
ପଟ୍ଟାମୁଣ୍ଡାଇ 13/1– କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବରିଷ୍ଠ ସଭ୍ୟ ବାଟିପଡା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ, ସାମ୍ୟବାଦୀ ଚେତନାର ବିପ୍ଳବୀ ଛାତ୍ରନେତା, ସମାଜସେବୀ ଦିବ°ଗତ ଲକ୍ଷ୍ମୀଧର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞଳି ସଭା ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଦୁର୍ଯୋଧନ ପରିଡା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ବାଇଁ, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ଶିକ୍ଷାବିତ ଶଚିନନ୍ଦନ ଦାସ, ସୁରେଶ ଚନ୍ଦ୍ର ଜେନା, କବି ସଚିତ୍ର କୁମାର ବେହୁରା, ପ୍ରାବନ୍ଧିକ ପ୍ରଦୀପ ନାୟକ ,ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ, ସନାତନ ତରାଇ, ବିଜୟ କୁମାର ରାଉତ, ଇ° ତପନ କୁମାର ପାତ୍ର ,ପ୍ରଫେସର ରବିନ୍ଦ୍ର କୁମାର ବରାଳ, ଶିକ୍ଷାବିତ ପ୍ରମୋଦ କୁମାର ନାୟକ, କହ୍ନାଇ ଚରଣ ପରିଡା, ବ°ଶିଧର ପରିଡା , ଭୁପତି ପ୍ରସାଦ ନାୟକ, ପ୍ରମୋଦ କୁମାର ସାହୁ, ଗର୍ନ୍ଧବ ଲେଙ୍କା ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଲକ୍ଷ୍ମୀଧର ପାତ୍ରଙ୍କ ପଟାମୁଣ୍ଡାଇ ଅଞ୍ଚଳ ପାଇଁ ଅବଦାନ, ଆର୍ଦଶ ପ୍ରଧାନଶିକ୍ଷକ ଭାବରେ ଶହ ଶହ ମେଧାବୀ ଛାତ୍ରୀଛାତ୍ର ସୃଷ୍ଟି କରିଥିବା ଜଣେ ଅନ୍ୟନ ପ୍ରତିଭା ବିଷୟରେ ଆଲୋକପାତ କରିବା ସହିତ ତାଙ୍କର ସର୍ମପିତ ସମାଜସେବା ଜନମାନସରେ ଅଭୁଲା ହୋଇ ରହିଵ ବୋଲି ମତ ପ୍ରକାଶ କରି ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞଳି ଅର୍ପଣ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
