କେନ୍ଦ୍ରାପଡ଼ା,୩ା୧୦:ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢିକରଣ କରାଯାଇଥିଲା। ଏଥିସହିତ ୨୦୨୪ର କର୍ମକର୍ତ୍ତାମାନଙ୍କୁ ଚଳିତ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା। ନୂତନ ଭାବରେ ଡ. ଚୈତନ୍ୟ ଚରଣ ପରିଡା, ନିରଞ୍ଜନ ବେହେରା, ଅବଧୂତ ରାଉତ, ପ୍ରତିମା ପ୍ରଧାନ ଓ ଶୈଳବାଳା […]
ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି ପଟ୍ଟାମୁଣ୍ଡାଇ ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି । ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେଉଛନ୍ତି । ଢୋଲ ବାଜା, ଘଂଟଘଂଟା, ଦୁଲଦୁଲି , ସିଙ୍ଘବାଜାରେ ପଟ୍ଟାମୁଣ୍ଡାଇ ସହର କମ୍ପୁଛି। ଗୋଟିଏ ପରେ ଗୋଟିଏ ମେଢ ଅସ୍ଥାୟୀ ପୋଖରୀ ମୁହାଁ ହେଉଛନ୍ତି । ପଟ୍ଟାମୁଣ୍ଡାଇ […]
ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା ଲଟାରେ ମା’ଙ୍କୁ ପୂଜା କରି ଏହି ଅଭିମନ୍ତ୍ରିତ ଲଟାକୁ ହାତରେ ବାନ୍ଧିଲେ ସର୍ବ ରିଷ୍ଟ ଖଣ୍ଡନ ହେବାର ବିଶ୍ୱାସ ରହିଛି କାହିଁ କେଉଁ କାଳରୁ । ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା ଲଟାରେ ମା’ଙ୍କୁ […]
ଆସିଛି ପାର୍ବଣର ଋତୁ। ଦୁଷ୍ଟ ଦଳନ ଆଉ ସନ୍ଥ ପାଳନ ପାଇଁ ଧରାବତରଣ କରିଛନ୍ତି ମା’ ଦୁର୍ଗା । ମା’ ଙ୍କୁ ଆଗମନକୁ ଅପେକ୍ଷା କରିଥିବା ଭକ୍ତଗଣ, କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳି ସାହିରେମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ । ଅସିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର […]
ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ ତଳେ ଅଜାଡି ଦେଇ ନିଜକୁ ସମର୍ପଣ କରିଦିଏ । ଭକ୍ତର ନିର୍ବିକାର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ମା’ । ସନ୍ତାନର ମନବାଞ୍ଛା ପୁରଣ କରିବାକୁ ଧରାଧାମକୁ ଓହ୍ଲେଇ ଆସି ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା’ […]
ପଟ୍ଟାମୁଣ୍ଡାଇ ୩୦/୯ -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା […]
ପଟ୍ଟାମୁଣ୍ଡାଇ ୩୦/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ଚାଲିଛି । ଏଥିନେଇ ଅସାଧୁ ବ୍ୟବସାୟୀ ଲାଭ ଆଶାରେ ବାସୀ ଗନ୍ଧିଆ ଓ ରୋଗ ସୃଷ୍ଟିକାରୀ ଖାଦ୍ୟ ବିକ୍ରି କରୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ଯାହାକୁ ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିର୍ଦେଶରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଜିଲା ଓ ସ୍ଥାନୀୟ ଟିମ ମିଳିତ ଭାବେ […]
ପଟ୍ଟାମୁଣ୍ଡାଇ ୩୦/୯ – କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ୭ ନଂ ୱାର୍ଡ ତଳବାଲିପଡା ଗ୍ରାମର ଢଳେଇ ରାସ୍ତା ଉପରେ ମଙ୍ଗଳବାର ରାତିରେ ହଠାତ କୁମ୍ଭୀର ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଏବଂ ଗାଡ଼ିମୋଟର ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଲୋକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରାୟ […]
ପଟ୍ଟାମୁଣ୍ଡାଇ ୨୮/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଦକ୍ଷିଣଦିଆ ଗ୍ରାମରେ ଏକ ସୁନା ଚେନ ଲୁଟ ଘଟଣା ଘଟିଛି । ୨ଜଣ ଦୁବୃର୍ତ ଜନୈକା ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଫେରାର ହୋଇଯାଇଛନ୍ତି ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଦକ୍ଷିଣଦିଆ ଗ୍ରାମରେ ବିଜୟ […]
କେନ୍ଦ୍ରାପଡ଼ା,୨୮ା୯:ତୁଳସୀ କ୍ଷେତ୍ରରେ ତ୍ରିଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ। କ୍ଷେତ୍ରର ପୀଠଦେବୀ ମା’ କନକ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆଜି ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ବିରାଜମାନ ଥିବା ପୀଠ ଦେବୀ ମା’ କନକଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପ୍ରଥମେ ମା’ଙ୍କୁ ମହାସ୍ନାନ କରାଯାଇ ବେଶ ସୁବର୍ଣ୍ଣ ଅଳଙ୍କାରରେ ପରିଧାନ ପୂର୍ବକ ନ୍ୟାସ ଭୋଗ ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଆଜି କ୍ଷେତ୍ରରେ ମହାସପ୍ତମୀ […]

