କେନ୍ଦ୍ରାପଡାରେ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଉଦଘାଟିତ

blank
କେନ୍ଦ୍ରାପଡ଼ା,୧୩ା୧:କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ସୋମବାର ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଜୁ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )ନବକୃଷ୍ଣ ଜେନା ପ୍ରମୁଖ ମଂଚାସୀନ ଥିବା ବେଳେ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଅପରେସନ ସିନ୍ଦୁର, ଆତ୍ମ ନିର୍ଭର ଭାରତ, ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର, ନାରୀମାନେ ସ୍ୱାବଲମ୍ବି ହେଲେ ଦେଶ ଆଗେଇବ ବୋଲି କହିଛନ୍ତି। ଜନସାଧାରଣ ବହୁତ ମାତ୍ରାରେ ଆସି ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ଉପଭୋଗ କରିବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସରକାର ଦେଖିଥିବା ବିକଶିତ ଓଡିଶା ବିକଶିତ ଭାରତ ସ୍ୱପ୍ନ ପୁରଣ କରିବାକୁ ହେଲେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଛନ୍ତି। ଏହା ଛଡା ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପାଇଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏତତବ୍ୟତୀତ ସ୍ଥାନୀୟ କଳାକାର ଏବଂ ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ କୂଳଦୀପ ପଟ୍ଟନାୟକ ତାଙ୍କର ସୁନ୍ଦର ସୁନ୍ଦର ଗୀତରେ ଦର୍ଶକଙ୍କୁ ମତୁଆଲ କରିଥିଲେ।

Next Post

କୁଶିଆପାଳ ଧାନ ମଣ୍ଡି ଉଦଘାଟିତ : ଚାଷୀଙ୍କ ମୁହଁରେ ହସ ଫୁଟାଇବା ସକରାରଙ୍କ ଲକ୍ଷ: ମନ୍ତ୍ରୀ

Tue Jan 13 , 2026
କେନ୍ଦ୍ରାପଡ଼ା,,୧୩ା୧:ଡେରାବିଶ ବ୍ଲକ ଅଧିନ କୁଶିଆପାଳ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ସନ୍ଧ୍ୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ପ୍ରଯୁକ୍ତି ବିଜ୍ଞାନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚଳିତ ବର୍ଷର ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପାତ୍ର ଯୋଗଦେଇ ଆଜି ସୁଦ୍ଧା ରାଜ୍ୟରେ ୧୮ଲକ୍ଷ ମେଟ୍ରିକ ଟନ ଧାନ ଚାଷିମାନଙ୍କ ଠାରୁ କ୍ରୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading