ବେଲତଳ ସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

blank
ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ଭଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଗୋପୀବଲ୍ଲଭ ନାୟକ ମୁଖ୍ୟବକ୍ତା କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସି ଆର ସି ସି ମଳୟ ଜେନା ଓ ସଂଘମିତ୍ରା ନାୟକ, ସମାଜସେବୀ ଗୋପୀନାଥ ତ୍ରିପାଠୀ ଶିକ୍ଷକନେତା ପ୍ରେମାନନ୍ଦ ଜୀବନ ଦାଶ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷୟତ୍ରୀ ଆରତୀ ଭଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।  ସହକାରୀ ଶିକ୍ଷୟତ୍ରୀ ଇଭା ଦାସ ସ୍ୱାଗତଭାଷଣ ଓ କୃପାସିନ୍ଧୁ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ ।  ଶେଷରେ ଗୌତମ ସାହୁ ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ରାଜଶ୍ରୀ ତ୍ରିପାଠୀ ଓ ସୁମିତ୍ରା ଓରାମ ପରିଚାଳନା କରିଥିଲେ ।

Next Post

ବିଦୁରଙ୍କ ସ୍ମୃତି ପ୍ରସିଦ୍ଧ ଓଳକଣା ମେଳଣ ଆଜି : ଦହୀ ପଖାଳ ଶାଗଭଜା ପାଇଁ ଉତ୍ସବ ମୁଖର ହେବ ବିଦୁରଙ୍କ ମନ୍ଦିର

Mon Mar 2 , 2026
  କେନ୍ଦ୍ରାପଡା ୨/୩-ଫାଲ୍‌ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ। ତତ୍‌ସହିତ ଦେଖାଦିଏ ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟ ଚେତନାର ପରମ୍ପରା ଭିତରେ ପ୍ରକୃତିର ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ । ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ଭିତରେ ଆରମ୍ଭ ହୁଏ ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଦୋଳୋତ୍ସବ ବା ଦୋଳଯାତ୍ରା। ହେଇ ଯେମିତି କେନ୍ଦ୍ରାପଡ଼ା ଓ କଟକ ଜିଲାର ସୀମାନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading