ସି.ଭି. ରମଣଙ୍କ ପରି ବିଜ୍ଞାନ ଅନୁସନ୍ଧାନୀ ହୁଅନ୍ତୁ ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

blank

ପଟ୍ଟାମୁଣ୍ଡାଇ ୨୮/୨– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋବଟିକ, ଆର୍ଟିଫିସିଆଲ ଇଂଟେଲଜେନ୍ସି ବିଷୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇବା ସହିତ ଏକ କୁଇଜ ପ୍ରତିଯୋଗିତା କାରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନର ବିଭିନ୍ନ ବିଭାଗର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟ ଓ ଗଣିତ ବିଭାଗ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ସଂଯୋଜନାରେ ଶନିବାର ଆୟୋଜିତ ଆଲୋଚନା ଚକ୍ରରେ ରାଜକନିକା ଶୈଳନ୍ଦ୍ର ନାରାୟଣ ମହାବିଦ୍ୟାଳୟର ରସାୟନ ବିଭାଗ ପ୍ରାଧ୍ୟାପକ ଡ ଫକିର ଚନ୍ଦ୍ର ପ୍ରଧାନ ଯୋଗଦେଇ ବୈଜ୍ଞାନିକ ସି.ଭି. ରମଣଙ୍କ ପରି ବିଜ୍ଞାନ ଅନୁସନ୍ଧାନୀ ହେବାକୁ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗୀୟ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରି କହିଥିଲେ ଯେ ବିଜ୍ଞାନ କେବଳ ପୁସ୍ତକ କିମ୍ବା ପ୍ରୟୋଗଶାଳାରେ ସୀମିତ ନୁହେଁ। ବିଜ୍ଞାନ ଆମ ଚାରିପାଖରେ ଅଛି ନୂତନ ପ୍ରଶ୍ନ ମାଧ୍ୟମରେ ବଢ଼ୁଛି। ଏହା ଆମ ଜୀବନକୁ ଉନ୍ନତ କରିବା ପାଇଁ ନବସୃଜନ ଆଣିଥାଏ। ଯେତେବେଳେ ବୈଜ୍ଞାନିକ ବୁଝାମଣା ସୃଜନଶୀଳତା ଏବଂ ଉଦ୍ଦେଶ୍ୟ ସହିତ ମିଶିଯାଏ, ତହା ଜୀବନକୁ ପରିବର୍ତନ କରେ। ସ୍ୱଚ୍ଛ ଶକ୍ତିର ବିକାଶ ଯାହା ଆମ ଗ୍ରହକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ । ମହାକାଶ ଅନୁସନ୍ଧାନ ଆମକୁ ବ୍ରହ୍ମାଣ୍ଡର ରହସ୍ୟଗୁଡ଼ିକୁ ବୁଝିବାର ସୁଯୋଗ ଦିଏ। ସ୍ୱାସ୍ଥ୍ୟସେବାରେ ଉନ୍ନତି ଲୋକଙ୍କୁ ଉନ୍ନତ ଜୀବନଯାପନ କରିବାରେ ସାହାଯ୍ୟ କରିଛି । ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ବିଶ୍ୱକୁ ଏକ ଛୋଟ ଗ୍ଲୋବରେ ପରିଣତ କରିଛି। ସଂପ୍ରତି ରୋବଟିକ ଓ ଏଆଇ ଦୁନିଆ ଆମ ଜୀବନକୁ ଉନ୍ନତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମସ୍ୟା ସମାଧାନ କରିବା ଏବଂ ଏକ ଉତମ ଭବିଷ୍ୟତ ସୃଷ୍ଟି କରିବାର ଶକ୍ତି ଆମ ପାଖରେ ଅଛି। ବର୍ତମାନ ସମସ୍ତଙ୍କ ମୁହଁରେ ଏ ଆଇ । ଏହି ଏଆଇ ହେଉଛି କମ୍ପ୍ୟୁଟର ସାଇନ୍ସର ଏକ ଉନ୍ନତ ଶାଖା । ଏଥିରେ, କମ୍ପ୍ୟୁଟର ପ୍ରୋଗ୍ରାମିଂ ମାଧ୍ୟମରେ ଏକ ଯନ୍ତ୍ରକୁ ବୁଦ୍ଧିମାନ କରିବାକୁ ଚେଷ୍ଟା କରାଯାଏ । ଯାହା ମଣିଷ ପରି ଭାବିପାରେ ଏବଂ ନିଷ୍ପତି ନେଇପାରେ । ଏହି ଆର୍ଟିଫିସିଆଲ ଇଂଟେଲିଜେନ୍ସ ସାହାଯ୍ୟରେ ଏକ ରୋବୋଟିକ୍ ସିଷ୍ଟମ ତିଆରି କରାଯାଇଥାଏ । ଯାହା ସମାନ ତର୍କ ଆଧାରରେ ଚାଲିବାକୁ ଚେଷ୍ଟା କରେ ଯାହା ମନୁଷ୍ୟର ବୁଦ୍ଧି ଭଳି କାମ କରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କାରାଯାଉଛି । ଯେପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିଛି, କୃଷି ଶିଳ୍ପରେ ଦକ୍ଷତା, ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି କରିଛି । ଆର୍ôଥକ କ୍ଷେତ୍ରରେ ଏହା ଜାଲିଆତି ଚିହ୍ନଟ ଏବଂ ଯାଂଚ ସହିତ କ୍ରେଡିଟ୍ ସ୍କୋରିଂ ଏବଂ ଆର୍ôଥକ କାରବାରରେ ମୂଲ୍ୟାଙ୍କନ ପାଇଁ ବ୍ୟବହୃତ ହେଉଛି । ମାର୍କେଟିଂ ଏବଂ ବ୍ୟକ୍ତିଗତ ବିଜ୍ଞାପନ ପ୍ରଦାନ କରିବାକୁ ଉପଭୋକ୍ତା ପ୍ରାଥମିକ ଏବଂ ଆଚରଣ ବିଶ୍ଳେଷଣ କରି ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନରେ ସାହାଯ୍ୟ କରେ । ସ୍ୱୟଂଚାଳିତ ଯାନ ସହିତ ପରିବହନ କ୍ଷେତ୍ରରେ ଅନେକ ସାହାଯ୍ୟ କରୁଛି । ସାଇବର ସିକ୍ୟୁରିଟି ଓ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପ୍ରାସଙ୍ଗିକ ହୋଇପାରିଛି ।ଏହାର ଆଡଭାନ୍ସ ଏବଂ ଡିପ ଲର୍ଣ୍ଣିଂ ମଡେଲ ଗୁଡିକ ବହୁତ ଦ୍ରୁତ ଗତିରେ ବିକାଶ କରୁଛି । ଯାହା ଡାକ୍ତରୀ ନିରାକରଣ, ସ୍ୱୟଂ ଚାଳିତ କାର, ସ୍ମାର୍ଟ ହାଉସ୍‌, ଷ୍ଟକ୍ ମାର୍କେଟ ବିଶ୍ଳେଷଣ ଇତ୍ୟାଦି ଅନେକ କାର୍ଯ୍ୟରେ ବ୍ୟବହୃତ ହେଉଛି ।

blank

ଅନ୍ୟତମ ଅତିଥିଭାବେ ରସାୟନ ବିଭାଗ ମୁଖ୍ୟ ଡ଼ ସୁନିଲ ପ୍ରଧାନ, ଉଦ୍ଭିଦ ବିଭାଗ ମୁଖ୍ୟ ଡ ଅଞ୍ଜଳି କୁମାରୀ ଦାଶ, ପ୍ରାଣୀ ବିଭାଗ ମୁଖ୍ୟ ସରୋଜିନୀ ମିଶ୍ର ଆଲୋଚନଚକ୍ର ଗୁରୁତ୍ୱ ଛାତ୍ରୀଛାତ୍ରଙ୍କୁ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ ବୋଲି କହିଥିଲେ । ଛାତ୍ରୀଛାତ୍ରମାନେ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ଜ୍ୟୋତିରଂଜନ ରାଉତ, କମ୍ପ୍ୟୁଟର ସାଇନସ୍ ଅଧ୍ୟାପକ ନବଜ୍ୟୋତି ସାହୁ, କମଳଲୋଚନ ଦାସ କଲେଜ ଅଧ୍ୟାପିକା/ଅଧ୍ୟାପକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Next Post

ବେଲତଳ ସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sun Mar 1 , 2026
ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ଭଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଗୋପୀବଲ୍ଲଭ ନାୟକ ମୁଖ୍ୟବକ୍ତା କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସି ଆର ସି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading