ନୂଆଦିଲ୍ଲୀ ୭/୫- ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡା ଉପରେ ମିସାଇଲ ଆକ୍ରମଣ କରିଛି। ଏହି ଅଭିଯାନକୁ ‘ଅପରେଶନ ସିନ୍ଦୁର’ ନାମ ଦିଆଯାଇଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନାର ମିଳିତ ଉଦ୍ୟମରେ ଏହି ଆକ୍ରମଣ କରାଯାଇଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଏପ୍ରିଲ ୨୨ରେ […]
କେନ୍ଦ୍ରାପଡ଼ା ଜିଲା ଅବକାରୀ ଓ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ଆଦର୍ଶ ଓ ଗ୍ରାମାଂଚଳ ଥାନା, ରାଜକନିକା, ଆଳି ଥାନା ଓ ମହାକାଳପଡ଼ା ଆଉ ଜମ୍ବୁ ମେରାଇନ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧,୪୫୦ ଲିଟର ଦେଶୀ ବିଦେଶୀ ମଦ ସହ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଅବକାରୀ ନିରିକ୍ଷକ […]
କେନ୍ଦ୍ରାପଡ଼ା,୭ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ହରିଜନସାହିରେ ବିନା ଫଳକରେ ସୋଲାର ଷ୍ଟ୍ରୀଟ ଲାଇଟ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଚାରିଗାଁ ହରିଜନସାହିରେ ୨୫ଟି ସୋଲାର ଷ୍ଟ୍ରୀଟ ଲାଇଟ ଲଗାଯିବା ପାଇଁ ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଡକାଯାଇନଥିବା ବେଳେ ବିନା ଫଳକରେ କେତେକ ଲୋକ ଚାରିଗାଁ ହରିଜନସାହିରେ […]
ପଟ୍ଟାମୁଣ୍ଡାଇ ୭/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପରିସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯାଇଛି। ଦେଶର ୨୪୪ଟି ଜିଲ୍ଲାରେ କରାଯାଇଥିବା ମକ୍ ଡ୍ରିଲ୍ ପାଇଁ ବୁଧବାର ସାଇରନ୍ ବାଜିଛି। ପ୍ରଥମ ସାଇରନ୍ ବାଜିବା […]
କେନ୍ଦ୍ରାପଡ଼ା,୬ା୫ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଉଇନ ଭାବେ ଜବରଦଖଲ କରିବା ଉଦ୍ୟମକୁ କଲେଜ ପକ୍ଷରୁ ବିରୋଧ କରାଯାଇଛି। ଏଭଳି କାର୍ଯ୍ୟକୁ ବିରୋଧକରି କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି କେନ୍ଦ୍ରାପଡା ଟାଉନ ଥାନାରେ ସୋମବାର ରାତିରେ ଏତଲା ଦେଇଛନ୍ତି। ଅଧ୍ୟକ୍ଷ ଟାଉନଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଜଣେ ବ୍ୟକ୍ତି ଗୁଆଳସିଂ ମୈାଜାରେ ଥିବା କଲେଜର ଜମିକୁ ବେଆଇନ ଭାବେ ନିଜ ଦଖଲକୁ […]
କେନ୍ଦ୍ରାପଡ଼ା,୬ା୫:କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୪ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଏକ ସିମେଣ୍ଟ ଗୋଦାମର ମ୍ୟାନେଜର ଭାବଗ୍ରାହୀ ସାହୁ। ଲୁଟ୍ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାସହ ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ ଟାଉନ୍ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ […]
କେନ୍ଦ୍ରାପଡ଼ା,୬ା୫: କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ। ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ […]
କେନ୍ଦ୍ରାପଡା,୬ା୫: ସମ୍ବିଧାନ ବଞ୍ଚାଅ ରାଲି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ମେ ମାସ ୯ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରୁ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ […]
ନୂଆଦିଲ୍ଲୀ,୫/୫ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]
ରାଜ୍ୟ ଗୁଡିକୁ କେନ୍ଦ୍ରର଼ ନିର୍ଦ୍ଦେଶ , ବିମାନ ଆକ୍ରମଣ ସାଇରନ ସକ୍ରିୟ ରଖନ୍ତୁ , ବ୍ଲାକଆଉଟ୍ ଓ ସୁରକ୍ଷା ଅଭ୍ୟାସ କରନ୍ତୁ ନୂଆଦିଲ୍ଲୀ,୫/୫- ବଢିଲା ଯୁଦ୍ଧ ଆଶଙ୍କା। ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବାପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ […]