ତୁଳସୀ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷାଙ୍କ ଯୋଗଦାନ

blank
କେନ୍ଦ୍ରାପଡ଼ା,୬ା୩:ତୁଳସୀ ମହିଳା ମହାବିଦ୍ୟାଳୟରେ ଆଜି ବରିଷ୍ଠ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା ନୂତନ ଅଧ୍ୟକ୍ଷା ଭାବେ ଯୋଗଦେଇଛନ୍ତି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଇଂରାଜୀ ବିଭାଗ ଅଧ୍ୟାପକ ତପନ କୁମାର ଦାସଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ଅଧ୍ୟକ୍ଷା ଡ. ଶୁକ୍ଳାଙ୍କୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ଡ. ଶୁକ୍ଳା କହିଲେ ଶିକ୍ଷାନୁଷ୍ଠାନକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ପାଇଁ ହେଲେ ଉନ୍ନତମାନର ପାଠପଢା ସହ ସୁଶାସନ, ସ୍ୱଛତା ଓ ମହିଳାଶସକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏଥିସହିତ ଡ. ଶୁକ୍ଳା ଛାତ୍ରୀମାନଙ୍କ ଶିକ୍ଷାଦାନ ଓ ବୈାଦ୍ଧିକ ଅଭିବୃଦ୍ଧି କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହାବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ପରେ କଲେଜ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସେ ସାକ୍ଷାତ କରିଥିଲେ। ପ୍ରଫେସର ଡ. ଶୁକ୍ଳା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଅତ୍ୟନ୍ତ ନିଷ୍ଠାର ସହ ତାଙ୍କ ଦାୟିତ୍ୱ ନିର୍ବାହ କରିଥିଲେ।

Next Post

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

Fri Mar 6 , 2026
କେନ୍ଦ୍ରାପଡ଼ା,୬ା୩:ପିଏମଶ୍ରୀ କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬କୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲାଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ସମ୍ମାନୀୟ ଅତିଥି ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading