ଶ୍ରୀବଳଦେବଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଆଇନମନ୍ତ୍ରୀ କେନ୍ଦ୍ରାପଡ଼ା,୧୬ା୧୧:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ଐତିହ୍ୟ,ସଂସ୍କୃତି, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ଏକ ସ୍ୱତନ୍ତ୍ରତା ରହିଛି। ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଶ୍ରୀଜୀଉଙ୍କ ମନ୍ଦିର ଓ ପାରିପାଶ୍ୱର୍ିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଶହେ […]
କେନ୍ଦ୍ରାପଡ଼ା,୧୭ା୧୧:କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ଏବଂ ନବୀକରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବ ସେନା ଗଣମାଧ୍ୟମକୁ ସୂଚନା ଦେଇଛି ଯେ ରାଜ୍ୟ ସରକାର ଏହି ଟଙ୍କା ଦେବା ପଛରେ ବଳଦେବ ସେନାର ଦାବି ରହିଥିଲା। ଦୀର୍ଘଦିନ ହେବ ବଳଦେବ ସେନା ଦାବି କରିଥିଲା ବଳଦେବଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ […]
କେନ୍ଦ୍ରାପଡ଼ା,୧୭ା୧୧:କର୍କଟ ପିଡ଼ିତା ଦଶମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡାର ନହଙ୍ଗ ନିବାସୀ ଦିପ୍ତୀ ସାହୁଙ୍କର ଏକମାତ୍ର ଝିଅ ଚିନ୍ମୟୀ ସାହୁ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ କିମସ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପିତା ମାତା ଗରିବ ହୋଇଥିବାରୁ ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ୟାଙ୍କର ସଭାପତିଙ୍କୁ ଝିଅର […]
କେନ୍ଦ୍ରାପଡ଼ା,୧୭ା୧୧:କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବରେଡକ୍ରସ ୟୁନିଟ୍ ପକ୍ଷରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଇକ୍ୟୁଏସି ସଂଯୋଜିକା ଡ. […]
କେନ୍ଦ୍ରାପଡା ୧୭ା୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବଡ ଧରଣର ଡକାୟତି ଯୋଜନାକୁ ରବିବାର ବିଳମ୍ବିତ ରାତିରେ ପଣ୍ଡ କରିଛି । ଏହି ଯୋଜନାରେ ସଂପୃକ୍ତ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଜିଲା କାର୍ଯ୍ୟାଳୟରେ ଏସପି ସିଦ୍ଧାର୍ଥ କାଟାରିଆ ଏସମ୍ପର୍କରେ ସୋମବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି । ଏସପି କାଟାରିଆ କହିଛନ୍ତିଯେ ଡକାୟତି […]
କେନ୍ଦ୍ରାପଡ଼ା,୧୬ା୧୧:ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଜିଲ୍ଲା ପ୍ରଶାସନ ସହିତ ଗଣମାଧ୍ୟମର ସୁସମ୍ପର୍କ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହଯୋଗ କରି ଆସିଛି […]
କେନ୍ଦ୍ରାପଡ଼ା,୧୬ା୧୧:ସର୍ବ ଜନପ୍ରିୟ ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ନାମରେ ନାମିତ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଛି। ଗରାପୁରସ୍ଥିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଶକ୍ତିସଦନର ଅନ୍ତେବାସୀମାନଙ୍କୁ ରବିବାର ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଏହି କମ୍ବଳ ପ୍ରଦାନ କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ତଥା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁଜିତ ମହାନ୍ତି କାର୍ଯ୍ୟକ୍ରମରେ […]
ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ତା ୧୬/୧୧ -ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ମେରାଇନର୍ସ ଆଣ୍ଡ ମର୍ଚ୍ଚାଣ୍ଟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ରାଜନୀତି ବିଭାଗ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରତ୍ନତତ୍ୱବିତ ଇତିହାସକାର ଡ଼ ସୁନୀଲ କୁମାର ପଟ୍ଟନାୟକ ଓଡିଶାର ନୌବାଣିଜ୍ୟ ଇତିହାସ, ସାଧବ ମାନଙ୍କ ଭୂମିକା ଓ ବାଲିଯାତ୍ରାର ମହତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଉତ୍କଳ […]
କେନ୍ଦ୍ରାପଡ଼ା,୧୫ା୧୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ପିଙ୍ଗଳ ଗ୍ରାମସ୍ଥିତ ଆଶ୍ରମରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ଭାଗବତ ସପ୍ତାହ ଉଦଯାପିତ ହୋଇଯାଇଛି। ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି ଭାଗବତ ସପ୍ତାହର ସାତଦିନ ଯାକ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ। ଶ୍ରୀମା’ କହିଥିଲେ ଯେ ସପ୍ତାହର ସାତ ଦିନ ମଧ୍ୟରେ ମନୁଷ୍ୟ ମୃତ୍ୟୁବରଣ କରିବ। ଏହି ସାତ ଦିନକୁ ଆମେ ସ୍ମରଣ ରଖିବା ଉଚିତ। କାରଣ […]
କେନ୍ଦ୍ରାପଡ଼ା,୧୫ା୧୧:ଜିଲ୍ଲା ପ୍ରଶାସନ(ମଙ୍ଗଳ ବିଭାଗ) ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଜନଜାତୀୟ ଗୌରବ ଦିବସ-୨୦୨୫ ଓ ଭଗବାନ ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରୀଷ୍ଣ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା […]

