ବିଦୁରଙ୍କ ସ୍ମୃତି ପ୍ରସିଦ୍ଧ ଓଳକଣା ମେଳଣ ଆଜି : ଦହୀ ପଖାଳ ଶାଗଭଜା ପାଇଁ ଉତ୍ସବ ମୁଖର ହେବ ବିଦୁରଙ୍କ ମନ୍ଦିର

 

blank

କେନ୍ଦ୍ରାପଡା ୨/୩-ଫାଲ୍‌ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ। ତତ୍‌ସହିତ ଦେଖାଦିଏ ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟ ଚେତନାର ପରମ୍ପରା ଭିତରେ ପ୍ରକୃତିର ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ । ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ଭିତରେ ଆରମ୍ଭ ହୁଏ ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଦୋଳୋତ୍ସବ ବା ଦୋଳଯାତ୍ରା। ହେଇ ଯେମିତି କେନ୍ଦ୍ରାପଡ଼ା ଓ କଟକ ଜିଲାର ସୀମାନ୍ତ ବ୍ଲକ ଡେରାବିଶ୍ ଏବଂ ମାହାଙ୍ଗାର ଓଳକଣା ମେଳଣ ଏକ ଅନନ୍ୟ ଦୋଳମିଳନ ଭାବରେ ଜଣାଶୁଣା । ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସୋମବାର ରାତ୍ରୀରୁ ଅନୁଷ୍ଠିତ ହେବାର କର୍ଯ୍ୟକ୍ରମ ରହିଛି । ଏହି ମେଳଣ ପଡିଆରେ କେନ୍ଦ୍ରାପଡା ଓ କଟକ ସମେତ ଯାଜପୁର ଜିଲାର ଆଖ ପାଖ ଗ୍ରାମରୁ ପ୍ରାୟ ୧୦୦ ଉଦ୍ଧ୍ୱ ଦୋଳବିମାନ ଆସିଥାନ୍ତି । ପାରମ୍ପରିକ ରୀତିନୀତି ଓ ବିଧି ବ୍ୟବସ୍ଥା ମଧ୍ୟରେ ଏହି ମେଲଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଠାରେ ଥିବା ଭକ୍ତ ବିଦୁରଙ୍କ ମନ୍ଦିରରେ ଦହି ପଖାଳ ଓ ଶାଗଭଜା ଭୋଗ ପାଇବାକୁ ମାନସିକଧାରୀ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

blank

          ଜନଶୃତୀ ଅନୁଯାୟୀ ମହାଭାରତ ଯୁଦ୍ଧ ଏଡ଼ାଇବା ଓ ପାଣ୍ଡବମାନୁ ପ୍ରାପ୍ୟ ପ୍ରଦାନ ନିମନ୍ତେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ଦୂତ ଭାବେ ହସ୍ତିନାର ରାଜସଭାରେ ଦୁର୍ଯ୍ୟୋଧନଙ୍କୁ ସାକ୍ଷାତ କରି ବୁଝାଇବାକୁ ଯାଉଥିଲେ । କିଛି ବାଟ ଯିବା ପରେ ନନ୍ଦିଘୋଷ ରଥ ବିଦୁରଙ୍କ ବାସଭବନ ସାମ୍ନାରେ ଅଟକିଯାଇଥିଲା । ବିଦୁର ଭଗବାନ ଶ୍ରୀକୃଷ୍ଣଙ୍କୁ ଆତିଥ୍ୟ ଦେଇଥିଲେ । ସେଥିରେ ଶାଗ ଭଜା ଦହି ପଖାଳ ଅର୍ପଣ କରିଥିଲେ। ଭୋଜନ ଶନ୍ତୁଷ୍ଠ ହୋଇ ଶ୍ରୀକୃଷ୍ଣ ଦିଦୁରଙ୍କୁ ଏକ ଧନ୍ରୁଦାନ କରିଥିଲେ । ମାତ୍ର ପାଣ୍ଡବମାନଙ୍କ ନିଧନର କାରଣ ଧନୁ ହେବ ବୋଲି ଭାବି ବିଦୁରଙ୍କୁ ହସ୍ତିନା ତ୍ୟାଗ କରିବାକୁ ପରାମର୍ଶ ଦେଇଥିଲେ ଏହାପରେ ବିଦୁର ଯୁଦ୍ଧ ଆରମ୍ଭର ଦୁଇଦିନ ଆଗରୁ ହସ୍ତିନା ତ୍ୟାଗ କରି ଭାରତର ବିଭିନ୍ନ ଅଂଚଳ ବୁଲିଥିଲେ। ଘଟଣାକ୍ରମେ ସେ ଓଳକଣାକୁ ମଧ୍ୟ ରହିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରହ୍ମ ମୂହୁର୍ତ୍ତରେ ହରିହରଙ୍କ ମିଳନ ବେଶରେ ଦର୍ଶନ ଦିଅନ୍ତି । ସେଥିନେଇ ଏହି ମେଳଣ ପଡ଼ିଆରେ ବିଦୁରଙ୍କର ଏକ ମନ୍ଦିର ରହିଛି। ଭାରତରେ ଏହା ହେଉଛି ଦ୍ୱିତୀୟ ବିଦୁର ମନ୍ଦିର ବୋଲି ଲୋକକଥା ରହିଛି।

ଦୋଳ ପୂର୍ଣ୍ଣମୀ ପୂର୍ବ ରାତିରେ ଏଠାରେ ଏକ ମେଳଣ ଅନୁଷ୍ଠିତ ହୁଏ। ଏହାର ଆଖପାଖ ଅଂଚଳରୁ ପ୍ରାୟ ଶତାଧିକ ବିମାନ ଆସି ଏଠି ଏକାଠି ହୁଅନ୍ତି। ଏହି ମେଳଣରେ ନିଜର ଇଷ୍ଟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ବିଦୁରଙ୍କର ମିଳନ ଅନୁଷ୍ଠିତ ହୋଇଥାଏ। ଏଠାକାର ଆଳତି ହେଉଛି ଚିତ୍ତାକର୍ଷକ। ମେଳଣ ସମୟରେ ସମଗ୍ର ଅଞ୍ଚଳ ଅବିରରେ ଲାଲ୍ ହୋଇଯାଏ। ଏହି ମେଳଣକୁ ଆସୁଥିବା ସମସ୍ତ ବିମାନରେ ରାଧାକୃଷ୍ଣ ଥିବାବେଳେ ଭଦେଶ୍ୱର ପୀଠରୁ ଏକ ସ୍ୱତନ୍ତ୍ର ବିମାନରେ ହରରୁପି ଶିବଶକ୍ତି ଆସିଥାନ୍ତିବୋଲି ଅରାଖଣ୍ଡ ଗ୍ରାମର ବଟକୃଷ୍ଣ ସାମଲ କହିଛନ୍ତି।

blank

         ଜନଶୃତୀ ଅନୁଯାୟୀ ପୂରାଣ ଯୁଗର କଥା, ପଞ୍ଚୁ ପାଣ୍ଡବ ମାନେ ପଶା ଖେଳରେ କୌରବମାନଙ୍କ ଠାରୁ ହାରି ଯିବା ଫଳରେ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ହସ୍ତିନା ପୁରକୁ ଫେରିଲେ, ସେତେବେଳେ ତାଙ୍କୁ ରହିବା ପାଇଁ କୌଣସି ଦିଆଯାଇ ନଥିଲା । ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୂର୍ଯ୍ୟୋଧନଙ୍କ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ଦୁର୍ଯ୍ୟୋଧନ କହିଥିଲେ ବିନା ଯୁଦ୍ଧେ ହେବ ନାହିଁ । ମହାପ୍ରଭୁ ଶ୍ରୀକୃଷ୍ଣ ମନ ଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଞ୍ଚିଥିଲେ। ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇ ଥିଲେ। ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କୁ ପ୍ରଶାଦରେ ସନ୍ତୁଷ୍ଠ ହୋଇଥିଲେ, କି ବର ମାଗୁଛ ମାଗ ବୋଲି କହିଥିଲେ । ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି । ପ୍ରଭୁ ଶ୍ରୀକୃଷ୍ଣ କହିଲେ, ତୁମକୁ ଅପେକ୍ଷା କରି ବାକୁ ପଡ଼ିବ, ମୁଁ ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ବହ୍ମମୁହୃତରେ ମୁଁ ଦର୍ଶନ ଦେବି। ସେହି ପରମ୍ପରାକୁ ରକ୍ଷା କରି ଅରାଖଣ୍ଡ ଗ୍ରାମର ଭଦ୍ରେଶ୍ୱର ବିମାନରେ ହର ଆଉ ହରି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି । ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ତାଙ୍କୁ ଦର୍ଶନ କରନ୍ତି ବୋଲି ପ୍ରଭଞ୍ଜନ ପ୍ରଧାନ କୁହନ୍ତି ।

            ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଦୋଳ ମେଲଣ ଯାତ୍ରାଠାରୁ ଓଳକଣା ମେଳଣ ଅନ୍ୟ କେତୋଟି ଦୃଷ୍ଟିକୋଣରୁ ବେଶ୍ ନିଆରା। ଦୋଳମିଳନ ଶ୍ରୀରାଧା-କୃଷ୍ଣଙ୍କ ଚେତନାର ପ୍ରତୀକ। କିନ୍ତୁ ଓଳକଣା ମେଳଣର ପୃଷ୍ଠଭୂମି ସୃଷ୍ଟିକର୍ତ୍ତା ଶ୍ରୀହରି ଓ ସଂହାର କର୍ତ୍ତା ହରହର ମହାଦେବଙ୍କ ମିଳନର ବାର୍ତ୍ତା ପ୍ରଚାର କରିଥାଏ। କାରଣ ଓଳକଣା ମେଳଣର ଉପତ୍ତ୍‌ତି ‘ହରି-ହର ଦର୍ଶନ’ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ। ଓଳକଣା ମେଳଣର ଅନ୍ତିମ ତିଥିରେ ସୂକ୍ଷ୍ମରୂପୀ ବିଦୂରଙ୍କ ସମେତ ସମାଗମ ସହସ୍ରାଧିକ ଭକ୍ତଜନ ଏହି ଦେବଦୁର୍ଲଭ ରୂପ ଦର୍ଶନ କରିଥାନ୍ତି। ଏହି ମେଳଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ ବୋଲି କ୍ଷୀରୋଦ ବିହାରୀ କହିଛନ୍ତି।

          ଆଳି ରାଜାଙ୍କ ବିମାନକୁ ଓଳକଣା ମେଳଣରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଡେରାବିଶର ରାଜନଗରଠାରେ ଆଳି ରାଜାଙ୍କର ଦ୍ୱିତୀୟ ରାଜଧାନୀ ଥିଲା। ସେଠାରୁ ଆସୁଥିବା ବିମାନ ହିଁ ପ୍ରଥମେ ଓଳକଣା ପଡ଼ିଆକୁ ପ୍ରବେଶ କରିବା ପରେ ଅନ୍ୟ ସମସ୍ତ ବିମାନ ପ୍ରବେଶ କରିଥାନ୍ତି। ସେହିପରି ଏକମାତ୍ର ଆଳି ରାଜାଙ୍କ ବିମାନ ଉପରେ ଚନ୍ଦ୍ରାତାପ ଟଙ୍ଗା ଯାଇଥାଏ। ରାଜାଙ୍କ ବିମାନ ସହିତ ଡେରାବିଶରୁ ରାଣୀଙ୍କ ବିମାନରେ ଲକ୍ଷ୍ମୀଠାକୁରାଣୀ ମଧ୍ୟ ଏହି ମେଳଣକୁ ବିଜେ କରିଥାନ୍ତି। ହରି ଓ ହରଙ୍କ ବାହନ ଭାବରେ ଏହି ପ୍ରତୀକ ବିଗ୍ରହ ସ୍ଥାନ ପାଇବା ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।ଭଦ୍ରେଶ୍ୱରଙ୍କ ବିମାନ ସହିତ ୧୦୮ଟି ଘଣ୍ଟ ଓ ଦୁଇଟି ମଶାଲ ମଧ୍ୟ ଆସିଥାଏ। ଏହି ୧୦୮ଜଣ ଘଣ୍ଟପାଟିଆ ମେଳଣର ଅନ୍ୟତମ ଆକର୍ଷଣ। ଭଦ୍ରେଶ୍ୱରଙ୍କ ୧୦୮ଜଣ ଘଣ୍ଟବାଦକ ସହିତ ପବିତ୍ର ‘ଚୂଳମାଳ’ ମେଳଣ ପଡ଼ିଆର ଉତ୍ତର ଦିଗରେ ଥିବା ବିଦୂର ମନ୍ଦିର ନିକଟକୁ ଯାତ୍ରାରମ୍ଭ କରିଥାଏ। ବିଦୂରଙ୍କ ବିଗ୍ରହର ନିକଟରେ ପୂଜାର୍ଚ୍ଚନା ପରେ ମୁଖ୍ୟ ପୂଜକ ମଙ୍ଗଳ ଆରତି ପ୍ରଦର୍ଶନ କରିଥାନ୍ତି। ଏହି ସମୟରେ ମେଳଣ ପଡ଼ିଆରେ ଥିବା ଭଦ୍ରେଶ୍ୱରଙ୍କ ବିମାନ ସମ୍ମୁଖରେ ଆରତି କରାଯାଇଥାଏ। ଏହି ଉଭୟ ଆରତିର ମହାମିଳନ ଘଟିବା ସହିତ ପୁରାଣ ପ୍ରସିଦ୍ଧ ଓଳକଣା ମେଳଣର ଅନ୍ତିମ ମୁହୂର୍ତ୍ତ ଉପଗତ ହୋଇଥାଏ। ମେଲଣର ଅଧିପତି ଭଦ୍ରେଶ୍ୱର ବିମାନ ଦେବସଭା ଭଙ୍ଗ କରି ପ୍ରଥମେ ଆସ୍ଥାନରୁ ଉଠିବା ପରେ ଅନ୍ୟ ବିମାନଗୁଡ଼ିକ ମଧ୍ୟ ନିଜ ନିଜ ଆସନରୁ ବିଦାୟ ନିଅନ୍ତି। ମାତ୍ର ଚଳିତ ବର୍ଷ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଥିବାରୁ ୨ ତାରିଖ ରାତି ୧୨ ଟାରୁ ୧ ଟା ମଧ୍ୟରେମେଳଣ ଶେଷ ହେବାର ବିଧି ରହିଛି ବୋଲି ଖବରଦାତା ବେବର୍ତା ଅଜୟ ଦାସ କହିଛନ୍ତି ।

Next Post

ରାଜନଗର ଚାଷୀ ମୃତ୍ୟୁ ନୁହେଁ ଏହା ବ୍ୟବସ୍ଥାଗତ ହତ୍ୟା:ଓଡିଶା କୃଷକ ସଭା ପଚାଶ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି

Tue Mar 3 , 2026
କେନ୍ଦ୍ରାପଡ଼ା,୨ା୩:ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି। ଗତ ଦୁଇଦିନ ତଳେ କୃଷକସଭାର ଏକ ପ୍ରତିନିଧି ଦଳ ମୃତ ଚାଷୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading