ପଟ୍ଟାମୁଣ୍ଡାଇରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ , ଆତ୍ମରକ୍ଷା କୌଶଳ ଶିଖାଇଲେ ପୋଲିସ ଓ ଅଗ୍ନୀଶମ ବାହିନୀ

blank
ପଟ୍ଟାମୁଣ୍ଡାଇ ୭/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପରିସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯାଇଛି। ଦେଶର ୨୪୪ଟି ଜିଲ୍ଲାରେ କରାଯାଇଥିବା ମକ୍ ଡ୍ରିଲ୍ ପାଇଁ ବୁଧବାର ସାଇରନ୍ ବାଜିଛି। ପ୍ରଥମ ସାଇରନ୍ ବାଜିବା ପରେ ମକ୍ ଡ୍ରିଲ ଆରମ୍ଭ ହୋଇଥିଲା ଏବଂ ପରବର୍ତୀ ସମୟରେ ଆଉଥରେ ସାଇରନ୍ ବାଜିଲା ପରେ ଅଭିଯାନ ବନ୍ଦ କରାଯାଇଥିଲା। ରାଜ୍ୟର ୧୨ଟି ସ୍ଥାନରେ ସାଇରନ୍ ବାଜିଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରକାର୍ଯ୍ୟାଳୟ ସମ୍ମୁଖ ଓ ମୂଳବସନ୍ତ ସ୍କୁଲ ପଡିଆରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ଏଥିରେ ଯୁଦ୍ଧ ସମୟରେ ଓ ବୋମା ବିସ୍ଫୋରଣ ହେବ କି ଅଗ୍ନିକାଣ୍ଡ ଘଟଣାର ପରବର୍ତୀ ସମୟରେ କିଭଳି ମୁକାବିଲା କରାଯାଇପାରିବ ସେନେଇ ପୋଲିସ, ଅଗ୍ନିଶମ ବାହିନୀ ଅଭ୍ୟାସ କରିଛନ୍ତି।

blank

ଏହି ଅଭ୍ୟାସ ଦ୍ୱାରା ଲୋକମାନେ ପରିସ୍ଥିତିକୁ ଭଲ ଭାବରେ ବୁଝିବେ। ଜରୁରୀକାଳୀନ ସମୟରେ କିଭଳି ଆତ୍ମରକ୍ଷା କରିପାରିବେ। ସେହିପରି ଉଦ୍ଧାରକାରୀ ଟିମ୍ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ କିଭଳି ଉଦ୍ଧାର କରିବେ ତାହାର ଅଭ୍ୟାସ ହେଉଛି ।ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ମଧ୍ୟ ଏହି ମକ୍‌ଡ୍ରିଲ୍ ସଚେତନ କରାଯାଇଛି। ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି ପରାମର୍ଶ ଦିଆଯାଇଛି। ଏହି କାଯ୍ୟକ୍ରମରେ ପୌରଅଧ୍ୟକ୍ଷ ହେମନ୍ତ ସାହୁ, ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ବିଡିଓ ଅଶୋକ ମହାନ୍ତି, ଅତିରିକ୍ତ ତହସିଲଦାର ଦିଲିପ ନାଏକ, ମେଡିକାଲ ଅଫିସର ନିରାକାର ପରିଡା, ଆଇଆଇସି ବନ୍ଦନା ପାତ୍ରଙ୍କ ସମେତ ପୋଲିସ ଦଳ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ଏବଂ ବିଭାଗୀୟ ସରକାରୀ କର୍ମଚାରୀ, ସହକାରୀ ଯନ୍ତ୍ରୀ, ବିଭିନ୍ନ ଓାର୍ଡର କାଉନସିଲର, ଅନେକ ପଂଚାୟତର ସରପଂଚ ଓ ବହୁ ଜନସାଧାରଣ ସାମିଲ ଥିଲେ ।

Next Post

ଚାରିଗାଁରେ ବିନା ଫଳକରେ ସୋଲାର ଲାଇଟ ପ୍ରକଳ୍ପ କାର୍ଯ୍ୟ ଚାଲିଛି

Wed May 7 , 2025
କେନ୍ଦ୍ରାପଡ଼ା,୭ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ହରିଜନସାହିରେ ବିନା ଫଳକରେ ସୋଲାର ଷ୍ଟ୍ରୀଟ ଲାଇଟ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଚାରିଗାଁ ହରିଜନସାହିରେ ୨୫ଟି ସୋଲାର ଷ୍ଟ୍ରୀଟ ଲାଇଟ ଲଗାଯିବା ପାଇଁ ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଡକାଯାଇନଥିବା ବେଳେ ବିନା ଫଳକରେ କେତେକ ଲୋକ ଚାରିଗାଁ ହରିଜନସାହିରେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading