ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ସାମ୍ବାଦିକ ସମ୍ମିଳନୀ

blank
କେନ୍ଦ୍ରାପଡ଼ା,୫ା୩:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ)ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି “ସଶକ୍ତମହିଳା ସଶକ୍ତ ରାଷ୍ଟ୍ର” ଗଠନ। ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରକାଶ କରିଛନ୍ତି ଯେ, ମହିଳାମାନଙ୍କ ମଧ୍ୟରେ ଏହି ଦିବସ ଉପଲକ୍ଷେ କ୍ରୀଡା, ଦୌଡ ଆଦି ଶାରୀରିକ ଦକ୍ଷତା ପ୍ରତିଯୋଗିତା ସହ ପୋଷଣ, ମାନସିକ ଶକ୍ତି ବୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତତ୍‌ସହିତ ସେମାନଙ୍କୁ ସ୍ୱସୁରକ୍ଷା ଓ ସାଇବର କ୍ରାଇମ ସୁରକ୍ଷା ସମ୍ପର୍କରେ ସଚେତନ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମଧ୍ୟ ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ମାର୍ଚ୍ଚ ୬ ଓ ୭ ତାରିଖରେ ଇଚ୍ଛାପୁର ନିକଟସ୍ଥ ଇନଡୋର ଷ୍ଟାଡିୟମରେ ମହିଳାମାନଙ୍କ ନିମନ୍ତେ ଯୋଗାଭ୍ୟାସ, ଶାରୀରିକ ଓ ମାନସିକ ସାମ୍ୟର୍ଥ, ପୋଷଣ, ସ୍ୱସୁରକ୍ଷା ନିମନ୍ତେ ଜୁଡୋ, କରାଟେ, ବକ୍ସିଂଆଦି ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ୮ ତାରିଖରେ ଡେରାବିଶ ମିନି ଷ୍ଟାଡିୟମରେ ୧୩ ବର୍ଷରୁ କମ, ୧୩ରୁ ୧୮ବର୍ଷ ଓ ୧୮ବର୍ଷରୁ ଅଧିକା ବିଭିନ୍ନ ବର୍ଗର ଯଥା ସ୍କୁଲ, କଲେଜ, ଏସଏଚଜି, କର୍ମଜୀବୀ, ପୋଲିସ ଆଦି ବିଭାଗର ବାଳିକା ଓ ମହିଳାମାନେ ମାରାଥନ, ଦୌଡ, କୌତୁକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି ସମସ୍ତ କାର୍ଯ୍ୟକ୍ରମ ସକାଳ ୬.୩୦ ମିନିଟ ଠାରୁ ୯.୩୦ମିନିଟ ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସୂଚନା ଯୋଗ୍ୟ ଯେ ସାରା ଭାରତର ୨୫୦ ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଆମ ରାଜ୍ୟରେ ୭ ଟି ଜିଲ୍ଲାରେ ଅନୁଷ୍ଠିତ ହେବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୋଗ୍ରାମ ଅଫିସର ଭାରତୀ ବେହେରା, ଡିପିସି (ମମତା) ମନୋରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣାକୁ ପୁରାତନ ଛାତ୍ରସଂସଦର ସ୍ୱାଗତ

Thu Mar 5 , 2026
କେନ୍ଦ୍ରାପଡ଼ା,୫ା୩:ଚଳିତବର୍ଷର ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୪ଟି ନୂତନ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି। ଏହାମଧ୍ୟରୁ ଗୋଟିଏ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣାରେ ଜିଲ୍ଲାବାସୀଙ୍କ ସହ ଜିଲ୍ଲାର ସର୍ବପ୍ରାଚୀନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍କଣ୍ଠା ପ୍ରକାଶ ପାଇଛି ବୋଲି ସଂସଦର ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ସମ୍ପାଦକ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading