୍ୟକ୍ତିତ୍ୱମାନଙ୍କ କୃତି ଓ କୃତିତ୍ୱକୁ ଆଲୋକିତ କରିବା ସହ ଅତୀତର ସୃଜନାତ୍ମକ ସ୍ମୃତିଲେଖକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଉପସ୍ଥାପିତ କରାଇଛି। ଅଦ୍ୟାବଧି ଆଠଗୋଟି ସଫଳ ଗଳ୍ପ ସଂକଳନ ଓ ପାଞ୍ଚୋଟି କବିତା ସଂକଳନ ଓ ଏକ ଗୋଟି ଉପନ୍ୟାସର ସ୍ରଷ୍ଟା ବିରଜାଙ୍କ “ସ୍ମୃତିର ବର୍ଣ୍ଣାଳି”ତାଙ୍କ ଲେଖକୀୟ କୃତିର ତୃତୀୟ ନିବନ୍ଧ ସଂକଳନ ଅଟେ। ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାରେ “ସାହିତ୍ୟ ଆଜିକାଲି” ଶୀର୍ଷକ ସନ୍ଧ୍ୟାର ପ୍ରଥମ ଅଧିବେଶନରେ ଉପସ୍ଥିତ ଅତିଥି ବରିଷ୍ଠ କବି ଓ ସାମ୍ବାଦିକ ତଥା ଗେଟ୍ ୱେ ଓଡ଼ିଶାର ସମ୍ପାଦକ, ଶତ୍ରୁଜିତ, ଦୈନିକ ସମ୍ବାଦପତ୍ର ‘ଅକ୍ଷର’ର ବ୍ୟଙ୍ଗ ସାହିତ୍ୟିକ ଡ଼.ଗିରୀଶ ରଞ୍ଜନ ସାହୁ, କବି ରଣଜିତ ସେନାପତି, ଅଧ୍ୟାପକ ତପନ କୁମାର ପତି, ବିଶିଷ୍ଟ ଗବେଷକ ଓ ସ୍ତମ୍ଭକାର ନିରଞ୍ଜନ ମେକାପ ଓ ବରିଷ୍ଠ ପ୍ରାବନ୍ଧିକ ଓ ପ୍ରାଧ୍ୟାପକ ଡ.ସର୍ବେଶ୍ୱର ସେଣଙ୍କ ଦ୍ୱାରା ପୁସ୍ତକମେଳା ମଞ୍ଚରେ ପାଠକାର୍ପିତ ହୋଇଛି ।

Next Post

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞଳି ସଭା

Tue Jan 13 , 2026
ପଟ୍ଟାମୁଣ୍ଡାଇ 13/1– କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବରିଷ୍ଠ ସଭ୍ୟ ବାଟିପଡା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ, ସାମ୍ୟବାଦୀ ଚେତନାର ବିପ୍ଳବୀ ଛାତ୍ରନେତା, ସମାଜସେବୀ ଦିବ°ଗତ ଲକ୍ଷ୍ମୀଧର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଦୁର୍ଯୋଧନ ପରିଡା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading