ବଳଦେବଜୀଉ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ପାଇଁ ପ୍ରସ୍ତୁତି

blank
କେନ୍ଦ୍ରାପଡ଼ା,୨ା୩:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ଆସନ୍ତା ୧୫ତାରିଖରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୁଳସୀକ୍ଷେତ୍ର ପରିକ୍ରମା ଓ ଜ୍ୟୋତିଯାତ୍ରା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଜ୍ୟୋତି ଆସନ୍ତା ୧୫ତାରିଖ ସକାଳେ ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିର ନିକଟରୁ ବାହାରି ଶ୍ରୀବଳଦେବଜୀଉଙ୍କ ଲୀଳା ସହ ସଂଶ୍ଳିଷ୍ଟ ଜିଲ୍ଲାର ବିଭିନ୍ନ ପୀଠ ପରିକ୍ରମା କରିବା ପରେ ସନ୍ଧ୍ୟାରେ ପୁନର୍ବାର ଶ୍ରୀଜୀଉଙ୍କ ପୀଠକୁ ଫେରିଆସିବ। ଏହି ପ୍ରସ୍ତୁତି ବୈଠକରେ ଅଭିମନ୍ୟୁ ଗୋଛାୟତ, ଦୈା୍ରପଦୀ ରାଉତ, ସରସ୍ୱତୀ ଦାସ, ସ୍ୱର୍ଣ୍ଣପ୍ରଭା ପରିଡା, ପ୍ରଫୁଲ୍ଲ ସାହୁ, ପ୍ରଦୀପ ସାମଲ, ବଳଦେବସେନାର ମୁଖ୍ୟ ପପୁନ ସ୍ୱାଇଁ, ଗୋଲଖ ବେହେରା, ଉମେଶ ଦାସ, ନିରଞ୍ଜନ ମେକାପ, ରବିନ୍ଦ୍ର ସାହୁ, ରମେଶ ସାହୁ, ଜ୍ଞାନରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ସିମେଣ୍ଟ କମ୍ପାନୀ ନାଁରେ ସାଇବର ଠକେଇ

Tue Mar 3 , 2026
କେନ୍ଦ୍ରାପଡ଼ା,୩ା୩:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଣ୍ଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading