
କେନ୍ଦ୍ରାପଡ଼ା, ୯/୬ – ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଅପେରସନ ସିନ୍ଦୁର ଅଧୀନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ହେଲିକପ୍ଟର ଯୋଗେ ଅବତାରଣ ପରର ବଡଦାଣ୍ଡକୁ ସଡ଼କ ମାର୍ଗରେ ଗସ୍ତ କରି ମାଉସୀମା ମନ୍ଦିର ଠାରୁ ବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଗୀତାଞ୍ଜଳୀ ସେଠୀ, ଲଳିତ ବେହେରା,କୃଷ୍ଣ ପଣ୍ଡା, ତେଜେଶ୍ୱର ପରିଡା, ପ୍ରତାପ ଚନ୍ଦ୍ର ଦାସ, ଧୁର୍ଯ୍ୟଧନ ସାହୁ, ନେହୁୁର କୁମାର ସାହୁ, ବିଜେପି ନେତା ସୟଦ ଫରମାନ ଅଲ୍ଲୀ(ବାଦସା ଭାଇ), ବିଷ୍ଣୁ ଦାସ, କିଶୋର ପଣ୍ଡା, ସମେତ ଦଳିଅ କର୍ମୀ, ପ୍ରଶାସନ ଅଧିକାରୀ, କର୍ମଚାରୀ, ସମେତ ବିଭିନ୍ନ ୍ୱର୍ଗର ଜନସାଧାରଣ ସାମିଲ ହୋଇଥିଲେ। ରାଲିରେ ଦର୍ଶନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବଳଦେବ ଜିଉଙ୍କୁ ଦର୍ଶନ କରିଥିଲେ। ଦର୍ଶନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜସ୍ୱ ସେବା ରଥକୁ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଦକ୍ଷଣ ଭ୍ୱନ (ସର୍କିଟ ହାଉସ ଠାରେ) ପ୍ରଶାସନ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
