ବନ୍ୟା କମୁଛି, ଲଘୁଚାପ ଡରାଉଛି , ଭଙ୍ଗା ଘର ସଜାଡ଼ିବା ଆଗରେ ବର୍ଷା ପ୍ରତିବନ୍ଧକ

blank

ପଟ୍ଟାମୁଣ୍ଡାଇ ୨୩/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ଜଳ କିଛି ପରିମାଣରେ ହ୍ରାସ ପାଇଥିଲେ ସୁଦ୍ଧା ଲୋକଙ୍କ ଜନଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ। ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ବି ବହୁ ଗ୍ରାମ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛିା ବିଚ୍ଛିନ୍ନ ହୋଇପଡ଼ିଥିବା ଗାଁଗୁଡ଼ିକୁ ଯାତାୟାତ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଛି। ମାଟିଚାଳ ଘରେ ରହୁଥିବା ଶହ ଶହ ବିପନ୍ନ ପରିବାର ନିଜର ବାସଗୃହ ହରାଇ ରାସ୍ତା କଡ଼, ଉଚ୍ଚା ସ୍ଥାନ, ବନ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଘରମାନଙ୍କରେ ତ୍ରିପାଲ ଟାଣି କଷ୍ଟକର ଜୀବନ ବିତାଉଛନ୍ତି। ସଂପ୍ରତି ବନ୍ୟାଜଳ ଘର ଦୁଆର ଓ ପିଣ୍ଡା ତଳକୁ ଖସିଥିବାରୁ ଦୀର୍ଘଦିନରୁ ବିସ୍ଥାପିତ ହୋଇ ରହିଥିବା ଲୋକେ ନିଜ ଭଙ୍ଗା ଘରକୁ ଫେରିବାକୁ ଆଶା ବାନ୍ଧିଥିବା ବେଳେ ଲଘୁଚାପ ବର୍ଷା ଏବେ ସେମାନଙ୍କ ପାଇଁ ବଡ଼ ଦାଉ ସାଜିଛି। ଘରକୁ ଫେରିବା ତ ଦୂରର କଥା, ପୁନର୍ବାର ଜଳସ୍ତର ବୃଦ୍ଧି ପାଇବା ଭୟରେ ସେମାନେ ଆଶଙ୍କିତ ହୋଇପଡ଼ିଛନ୍ତି।

blank
ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଂଚାୟତ ସମେତ ବଲିପାଟଣା, ବାଛରା, ଶିରାମପୁର, ଡାମରପୁର, ବଳଭଦ୍ରପୁର ପଂଚାୟତବାସୀ ଏବେବି ବାହାର ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଂଚଳର ୧୧ ଓାର୍ଡରେ ୯୫ ହାଜାର ୧୬୫ ବନ୍ୟା ବିପନ୍ନ ହୋଇଛନ୍ତି ।ଏବେବି ବିଭିନ୍ନ ତଳିଆ ଅଂଚଳର ମୁଖ୍ୟ ଓ ଗ୍ରାମୀଣ ରାସ୍ତାଗୁଡ଼ିକ ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ୁଛି । ମାଟି, ଚାଳ ଓ ଛପର ଘରେ ରହୁଥିବା ଶହ ଶହ ପରିବାର ନିଜର ଆସବାବପତ୍ର ଓ ଗୃହପାଳିତ ପଶୁଙ୍କୁ ନେଇ ନିକଟସ୍ଥ ଉଚ୍ଚ ସ୍ଥାନ, ରାସ୍ତା କଡ଼, ବନ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଘରମାନଙ୍କରେ ଦିର୍ଘ ଦୀନ ଦିନଧରି ରହୁୁଛନ୍ତି।ବନ୍ୟାଜଳର ସ୍ରୋତରେ ବହୁ ଚାଳ ମାଟିଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭୁସୁଡ଼ି ପଡ଼ିଛି। ଘର ପିଣ୍ଡାରୁ ପାଣି ଛାଡ଼ିବା ପରେ ଯେଉଁମାନେ ଉଚ୍ଚା ସ୍ଥାନରୁ ଫେରି ଘରର ଭଙ୍ଗା ଛାପର ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଆଗରେ ପ୍ରତିବନ୍ଧକ ସାଜିଛି ଆକାଶର ମେଘ ଓ ଝିପିଝିପି ବର୍ଷା। ଘର ସଜାଡ଼ିବା ପାଇଁ ଶୁଖିଲା ବାଉଁଶ, ନଡ଼ା କିମ୍ବା ପଲିଥିନ୍ ପାଇବା ମୁସ୍କିଲ ହୋଇପଡ଼ିଥିବା ବେଳେ, ପୁଣିଥରେ ବଡ଼ ବର୍ଷା ହେଲେ ଓଦା ମାଟି ଘରଗୁଡ଼ିକ ସମ୍ପୂର୍ଣ୍ଣ ଧସିଯିବାର ଭୟ ସେମାନଙ୍କ ନିଦ ହଜାଇ ଦେଇଛି। ଧୋୟାଂଳର ଗାଁ ଗୁଡ଼ିକରେ ଥିବା ନଳକୂପ ବା ପାନୀୟ ଜଳର ଉତ୍ସଗୁଡ଼ିକ ବନ୍ୟା ଜଳରେ ବୁଡ଼ି ରହି ଦୂଷିତ ହୋଇଯାଇଛି। ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଅନ୍ୟପଟେ ବନ୍ୟାଜଳ ଛାଡ଼ିବା ସହ ପଚାସଢ଼ା ଗନ୍ଧ ଓ ଦୂଷିତ ପରିବେଶ ଯୋଗୁଁ ଚର୍ମରୋଗ, ଝାଡ଼ାବାନ୍ତି ଭଳି ଜଳବାହିତ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଲାଣି। ଏହାସହ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ଅଭାବ ସାଙ୍ଗକୁ ଗୋ-ଖାଦ୍ୟର ଗୁରୁତର ସଙ୍କଟ ଦେଖାଦେଇଛି। ନିରବଚ୍ଛିନ୍ନ ବର୍ଷା ଯୋଗୁଁ ଚୂଲି ଜାଳିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ସହାୟତା ଯୋଗାଇ ଦିଆଯାଉଛି । ବହୁ ତଳିଆ ଅଂଚଳର ବିପନ୍ନଙ୍କ ପାଖରେ ତାହା ପହଁଚିପାରି ନଥିବା ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଓ ବିଶୋଧନ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ବନ୍ୟା ଓ ବର୍ଷା ଯୋଗୁଁ ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ ଭୁସୁଡ଼ି ଯାଇଥିବା ଘରଗୁଡ଼ିକର ଆକଳନ କରି ଗୃହ ନିର୍ମାଣ ପାଇଁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାମାଜିକକର୍ମୀ ନରେନ୍ଦ୍ର ଧଳ,ବିଭୁତି ଭୂଷଣ ପଟ୍ଟନାୟକ, କିଶୋର ରାଉତ, ସଂଜିବ ମଲ୍ଲିକ, କୈଲାସ ସେଠୀ, ଦିପକ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତିି।

Leave a Reply

Next Post

ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

Sun Aug 23 , 2026
କେନ୍ଦ୍ରାପଡ଼ା, ୨୩/୮ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା, ଗର୍ଭବତୀ କରାଇବା ପରେ ଜୋରଜବରଦସ୍ତ ଗର୍ଭପାତ କରାଇବା, ସୁନାଗହଣା ଓ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଆଧାରରେ ପାଟକୁରା ଥାନା ପୋଲିସ କେସ୍ ନମ୍ବର ୨୧୪/୨୦୨୬ ରୁଜୁ କରି ଅଭିଝୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading