
କେନ୍ଦ୍ରାପଡ଼ା, ୬ା୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଓଡ଼ିଶା ଗସ୍ତରେ ଥାଇ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିଛନ୍ତି। ସେଥିମଧ୍ୟରୁ କେନ୍ଦ୍ରାପଡ଼ାର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଓ ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ନୁର୍ତ୍ତନ ଗୃହକୁ ଗୃହମନ୍ତ୍ରୀ ଶାହ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଛନ୍ତି।
କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା କାର୍ଯ୍ୟକାରୀ ହେବ। ଏହି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ରିଜର୍ଭ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଓ ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁଙ୍କ ସମେତ ପୋଲିସ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ନୁର୍ତ୍ତନ ଗୃହ ଉଦଘାଟନ କରିଥିଲେ।ଗ୍ରମାଂଚଳ ଥାନାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,କେନ୍ଦ୍ରାପଡା ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ସରୋଜ ସାହୁ,ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର, ଗ୍ରାମାଂଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟା/ସଭ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।ସେହିପରି କୋରୁଆ ଥାନା ମଧ୍ୟ ଆଭାସୀ ମାଧ୍ୟମରେ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି।
