ପଟ୍ଟାମୁଣ୍ଡାଇରେ ପୀର ନୁର ସାହା ବାବାଙ୍କ ଉର୍ସ ଉତ୍ସବ

blank
ପଟ୍ଟାମୁଣ୍ଡାଇ ତା ୧୨/୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରସିଦ୍ଧ ପୀର ହଜରତ ନୁର ଅଲ୍ଲୀ ସାହା ବାବାଙ୍କ ୪୫ତମ ବାର୍ଷିକ ଉର୍ସ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ଉର୍ସ ଉପଲକ୍ଷେ ସନ୍ଧ୍ୟାରେ ସ୍ଥାନୀୟ ମଦରସା ନିକଟରୁ ଚାଦର ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା । ଏହି ଉର୍ସ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଉର୍ସ ଉପଲକ୍ଷେ ଧର୍ମ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଭାରତର ପ୍ରସିଦ୍ଧ ମୌଲାନା ସୟଦ ଅବଦୁଲ କାଦିର ମିଆଁ, ମୌଲାନା ମୁଫତି ମୁସରଫ, ମୌଲାନା ଅକ ତାର ରଜ଼ା ଜିୟେ, ମୌଲାନା ମୁବାସୀର ହୁସେନ, ମୌଲାନା ମୂଜିସ ରାଜ଼ା କଦ୍ରି, ମୌଲାନା ସେଏରୀ ଯାମଜାମ ଫତେପୁରୀ, ମୌଲାନା ହାଫିଜ଼ ଇସ୍ରାଫିଲ, ମୌଲାନା ଓସୀମ କଦ୍ରି ପ୍ରମୁଖ ଯୋଗ ଦେଇ ଇସଲାମ ଧର୍ମ ଓ ପୀର ବାବା ଜୀବନୀ ଉପରେ ଅଲୋକପାତ କରିଥିଲେ । ଏହି ଉର୍ସ ଉତ୍ସବରେ ପଟ୍ଟାମୁଣ୍ଡାଇ ଶାନ୍ତି କମିଟିର ସଦସ୍ୟ ମାନେ ଯୋଗ ଦେଇ ଭାଇ ଚାରାର ବାର୍ତା ଦେଇଥିଲେ । ଉର୍ସ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ କ୍ଷମା ସାଗର ପଣ୍ଡା ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଣୀ ବନ୍ଦନା ପାତ୍ରଙ୍କୁ ମାନପତ୍ର ଦିଆଯାଇ ସମ୍ଭର୍ଧନା କରାଯାଇଥିଲା । ଉର୍ସ କମିଟି ସଭାପତି ଶେଖ ଗୋଲାମ ମଦାନୀ, ସମ୍ପାଦକ ଅଫସାର ଅଲ୍ଲୀ ଖାଁ, ଉସ୍ତାର ଖାଁ, ଶେଖ ସମସର, ଶେଖ ସକୀର, ଶେଖ ଜାକିର, ରହିମ ଖାଁ, ଅମୀର ଖାଁ, ଶେଖ ହାଫିଜୁଲ୍ଲା, ଶେଖ ଟିକି, ଇସ୍ରାଏଲ ଖାଁ, ଶେଖ ଆସଫାକ, ସମସୁଦ୍ଦିନ ଖାଁ ପ୍ରମୁଖ ଉତ୍ସବ ପାଳିଚାଳନା କରିଥିଲେ ।

Next Post

ଦୈତ ନିର୍ବାଚନମଣ୍ଡଳୀ,ବ୍ଲକ ଓ ୩ଟି ପଂଚାୟତରୁ ସିଦ୍ଧବାଲିକୁ ମୁକ୍ତି ଦାବୀ

Mon Jan 12 , 2026
ପଟ୍ଟାମୁଣ୍ଡାଇ ତା ୧୨/୧- ସିଦ୍ଧବାଲି ଗ୍ରାମଟି ୧୯୯୯ ମସିହାରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପଟ୍ଟାମୁଣ୍ଡାଇ ତହସିଲ ଓ ଅଣ୍ଢରା ରାଜସ୍ବ ନିରୀକ୍ଷକ ଅଧୀନରେ ଥିବାବେଳେ ଅମୃତମଣୋହି, ନୂଆପଡା, ବଲୁରିଆ ଆଦି ୩ଟି ପଂଚାୟତ ଓ ପଟ୍ଟାମୁଣ୍ଡାଇ, ଆଳି ୨ଟି ବ୍ଲକ ଅଧୀନରେ ରହିଛି । ଏଥି ସହିତ କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଅଧୀନରେ ରହିଥିବାରୁ ଏହି ରାଜସ୍ବ ଗ୍ରାମର ଲୋକମାନେ ବିଭିନ୍ନ ସରକାରୀ କାର୍ଯ୍ୟ ଓ ସୁବିଧା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading