କେନ୍ଦ୍ରାପଡ଼ା,୨ା୫: ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କର ୧୦୫ତମ ଶୁଭ ଜନ୍ମଦିବସ ପବିତ୍ର ବୈଶାଖୀ ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱର ସ୍ଥିତ ଆନନ୍ଦମାର୍ଗ ଜାଗୃତି (ବିଦ୍ୟାଳୟ)ରେ ଅନୁଷ୍ଠିିତ ହୋଇଯାଇଛି। ଏହି ପବିତ୍ର ସମାରୋହରେ ବର୍ତ୍ତମାନ ସମାଜ ପାଇଁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ କାହ୍ନୁଚରଣ ବେହୁରା, […]

କେନ୍ଦ୍ରାପଡ଼ା,୨ା୫:ନିଜ ଭାରରେ ଭାରାକ୍ରାନ୍ତ ପୁଞ୍ଜିବାଦୀ ବ୍ୟବସ୍ଥା ଏବେ ଘୋର ଆର୍ôଥକ ସଂକଟ ଦେଇ ଗତି କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଉପରେ ଅନାବଶ୍ୟକ ପ୍ରଳୟଙ୍କରୀ ଯୁଦ୍ଧ ଲଦି ଦିଆଯାଇଛି। ସେହି ଯୁଦ୍ଧ ବିରୋଧି ବିଚାର, ଆଠ ଘଣ୍ଟା କାମ, କାର୍ଯ୍ୟ କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ମଜୁରୀ ଦାବିରେ ପ୍ରଥମ ସାମ୍ରାଜ୍ୟବାଦୀ ବିଶ୍ୱଯୁଦ୍ଧ ପରେ ପରେ ୧୯୨୦ ମସିହାରେ ସୃଷ୍ଟି ହୋଇଥିଲା ଦେଶର ପ୍ରଥମ […]

ପଟ୍ଟାମୁଣ୍ଡାଇ ୨/୫ – ରାଜ୍ୟ ଭାରତୀୟ ଜନତା ପାଟୀ ଆହ୍ୱାନକ୍ରମେ ଶୁକ୍ରବାର କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୋୟାଂଚଳ ୧୫ନଂ ଜୋନ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଭାଜାପା ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଏକ ମହିଳା ଶୋଭାଯାତ୍ରା ଧୋୟାଂଚଳର ବିଭିନ୍ନ ପଂଚାୟତ ପରିକ୍ରମା କରିବା ପରେ ସମାବେଶ ଓ ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପଟ୍ଟାମୁଣ୍ଡାଇ […]

୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସ କେନ୍ଦ୍ରାପଡ଼ା,୨ା୫:ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୯୭ ପ୍ରତିଶତ ହୋଇଥିବା ଜଣାପଡିଛି। ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାର ମୋଟ ୩୪୭ଟି ସ୍କୁଲର ୧୯ ହଜାର ୨୨୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ। ୨୬୦ଜଣ ଅନୁପସ୍ଥିତ ଥିବା ବେଳେ ୧୮ହଜାର […]

କେନ୍ଦ୍ରାପଡ଼ା,୩୦ା୪:କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ କୁମାର ରାୟଙ୍କ ପୂଣ୍ୟତିଥି ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସାମ୍ବାଦିକ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ମୁରଲୀଧର ରଥଙ୍କ ପରିଚାଳନାରେ ଆୟୋଜିତ ସଭାରେ ବ୍ରାହ୍ମଣସଭାର ଜିଲ୍ଲା ସଭାପତି ପଣ୍ଡିତ ହୃଷିକେଶ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବଜାତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ତଥ୍ୟ ମୂଳକ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣସଭାର […]

ପଟ୍ଟାମୁଣ୍ଡାଇ,୩୦ା୪ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଳପୁଆ ବାଲି ଘାଟରେ ବାଲି ଖାଦାନ ଲିଜଧାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ରାସ୍ତାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସମସ୍ୟାର ସମାଧାନ ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ତହିସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଲିଜଧାରୀଙ୍କୁ ରାସ୍ତା ଦେବା ଉଦ୍ଧେଶରେ ଭୂମି ସୀମା ନିର୍ଦ୍ଧାରଣ ନେଇ ଉଦ୍ୟମ କରାଯାଇଛି । ହେଲେ ସତାଧିକ ଗ୍ରାମବସୀ ବାଲି ମାଫିଆଙ୍କ ପ୍ରତି ପ୍ରଶାସନର ଏଭଳି […]

ପଟ୍ଟାମୁଣ୍ଡାଇ ୩୦/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମରେ କିଛିଦିନ ହେଲା ମାଙ୍କଡଙ୍କ ଉପଦ୍ରବରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ଗ୍ରାମରେ କିଛି ମାଙ୍କଡ ଦଳବଧ ହୋଇ ଯାତାୟତ କରୁଥିବା ଲୋକଙ୍କୁ କାମୁଡି ଗୁରୁତର କରୁଛନ୍ତି । ଦୁଇ ସପ୍ତାହ ଭିତରେ ସାତ ଜଣଙ୍କୁ କାମୁଡ଼ି ଘାଇଲା କଲେଣି। ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ସର୍ବେଶ୍ୱର ନାୟକୁ […]

ପଟ୍ଟାମୁଣ୍ଡାଇ ୩୦/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲାଜଜ୍ ବିଦ୍ୟାଧର ପୃଷ୍ଟି ଗୁରୁବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦମ୍ପତିଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଦଫା ୩୨୩ ଆଇପିସିରେ ୬ ମାସ ସଶ୍ରମ କାରାଦଣ୍ଡ ଓ […]

କେନ୍ଦ୍ରାପଡା,୨୯/୪: ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପ୍ରତୀକ ଧାରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବି ପତ୍ର ଦିଆଯାଇଥିଲା । ଜିଲ୍ଲା ସଂଘର ସଭାପତି ହିମାଂଶୁ ଶେଖର ନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଧାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ […]

ପଟ୍ଟାମୁଣ୍ଡାଇ ୨୯/୪ -ଭାଷା ଓ ସାହିତ୍ୟ ହେଉଛି ଗୋଟିଏ ଜାତିର ପ୍ରାଣ, ସ୍ୱାଭିମାନ ଓ ପରିଚୟର ମୂଳଦୁଆ ।ଏହା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଜାତିର ଐତିହ୍ୟ, ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖେ । ସମୃଦ୍ଧ ସାହିତ୍ୟ ଜାତିର ଚିନ୍ତାଧାରା ଓ ଉନ୍ନତିକୁ ପ୍ରତିଫଳିତ କରେ, ଏବଂ ଭାଷା ହିଁ ଜାତିର ସ୍ୱତନ୍ତ୍ର ଅସ୍ତିତ୍ୱକୁ ସୁଦୃଢ଼ କରି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ଭାଷା […]

Breaking News